Odisha news

ଜାଲରେ ପଡ଼ିଲା ବୋଦ ମାଛ , ଦେଖିବାକୁ ଲୋକଙ୍କ ଭିଡ

0
ବାରଙ୍ଗ(ସବ୍ୟୁ) ମହାନଦୀ ରେ ମାଛ ମାରୁଥିବା ବେଳେ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଥିଲା ବୋଦ । ଏହି ବୋଦ କଣ ବୋଲି  ଦେଖିବାକୁ ଲୋକ ଙ୍କ ଭିଡ଼ ଜମିଥିଲା । ଏଭଳି ଘଟଣା ବାରଙ୍ଗ ମୁଣ୍ଡଳୀ ଅଞ୍ଚଳ ରେ ଦେଖିବାକୁ ମିଳିଛି । ସୂଚନା ମୁତାବକ  ସୋମବାର ଦିନ ସାନମୁଣ୍ଡଳୀ ଗ୍ରାମର  ରବିନ୍ଦ୍ର ଦଳେଇ ନାମକ ମସ୍ୟଜିବୀ ସବୁଦିନ ଭଳି ସୋମବାର ସକାଳେ ମହାନଦୀକୁ ମାଛ ମାରିବାକୁ ଯାଇଥିଲେ।ମାଛ ମାରୁଥିବା ସମୟରେ ଏକ ବଡ ବୋଦ ମାଛଟି ଜାଲରେ ପଡ଼ିଥିଲା।ମାଛତିକୁ ଡଙ୍ଗାରେ ନେଇ ଫେରି ମାଛ ବେପାର କରୁଥିବା ବିକାଶ ବେହେରାଙ୍କୁ ବିକ୍ରୟ ପାଇ ଦେଇଥିଲେ।ମାଛଟିକୁ ଓଜନ କରିବା ପରେ ୨୨କିଲୋ ହୋଇଥିଲା।ତେବେ ମାଛ ଟିକୁ ଦେଖିବା ପାଇଁ କିଛି ସମୟ ପାଇ ଭିଡ ମଧ୍ୟ ହୋଇଥିଲା।

Leave A Reply