Odisha news

ବନ୍ୟାଞ୍ଚଳରେ ପ୍ରମୁଖ ତିନିଦଳ ବିଜେପି, ବିଜେଡି, କଂଗ୍ରେସ

0

ବେତନଟୀ ୧/୯ : ବେତନଟୀ ଓ ବଡସାହିର ଦୁଇଟି ବନ୍ୟାପ୍ରବଣ ବ୍ଲକରେ ପ୍ରାୟ ୧୨୦୦୦ରୁ ଉର୍ଦ୍ଧ କ୍ଷେତିଗ୍ରସ୍ତ ହୋଇଛନ୍ତି । ତେବେ କେବଳ ବେତନଟୀ ବ୍ଲକର ପାଟୁଳିପୁରା, ଗଡଦେଉଳିଆ ଓ କଳମା ଗ୍ରାମର ପ୍ରାୟ ୭୦୦୦ରୁ ଉର୍ଦ୍ଧ ଲୋକ କ୍ଷେତିଗ୍ରସ୍ତ ହୋଇଛନ୍ତି । ବ୍ଲକର ବିପଦ ସଂକେତ ଉପରେ ନଦୀ ଜଳ ପ୍ରବାହିତ ହେବା ସହିତ ଖାଲୁଆ ଅଞ୍ଚଳରୁ ବନ୍ୟାଜଳ ନିଷ୍କାସିତ ହେବାରେ ବିଳମ୍ବରୁ ଲୋକଙ୍କ ଘରେ ବନ୍ୟାଜଳ ପଶି ଧାନ, ଚାଉଳ, ଲୁଗାପଟା, ଆସବାସ ପତ୍ର ନଷ୍ଟ ହେବା ସହିତ ଗୃହ ପାଳିତ ପଶୁମାନେ ମଧ୍ୟ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗ କରିଥିବା ଦେକାଯାଉଛି । ବ୍ଲକର ପ୍ରଶାସନ ଠାରୁ ଗ୍ରାମପ୍ରଶାସନ ପକ୍ଷରୁ ପ୍ରବାଭିତ ଲୋକଙ୍କ ପାଖରେ ଜରୁରୀକାଳୀନ ଖାଦ୍ୟ, ଶୁଖିଲା ବା ରଦ୍ଧା ଦୁଇ ଦିନ ଧରି ପାଇପାରି ନଥିବାର ଅଭିଯୋଗ ହୋଇଛି ।

ପନିପରିବା, ଚାଷ ସହିତ ଧାନ ଚାଷ ଏହି ସବୁ ବନ୍ୟା ପ୍ରବଣ ଅଞ୍ଚଳରେ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ଦେଖାଯାଉଛି । ବଡସାହି ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ସନାତନ ବିଜୁଳି, ବିଜେଡି ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର ଓ କଂଗ୍ରେସ ପ୍ରାର୍ଥୀ ପୂର୍ବତନ ବାଲେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ତାଙ୍କର କିଛି କର୍ମୀଙ୍କୁ ନେଇ ବିଭିନ୍ନ ବନ୍ୟାଗ୍ରସ୍ତ ଅଞ୍ଚଳ ବୁଲି ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଦେଖିବା ସହିତ ତାଙ୍କ ନିଜସ୍ୱ ଖର୍ଚ୍ଚରେ ରିଲିଫ୍ ବାଣ୍ଟିଥିବା ଜଣାଯାଉଛି । ତେବେ ଆଜି ବନ୍ୟାଜଳ ଛାଡିବାର ତିନି ଦିନ ପରେ କେବଳ ପାଟୁଳିପୁରା ଗ୍ରାମ ପଞ୍ଚାୟତରେ ବନ୍ୟା ପାଇଁ ୨୦୦ରୁ କିଛି ଅଧିକ ମାଟି କାନ୍ଥ ଘର, ଟାଇଲ୍ ଘର ଓ ଅନ୍ୟାନ୍ୟ ଘର ସହିତ ଗୋରୁଗାଈ, ଛେଳିମେଣ୍ଢା, କୁକୁଡାବତକ ଗୁହାଳ ଭାଙ୍ଗି ପଡିଥିବା ଏବଂ ରୋଷେଇ କରି ଖାଇବା ପାଇଁ ହଇରାଣ ହରକତ ହେଉଥିବା ଜଣାପଡିଛି ।

 

Ad2
Leave A Reply