Odisha news

ପ୍ରତିଦିନ ବ୍ରହ୍ମ ମୁହୂର୍ତ୍ତରୁ ଯଦି ଏହିସବୁ କାର୍ଯ୍ୟ କରିବେ ତେବେ ବଦଳିଯିବ ଆପଣଙ୍କ ଭାଗ୍ୟ

0

ବ୍ରହ୍ମ ମୁହୂର୍ତ୍ତ ହେଉଛି ଈଶ୍ୱରଙ୍କ ମୁହୂର୍ତ୍ତ, ଏହି ସମୟରେ ମଣିଷ ଶତ କର୍ମ, ଶତ ବିଚାର, ଶତ ଚିନ୍ତାଧାରା ରଖିବା ଆବଶ୍ୟକ l ଏହି ସମୟରେ ଯେଉଁ ବ୍ୟକ୍ତି ଜୀବନ ରେ ଏହିସବୁ ଚିନ୍ତାଧାରା କୁ ନେଇ ଜୀବନ ଅତିବାହିତ କରିଥାଏ ସେ ସର୍ବଦା ସୁଖୀ ରୁହେ ଓ ଜୀବନ ରେ ସମସ୍ତ ପ୍ରକାର ସୌଭାଗ୍ୟ ପ୍ରାପ୍ତି କରିଥାଏ l କିନ୍ତୁ ବେଳେବେଳେ ଆମେ ଏହିସବୁ ବିଚାର ଧାରା କୁ ଅଣଦେଖା କରି ଦେଇଥାଉ , ଯାହାକି ଆଜିକାଲି ଆମକୁ ଅବାଟକୁ ନେବାର ମୁଖ୍ୟ କାରଣ ଅଟେ l

* ଆଜିକାଲି ପ୍ରାୟ ଆଧ୍ୟାତ୍ମିକ ବାଦରୁ ସମସ୍ତେ ଦୁରେଇ ରହୁଛନ୍ତି ଯାହାକି ତାଙ୍କୁ ଚିନ୍ତାଗ୍ରସ୍ତ କରାଇବା ସହିତ ଅନେକ ପ୍ରକାର ଅସୁବିଧାର ସମୁଖୀନ କରାଉଛି l କିନ୍ତୁ ଯଦି ଜଣେ ମଣିଷ ଆଧ୍ୟାତ୍ମିକ ବାଦ କୁ ନେଇ ନିଜ ସକାଳର ଆରମ୍ଭ କରିବ ସେ ସର୍ବଦା ଜୀବନ ରେ ସଫଳତା ଲାଭ କରିବେ l ତେଣୁ ହରି ଭଜନ ରୁ ସକାଳ ଆରମ୍ଭ କରିବା ଆବଶ୍ୟକ l

* ପ୍ରତ୍ୟେକ ହିନ୍ଦୁ ପରିବାରରେ ତୁଳସୀ ଗଛ ଅଗଣାରେ ଶୋଭା ପାଇଥାଏ , ତେଣୁ ବ୍ରାହ୍ମମୁହୂର୍ତ୍ତ ରୁ ତୁଳସୀ ପୂଜନ ଖୁବ ଶୁଭ ଅଟେ l ଯାହାକି ଜୀବନ ରେ ସଫଳତା ଦେଇଥାଏ l

* ମହିଳାମାନେ ଅଗାଧୁଆ ଖାଦ୍ୟ ପ୍ରସ୍ତୁତ କରିବା ଉଚିତ ନୁହେଁ l କାରଣ ଖାଦ୍ୟରୁ ଆମକୁ ଉର୍ଜାମିଳିଥାଏ l ଅପଵିତ୍ରତା ଦ୍ୱାରା ପ୍ରସ୍ତୁତ ହୋଇଥିବା ଖାଦ୍ୟ ନକାରାତ୍ମକ ଶକ୍ତି ପ୍ରଦାନ କରିଥାଏ l ଅଗାଧୁଆ ଖାଦ୍ୟ ପ୍ରସ୍ତୁତ କରିବା ଅନ୍ନପୂର୍ଣା ଙ୍କ ଅପମାନ ହୋଇଥାଏ l

* ସର୍ବଦା ସକାଳ ଆରମ୍ଭ କରିବା ଆବଶ୍ୟକ ସତ ଚିନ୍ତା ରୁ, କାରଣ ସତ ଚିନ୍ତା ଦ୍ୱାରା ମଣିଷ ଜୀବନ ରେ ଵିଵେକଵାନ ହୋଇଥାଏ ଓ ଉନ୍ନତି କରିଥାଏ l ତେଣୁ ଜୀବନ ରେ କଦାପି କାହାର ଅନିଷ୍ଟ ଚିନ୍ତା କରିବା ଉଚିତ ନୁହେଁ l

* ଧନ କୁ ମା ଲକ୍ଷ୍ମୀଙ୍କ ସ୍ଥାନ ଦିଆଯାଇ ଥାଏ l ତେଣୁ ଯଦି ଆପଣ ବ୍ରହ୍ମମୁହୂର୍ତ୍ତ ପୂଜା କରୁଛନ୍ତି ତେବେ ମାତା ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ ଓ ଜୀବନ ରେ ସଫଳତା ଲାଭ କରିବା ପାଇଁ  ଧନ କୁ ଅପାତ୍ର ରେ ଦାନ କରିବା ଠିକ ନୁହେଁ l ଏହାଦ୍ୱାରା ଜୀବନ ରେ ବାଧାବିଘ୍ନ ଆସିଥାଏ l

Nalco
Leave A Reply