ଆଜିକାଲି ଆମେ ପ୍ରାୟ ବଜାରରେ ଦେଖିବାକୁ ପାଉଛେ ଫେଙ୍ଗଶୁଇ ର ବିଭିନ୍ନ ବସ୍ତୁ। ଯାହାକୁ ଆମେ ଭାବିଥାଉ କେବଳ ଘରର ସାଜସଜ୍ଜା ରେ ବ୍ୟବହାର ହୋଇଥାଏ ବୋଲି । କିନ୍ତୁ ଏହି ସମସ୍ତ ମୂର୍ତ୍ତି ଗୁଡ଼ିକର କିଛି ନା କିଛି ବିଶେଷତ୍ଵ ରହିଛି , ଏହା ହୁଏତ ଅନେକ ଲୋକ ଜାଣି ନଥିବେ । ଆସନ୍ତୁ ଆଜି ଜାଣିବା କେଉଁ ମୂର୍ତ୍ତି ର କଣ ବିଶେଷତ୍ଵ ରହିଛି । ଫେଂଗସୁଇ ଜୀବ ଗୁଡ଼ିଙ୍କୁ ସୌଭାଗ୍ୟର ପ୍ରତୀକ ବୋଲି କୁହାଯାଇ ଥାଏ ।
* ଆପଣ ପ୍ରାୟ ବଜାରରେ ଦେଖି ଥିବେ ଫେଙ୍ଗାସୁଇ ବେଙ୍ଗ । ଏହାକୁ ଘରେ ରଖିବା ଦ୍ଵାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ । ଏହାକୁ ନିଜ ଲିଭିଂ ରୁମ୍ ର ଉତ୍ତର ଦିଗରେ ରଖିବା ଶୁଭ ଅଟେ ।
* ଯଦି ଆପଣ ଆର୍ଥିକ ଅନାଟନ ଦେଇ ଗତି କରୁଛନ୍ତି ତେବେ ଘରର ଉତ୍ତର ଦିଗରେ ଫେଙ୍ଗଶୁଇ କୁକୁର ଆଣି ରଖନ୍ତୁ । ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ ।
* ନିଜ ର ଓ ପରିବାର ସଦସ୍ୟଙ୍କ କ୍ୟାରିଅର ରେ ସଫଳତା ପାଇଁ ଫେଙ୍ଗଶୁଇ ମାଙ୍କଡ ଙ୍କ ମୂର୍ତ୍ତି ଖୁବ୍ ଶୁଭ ଅଟେ । ଏହାକୁ ପଢା ଟେବୁଲ୍ ଉପରେ ରଖନ୍ତୁ ।
* ପଦୋନ୍ନତି ଓ କାର୍ଯ୍ୟରେ ସଫଳତା ପାଇଁ ନିଜ କାର୍ଯ୍ୟାଳୟ ରେ ଫେଙ୍ଗଶୁଇ ସାପ ଟିଏ ରଖନ୍ତୁ । ଚାକିରୀ କ୍ଷେତ୍ରରେ ଉନ୍ନତି ହେବ । ଚାହିଁଲେ ଘରେ ମଧ୍ୟ ରଖି ପାରିବେ ।
* ବାଦୁଡ଼ି କୁ ଅନେକ ଲୋକ ଅଶୁଭ ସୂଚକ ବୋଲି କହି ଥାଆନ୍ତି । କିନ୍ତୁ ଯଦି ଆମେ ଘରେ
ଫେଙ୍ଗଶୁଇ ବାଦୁଡି ମୂର୍ତ୍ତି ରଖିବା ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ଏହାକୁ କୌଣସି ଇଣ୍ଡୋର୍ ପ୍ଲାଣ୍ଟ ନିକଟରେ ରଖିବା ଉଚିତ୍ ।
* ଫେଙ୍ଗଶୁଇ ର ଲମ୍ବା ସିଙ୍ଘ ଥିବା ବିଜୟର ପ୍ରତୀକ ଅଟନ୍ତି । ଏହାକୁ ଆପଣ ଦକ୍ଷିଣ ଦିଗରେ ରଖିବା ଶୁଭ ହୋଇଥାଏ ।
* ଧନ ବୃଦ୍ଧି ପାଇଁ ଆମେ ପ୍ରାୟ ସମସ୍ତେ ଜାଣିଛୁ ଲାଫିଂ ବୁଦ୍ଧ ଉପଯୁକ୍ତ ଅଟେ । କିନ୍ତୁ ଏହାକୁ ରଖିବା ପାଇଁ ଉପଯୁକ୍ତ ସ୍ଥାନର ଆବଶ୍ୟକତା ରହିବା ଉଚିତ୍ । ଏହାକୁ ସର୍ବଦା ଗୋଟିଏ ଧଳା କପଡା ଉପରେ ଉତ୍ତର ଦିଗରେ ରଖନ୍ତୁ ।
