ଅନେକ ସମୟରେ ଦେଖିବାକୁ ମିଳିଥାଏ ଯେ ଛୋଟ ପିଲାମାନେ ପିତାମାତାଙ୍କ କଥା ନମାନି ଅମାନିଆ ବା ଅବାଧ୍ଯ ହୋଇ ଥାଆନ୍ତି l ପିତାମାତା ମଧ୍ୟ ନିଜ ପିଲା ମାନଙ୍କର ଏଭଳି ସ୍ଵଭାଵ ଦେଖି ଅସନ୍ତୁଷ୍ଟ ହୋଇ ଥାଆନ୍ତି l ଯେପରିକି ପିଲାମାନେ ଛୋଟ ଛୋଟ କଥାରେ ଯୁକ୍ତିତର୍କ କରିବା ଓ ଛୋଟ ଛୋଟ କଥାରେ ଜବାବ ଦେବା ଇତ୍ୟାଦି l ଶିଶୁ ବିଶେଷଜ୍ଞ ଙ୍କ ମତରେ ପିତାମାତାଙ୍କ କିଛିଟା ଭୁଲ କାରଣରୁ ପିଲାମାନେ ଏଭଳି ସ୍ଵଭାଵ ଦେଖା ଦେଇଥାଏ l
* ପିଲା ମାନଙ୍କୁ ଛୋଟ ବଡ ସମସ୍ତ କଥାରେ ଚେତାବନୀ ଦେବା ଠିକ ଅଭ୍ୟାସ ନୁହେଁ l ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ନିଜ ସନ୍ତାନ କୁ ଚେତାବନୀ ଦେଉଛନ୍ତି ତେବେ ଏହା ଫଳପ୍ରଦ ନୁହେଁ l ଏହାଦ୍ୱାରା ଛୁଆ ଆପଣଙ୍କ କଥାକୁ ଧ୍ୟାନ ନଦେଇ ଅବାଧ୍ଯ ହୋଇଥାଏ l
* ନିଜେ ପିତାମାତା ନିଜ କାମରେ ବ୍ୟସ୍ତ ରହି ପିଲାଙ୍କୁ ସମୟ ନଦେବା ଦ୍ୱାରା ଏହି ସ୍ଵଭାଵ ତାଙ୍କୁ ଆବଶ୍ୟକତା ଠାରୁ ଅଧିକ ଅବାଧ୍ଯ କରି ଦେଇଥାଏ l କୌଣସି କାର୍ଯ୍ୟ ଯଦି ନିଜ ପିଲାଙ୍କୁ କରାଇବାକୁ ଚାହୁଁଛନ୍ତି ତେବେ ସ୍ନେହ ଓ ଆଦରରେ କରାନ୍ତୁ l ଧମକାଇ ଡରାଇ କୌଣସି କାର୍ଯ୍ୟ କରାନ୍ତୁ ନାହିଁ l
* ପିଲା ମାନଙ୍କୁ ନିଜର କୌଣସି ଅସୁବିଧା ଯୋଗୁଁ ଖରାପ ବ୍ୟବହାର ଦେଖାଇ ତାଙ୍କ ସହିତ ଯୁକ୍ତି କରନ୍ତୁ ନାହିଁ l ଏହା ତାଙ୍କ ଉପରେ ଖରାପ ପ୍ରଭାବ ପକାଏ ଓ ପିଲାମାନେ ପିତାମାତା ଙ୍କୁ ଇଗନୋର କରିବା ଆରମ୍ଭ କରନ୍ତି l ତାଙ୍କ କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ l ଏହାଛଡା ପିତାମାତା ଙ୍କ ନିକଟରୁ ପିଲାମାନେ ଯୁକ୍ତି କରିବା ଶିଖି ଥାଆନ୍ତି ଓ ସେହି ପ୍ରକୃତିକୁ ବାହାରେ ପ୍ରଦର୍ଶନ କରି ଥାଆନ୍ତି l
* କଦାପି ନିଜ ପିଲାଙ୍କ ନିକଟରୁ ଏଭଳି କିଛି ଭୁଲ କାର୍ଯ୍ୟ କରନ୍ତୁ ନାହିଁ , ଯାହା ଆପଣଙ୍କୁ ଅପଦସ୍ତ କରାଇବ l ଯେପରିକି ଅପଭାଷା ପ୍ରୟୋଗ କରିବା, ବାହାରେ କ୍ରୋଧରେ କଥା ହେବା, ବାହାରେ ନିଜ ପିଲାଙ୍କ ସହିତ ବଡ ପାଟିରେ ଚିତ୍କାର ଛାଡି କଥା ହେବା l ଏହିସବୁ ଅଭ୍ୟାସ କାରଣରୁ ଆପଣଙ୍କ ପିଲା ଆକ୍ରୋଶ ମୂଳକ ହୋଇ ଯୁକ୍ତିତର୍କ କରିଥାଏ ଓ ବଡ ମାନଙ୍କୁ ଖରାପ ବ୍ୟବହାର ଦେଖାଇଥାଏ l
* ଯେତେବେଳେ ପିତାମାତା ଅନ୍ୟ କାହାର ଖରାପ ଗୁଣର ଆଲୋଚନା କରି ଥାଆନ୍ତି ତାହା ମଧ୍ୟ ତାଙ୍କ ସନ୍ତାନ ସମୁଖରେ , ଏହା ପିଲାଟି ଉପରେ ଖରାପ ବ୍ୟବହାର ପକାଇ ଥାଏ ଓ ତାକୁ ଯିଦିଆ କରିବାରେ ଆଉ ଗୋଟିଏ ପ୍ରଶ୍ରୟ ମିଳି ଯାଇଥାଏ l
