ଫୀ ଛାଡ଼ ମାମଲାରେ ମାନ୍ୟବର ହାଇକୋର୍ଟ ଙ୍କ ମଧ୍ୟସ୍ଥତା ମାଧ୍ୟମରେ ଆପୋଷ ସମାଧାନ ରାୟ କୁ ଓଡିଶା ଅଭିଭାବକ ମହାସଂଘ ର ସ୍ୱାଗତ
ତା 01-09-20 ରିଖ l କରୋନା ମହାମାରୀ କାରଣରୁ ପ୍ରାଇଭେଟ ସ୍କୁଲ ମାନଙ୍କରେ ଫୀ ଆଦାୟ କୁ ନେଇ ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ ଆଗତ ମାମଲା ରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଆଜି ଏକ ଗୁରୁତ୍ୱପୂର୍ଣ ଶୁଣାଣି କରିଛନ୍ତି l ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସାଶନ ସଚିବଙ୍କ ମଧ୍ୟସ୍ଥତାରେ ଆପୋଷ ସମାଧାନ ପାଇଁ ଏକ ବୈଠକ ବସି ଏହି ସମସ୍ୟାର ସମାଧାନ କରାଯିବ l ଓଡିଶା ଅଭିଭାବକ ମହାସଂଘ, ପ୍ରାଇଭେଟ ସ୍କୁଲ ମାଲିକ ସଙ୍ଘ, ପ୍ରାଇଭେଟ ସ୍କୁଲ ଶିକ୍ଷକ ସଙ୍ଘର, ମୁସ୍ତାକ ଆନସାରୀ ଓ ପ୍ରହ୍ଲାଦ ରାଉତ ଆଦିକୁ ନେଇ ଏହି ଆଲୋଚନା ହେବ l ଯଦି ଏଥିରେ ସହମତି ନ ହୁଏ ତେବେ ସମସ୍ତ ତଥ୍ୟକୁ ଅନୁଧ୍ୟାନ କରି ମାନ୍ୟବର କୋର୍ଟ ନିଷ୍ପତ୍ତି ଶୁଣାଇବେ l
ଓଡିଶା ଅଭିଭାବକ ମହାସଂଘ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ନିଷ୍ପତ୍ତି କୁ ସ୍ୱାଗତ କରିବା ସହିତ ସମସ୍ତ କାର୍ଯ୍ୟକୁ ପୂର୍ଣ୍ଣ ସହଯୋଗ କରିବ ବୋଲି ଏହାର ଅଧକ୍ଷ୍ୟ ବାସୁଦେବ ଭଟ୍ଟ ପ୍ରକାଶ କରିଛନ୍ତି l ଅଭିଭାବକ ଓ ସ୍କୁଲ ପରସ୍ପର ପରିପୂରକ l ଉଭୟ ଙ୍କ ସହଭାଗିତା ରେ ସ୍କୁଲ ଚଳେ l ପୂର୍ବରୁ ସ୍କୁଲ ମାନଙ୍କ ର ସମସ୍ତ କଥା କୁ ଅଭିଭାବକ ମାନେ ସମର୍ଥନ କରି ଆସିଛନ୍ତି l କିନ୍ତ ବର୍ତମାନ ଏହି ମହାମାରୀ ସମୟରେ ସ୍କୁଲ ମାନେ ମଧ୍ୟ ଅଭିଭାବକ ମାନଙ୍କ ଅବସ୍ଥା କୁ ଉପଲବ୍ଧି କରିବା ଉଚିତ l ସ୍କୁଲ ଗୁଡିକ ବି ଖୋଲି ନାହିଁ l କେବଳ ଅନଲାଇନ କ୍ଲାସ ହେଉଛି l
ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରହିଛି lଏହି ସମୟରେ ପ୍ରାଇଭେଟ ସ୍କୁଲ ଗୁଡିକ ଜୋର ଜବରଦସ୍ତ ଫୀ ଆଦାୟ କରୁଛନ୍ତି ଓ ଅଭିଭାବକ ମାନଙ୍କୁ ଫୋନ, ମେସେଜ ଓ ହ୍ଵାଟ୍ସଆପ ମାଧମରେ ବାରମ୍ବାର ଫୀ ଦେବା ପାଇଁ ତାଗିଦ କରୁଛନ୍ତି l ବର୍ତମାନ ସମସ୍ତେ ହନ୍ତସନ୍ତ l ଅଧାରୁ ଅଧିକ ଲୋକ ବର୍ତମାନ ରୋଜଗାର ହରାଇ ନନା ହଇରାଣ ହରକତ ହେଉଛନ୍ତି l ତେଣୁ ମହାସଂଘ ଏହି ଆଲୋଚନା କୁ ସକାରାତ୍ମକ ଭାବେ ସମସ୍ତେ ନେଇ ମାନବିକତା ପ୍ରଦର୍ଶନ ପୂର୍ବକ ତଥ୍ୟ ଓ ଯୁକ୍ତି ଉପସ୍ଥାପନ କଲେ ଆଲୋଚନା ର ସୁଫଳ ଲକ୍ଷ ଲକ୍ଷ ଅଭିଭାବକ, ହଜାର ହଜାର ଶିକ୍ଷକ ଓ ଶହ ଶହ ସ୍କୁଲ ପାଇପାରିବେ ବୋଲି ଅନୁଭବ କରୁଛି , ଏହାଦ୍ୱରା ସବୁ ପକ୍ଷର ସ୍ୱାର୍ଥ ହାସଲ ହୋଇବପରିବl ସହ ପନ୍ଦର ଲକ୍ଷରୁ ଉର୍ଦ୍ଧ ଅଭିଭାବକ ଉପକୃତ ହେବେ ବୋଲି ଶ୍ରୀ ବାସୁଦେବ ଭଟ୍ଟ କହିଛନ୍ତି l ଏହା ବେସରକାରୀ ବିଦ୍ୟାଳୟ ଓ ଅଭିଭାବକ ମାନଙ୍କ ମଧ୍ୟରେ ଥିବା ଦ୍ଵନ୍ଦ ଦୂର କରିବାରେ ସହାୟକ ହେବ ବୋଲି ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ ପ୍ରକାଶ କରିଛନ୍ତି l ଏହି ମାମଲାକୁ ଭି ନାରାଶିଙ୍ଘ ଓ ବିଭୁତି ଭୂଷଣ ଚୌଧୁରୀ ପରିଚାଳନା କରୁଥିଲେ l