Odisha news

ମାଂସାହାରୀ ଲୋକ ମାନଙ୍କ ଉପରେ ଶାରିରୀକ ସମ୍ପର୍କ ରଖିବାରେ ଲାଗିବ ବ୍ୟାନ୍

0
ନୂଆଦିଲ୍ଲୀ : ଆମିଷ ଖାଉଥିବା ଲୋକ ଓ ଆନିମଲ୍ ରାଇଟ୍ସ୍ ସଂଗଠନ ମଧ୍ୟରେ ଦୀର୍ଘ ଦିନରୁ ବଚସା ଚାଲି ଥିଲା । ପଶୁ ମାନଙ୍କର ସୁରକ୍ଷା କରୁଥିବା ସଂସ୍ଥା ଶାକାହାରୀ ଖାଦ୍ୟ କୁ ଗୁରୁତ୍ଵ ଦେବା କଥା କହୁଛନ୍ତି । କିନ୍ତୁ ବର୍ତ୍ତମାନ୍ ଦାବି ହେଉଛି ଯେ ମାଂସାହାରୀ ଭୋଜନ କରୁଥିବା ଲୋକ ମାନଙ୍କ ଉପରେ ଶାରିରୀକ ସମ୍ବନ୍ଧ ରଖିବା ଉପରେ ପ୍ରତିବନ୍ଧକ ଲଗାଇଦେବା ଆବଶ୍ୟକ । ପଶୁ ଅଧିକାର ସମୂହ PETA ପକ୍ଷରୁ ଏହି ଦାବି ହେଉଛି । ଜର୍ମାନୀ ରେ ଥିବା ପେଟା ସଂଗଠନ ପକ୍ଷରୁ ମତ ପ୍ରକାଶ କରାଯାଇଛି ଯେ ମାଂସାହାର କରୁଥିବା ଲୋକମାନେ ” ବିଷାକ୍ତ ପୁରୁସତ୍ଵ ” ର ଲକ୍ଷଣ ଅଟେ । ପେଟା ପକ୍ଷରୁ ମହିଳା ମାନଙ୍କୁ ବିଶ୍ୱକୁ ରକ୍ଷା କରିବା ପାଇଁ ” ସେକ୍ସ୍ ହଡତାଲ” କରିବାକୁ କୁହାଯାଇଛି ।
ସୋସିଆଲ ମିଡ଼ିଆ ୟୁଜର ମାନେ ଉକ୍ତ ମନ୍ତବ୍ୟ କୁ ବିରୋଧ କରୁଛନ୍ତି । ପେଟା ପକ୍ଷରୁ କୁହାଯାଇଛି ଯେ ବୈଜ୍ଞାନିକ ମାନଙ୍କ ଗବେଷଣା ରୁ ଜଣା ପଡ଼ିଛି ଯେ ପୁରୁଷ ମାନେ ମହିଳା ମାନଙ୍କ ତୁଳନାରେ ୪୧ ପ୍ରତିଶତ ଅଧିକ ଗ୍ରୀନ ହାଉସ ଗ୍ୟାସ୍ ଉତ୍ସର୍ଗ କରି ଥାଆନ୍ତି ଓ ତାଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ । ଜର୍ମାନୀ ରେ ଥିବା ପେଟା ର ମୁଖ୍ୟ କହିଛନ୍ତି ପୁରୁଷମାନେ ଆଲ୍କୋହଲ ସହିତ ଆମିଷ ଖାଇବାକୁ ପସନ୍ଦ କରନ୍ତି । ଏହାର ପ୍ରମାଣ ମଧ୍ୟ ମିଳିଛି ଯେ ବିଷାକ୍ତ ପୁରୁସତ୍ୱ ମଧ୍ୟ ଜଳବାୟୁ କୁ ପ୍ରଦୂଷଣ କରିଥାଆନ୍ତି । ତେଣୁ ଆମିଷ ଭୋଜନ କରୁଥିବା ବ୍ୟକ୍ତି ମାନଙ୍କ ର ସେକ୍ସ୍ ଉପରେ ବ୍ୟାନ ଲାଗିବା ଉଚିତ୍ ହେବ । ଗୋଟିଏ ଜୀବ କୁ ହତ୍ୟା କରି ଖାଇବା କେତେ ଦୂର୍ ଠିକ୍ ।
ଏହାପରେ ସଂଯୁକ୍ତ ରାଷ୍ଟ୍ରର ସରକାର ମାନେ ପୁରୁଷ ମାନଙ୍କୁ କମ ମାଂସ ଭୋଜନ କରିବା ପାଇଁ କୁହାଯାଇଛି ।
Nalco
Leave A Reply