ଫାଷ୍ଟ ଫୁଡ୍ ଖାଇବା ପାଟିକୁ ଖୁବ୍ ସ୍ଵାଦିଷ୍ଟ ଲାଗିଥାଏ । ଏତେ ସ୍ୱାଦିଷ୍ଟ ଲାଗେ ଯେ ଆମେ ନିଜର ଲୋଭ କୁ ସମ୍ବରଣ କରି ପାରି ନଥାଉ। ଫାଷ୍ଟ ଫୁଡ୍ କୁ ନେଇ ଏଭଳି କ୍ରେଜ କେବଳ ଭାରତରେ ନୁହେଁ , ସାରା ବିଶ୍ବରେ ଫାଷ୍ଟ ଫୁଡ୍ ର ଏପରି ଚାହିଦା ଦେଖିବାକୁ ମିଳିଥାଏ । କିନ୍ତୁ ଆମେ ଏହାକୁ ଖାଇ ଥିଲେ ସୁଦ୍ଧା ଶରୀର ପାଇଁ ଏହା କି କ୍ଷତି ଘଟାଇ ଥାଏ ତାହା ଆମେ ଜାଣି ପାରି ନଥାଉ ।
ଫାଷ୍ଟ ଫୁଡ୍ ଯଦି ନିଜର ସ୍ଵାଦ ବଢାଇବା ପାଇଁ କିମ୍ବା ମୁଡ ବଦଳାଇବା ପାଇଁ ଦିନେ ଅଧେ ଖିଆ ଯାଏ ତେବେ କୌଣସି ସମସ୍ୟା ନାହିଁ । ଯଦି ଆଜିର ଯୁବକ ମାନଙ୍କ ଭଳି ପ୍ରତିଦିନ ଫାଷ୍ଟ ଫୁଡ୍ ଆମେ ଖାଇବା ଏହା ଆମର ଶରୀରକୁ ବିଭିନ୍ନ ରୋଗରେ ଆକ୍ରାନ୍ତ କରିଦେବ ।
ସ୍ବାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ପ୍ରତିଦିନ ଫାଷ୍ଟ ଫୁଡ୍ ଖାଇବା ଦ୍ବାରା ଶରୀରରେ ଅନେକ ସମସ୍ୟା ଦେଖା ଦେଇଥାଏ, ଆମ ଶରୀର ଉପଯୁକ୍ତ ମାତ୍ରାର ପୋଷାକ ତତ୍ତ୍ଵ ପାଇ ନଥାଏ । ହାଡ ଦୁର୍ବଳ ହୋଇଥାଏ , ମସଲ୍ସ ଦୁର୍ବଳ ହୋଇଥାଏ ଓ ଆମେ ବିଭିନ୍ନ ପ୍ରକାର ମାନସିକ ରୋଗର ପୀଡିତ ହୋଇଥାଏ ।
ପ୍ରତିଦିନ ଆମେ କେଉଁସବୁ ରୋଗରେ ବିଶେଷ ଭାବରେ ଆକ୍ରାନ୍ତ ହୋଇଥାଉ –
* ଯେଉଁ ଲୋକମାନେ ନିୟମିତ ଫାଷ୍ଟ ଫୁଡ୍ ସେବନ କରନ୍ତି , ସେମାନେ ସାଧାରଣ ଭାବରେ ମୁଣ୍ଡ ଯନ୍ତ୍ରଣା ରେ ଅଧିକ ପ୍ରଭାବିତ ହୋଇ ଥାଆନ୍ତି । ଏହି ସମସ୍ୟା କାହା ନିକଟରେ ଅଧିକ ଓ କାହା ନିକଟରେ କମ ଦେଖା ଦେଇଥାଏ । କାହିଁକି ନା ଫାଷ୍ଟ ଫୁଡ୍ ରେ ଅଧିକ ସୋଡ଼ିୟମ ରହିଥାଏ ।
* ଯୁବକ ଓ ଯୁବତୀ ମାନେ ଅଧିକ ଫାଷ୍ଟ ଫୁଡ୍ ଖାଉଥିବା କାରଣରୁ ସେମାନଙ୍କ ନିକଟରେ ତ୍ଵଚା ସମ୍ବନ୍ଧୀୟ ବିଭିନ୍ନ ରୋଗ ଦେଖିବାକୁ ମିଳୁଛି । କାରଣ ଫାଷ୍ଟ ଫୁଡ୍ ରେ କାର୍ବୋହାଇଡ୍ରେଟ ଭରପୁର ମାତ୍ରାରେ ରହିଥାଏ ।
* ବିଶେଷଜ୍ଞ ଙ୍କ ମତରେ ପ୍ରତିଦିନ ଫାଷ୍ଟ ଫୁଡ୍ ସେବନ କରିବା ଦ୍ୱାରା ହାର୍ଟ ସମସ୍ୟା ଦେଖା ଦେଇଥାଏ । କାରଣ ଫାଷ୍ଟ ଫୁଡ୍ ଅଧିକ ଖାଇବା ଦ୍ବାରା ଶରୀରରେ କଲେଷ୍ଟ୍ରାଲ୍ ବୃଦ୍ଧି ହୋଇଥାଏ ।
* କିଛି ଲୋକ ଏଭଳି ରହି ଥାଆନ୍ତି ଯେଉଁ ମାନଙ୍କର ଫାଷ୍ଟ ଫୁଡ୍ ଖାଇବା ଦ୍ବାରା ଓଜନ ବୃଦ୍ଧି ହୋଇ ନଥାଏ, କାରଣ ଏହା ତାଙ୍କର ବଂଶାନୁକ୍ରମିକ ଥାଏ । କିନ୍ତୁ କିଛି ଲୋକ ଏଭଳି ଥାଆନ୍ତି ଯେଉଁ ମାନେ ଫାଷ୍ଟ ଫୁଡ୍ ସେବନ କରିବା ଦ୍ୱାରା ମେଦ ବହୁଲତା ର ଶିକାର ହୋଇ ଥାଆନ୍ତି ।