Odisha news

“କୃଷି ଓଡ଼ିଶା ୨୦୨୪’ ଓ ପରିବର୍ଦ୍ଧିତ କାଳିଆ ଛାତ୍ରବୃତ୍ତି ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ମନ୍ତ୍ରୀ ଶ୍ରୀ ସ୍ୱାଇଁ

0

 ଜାନୁଆରୀ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନଠାରେ “କୃଷି ଓଡ଼ିଶା ୨୦୨୪’
 ଚଳିତ ବର୍ଷର ବିଷୟବସ୍ତୁ “କୃଷି ପ୍ରଗତିରେ ମହିଳା’
 ଆଧୁନିକ ଯନ୍ତ୍ରପାତି ଓ ପ୍ରଯୁକ୍ତିବିଦ୍ୟାର ପ୍ରଦର୍ଶନ ସହ କୃଷକ-ବୈଜ୍ଞାନିକ ଆଲୋଚନା ଚକ୍ର,
କୃଷକ ସୁବିଧାକେନ୍ଦ୍ର ଓ ଅଭିଜ୍ଞତା ଶିକ୍ଷାକେନ୍ଦ୍ର ଆଦି ଆୟୋଜିତ ହେବ
 କାଳିଆ ଛାତ୍ରବୃତ୍ତିରେ ଅଲ୍‍ଇଣ୍ଡିଆ ସର୍ଭେ ଅନ୍‍ ହାୟାର ଏଜୁକେସନ୍‍ କୋଡ ପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନ ଏବଂ ରାଜ୍ୟ ଓ ରାଜ୍ୟ ବାହାରର ପ୍ରିମିୟର ସରକାରୀ ଶିକ୍ଷାନୁଷ୍ଠାନ ସାମିଲ
ଭୁବନେଶ୍ୱର, ଜାନୁଆରୀ ୦୮, ୨୦୨୪
ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆସନ୍ତା ଜାନୁଆରୀ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନଠାରେ “କୃଷି ଓଡ଼ିଶା ୨୦୨୪’ ଆୟୋଜନ ହେବା
ଆଜି ଏହି ପରିପ୍ରେକ୍ଷୀରେ କୃଷି ଭବନଠାରେ ଏକ ସମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛିା ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଲେ ଯେ ବିଗତ ଦୁଇଦଶନ୍ଧି ଭିତରେ ଓଡ଼ିଶାର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଆସିଥିବା ବିଶେଷ ସଫଳତା ଓ ସଫଳତାର ମାଧ୍ୟମଗୁଡ଼ିକୁ ସମସ୍ତଙ୍କ ସମ୍ମୁଖରେ, ବିଶେଷ କରି ଚାଷୀ ଭାଇ ଓ ଭଉଣୀମାନଙ୍କ ସମ୍ମୁଖରେ ଉପସ୍ଥାପିତ କରିବା ଉଦ୍ଦେଶ୍ୟରେ କୃଷି ଓଡ଼ିଶା-୨୦୨୪ର ଆୟୋଜନ
କରାଯାଉଛିା ରାଜ୍ୟକୁ କୃଷି କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ମହିଳାମାନେ କଠିନ ପରିଶ୍ରମ କରୁଛନ୍ତିା ତାଙ୍କର ଏହି ଅବଦାନକୁ ସମ୍ମାନ ଜଣାଇବା ପାଇଁ ଚଳିତ ବର୍ଷ କୃଷି ଓଡ଼ିଶାର ବିଷୟବସ୍ତୁ “କୃଷି ପ୍ରଗତିରେ ମହିଳା’ ରଖାଯାଇଛିା ପରିଶ୍ରମୀ ମହିଳାଙ୍କ ଅବଦାନକୁ ସମ୍ମାନ ଦେବା ପାଇଁ ଚଳିତ ବର୍ଷ ଏକ ସ୍ୱତନ୍ତ୍ର ଲୋଗୋ ପ୍ରସ୍ତୁତ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତିା
ଏହି କାର୍ଯ୍ୟକ୍ରମ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ମହିଳାମାନଙ୍କର ଯୋଗଦାନକୁ ସ୍ୱୀକୃତି ପ୍ରଦାନ କରିବା, ମହିଳା କୃଷକ, ସ୍ୱୟଂ ସହାୟକ ଗୋଷ୍ଠୀ, ମହିଳା କୃଷି ଉଦ୍ୟୋଗୀ, ବ୍ୟବସାୟିକ ସଂସ୍ଥା, ସେବା ପ୍ରଦାନକାରୀ ସଂସ୍ଥା, କୃଷି ଉଦ୍ୟୋଗୀ ଓ କୃଷି ଶିଳ୍ପଗୁଡ଼ିକ ମଧ୍ୟରେ ସଂଯୋଗ ପାଇଁ ଏକ ମଞ୍ଚ ପ୍ରସ୍ତୁତ କରିବା ଏବଂ କୃଷିକୁ ଅଧିକ ଲାଭଦାୟୀ କରିପାରିଥିବା ମହିଳା କୃଷକଙ୍କ ସର୍ବୋତ୍ତମ ଉତ୍ପାଦ ଓ ଅନୁଶୀଳନ ଆଦିକୁ ପ୍ରଦର୍ଶିତ କରିବା ପାଇଁ ଲକ୍ଷ୍ୟ ରଖିଛିା ରାଜ୍ୟର କୃଷି, ଉଦ୍ୟାନ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ମତ୍ସ୍ୟଚାଷ ଓ ପଶୁପାଳନ କ୍ଷେତ୍ରରେ ରହିଥିବା ବୃହତ ନିବେଶ ସୁଯୋଗଗୁଡ଼ିକୁ ପ୍ରଦର୍ଶିତ କରିବା ପାଇଁ ଏହା ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ହେଉଥିବା ଏକ ତିନିଦିନିଆ କାର୍ଯ୍ୟକ୍ରମ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତିା
ମନ୍ତ୍ରୀ ଶ୍ରୀ ସ୍ୱାଇଁ ପୁଣି କହିଛନ୍ତି ଯେ ଗୋଟିଏ ଛାତତଳେ ସର୍ବେତ୍ତମ କୃଷି ଉତ୍ପାଦର ପ୍ରଦର୍ଶନ, କୃଷି କ୍ଷେତ୍ରରେ ବ୍ୟବହାର ହେଉଥିବା ଆଧୁନିକ ଯନ୍ତ୍ରପାତି ଓ ପ୍ରଯୁକ୍ତିବିଦ୍ୟାର ପ୍ରଦର୍ଶନ, କୃଷକ-ବୈଜ୍ଞାନିକ ଆଲୋଚନା ଚକ୍ର, କୃଷକ ସୁବିଧାକେନ୍ଦ୍ର, ଅଭିଜ୍ଞତା ଶିକ୍ଷାକେନ୍ଦ୍ର, ସଫଳ କୃଷକ ଓ କୃଷି ଉତ୍ପାଦନକାରୀ ସଂସ୍ଥା ଆଦିଙ୍କୁ ଏକାଠି କରି ସେମାନଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ଜରିଆରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ରାଜ୍ୟରେ ଥିବା ବିପୁଳ ସମ୍ଭାବନା ଓ ସୁଯୋଗକୁ ବାସ୍ତବ ରୂପ ଦେବା “କୃଷି ଓଡ଼ିଶା’ ଆୟୋଜନର ମୂଳ ଲକ୍ଷ୍ୟା

ଏହି ଉତ୍ସବକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦ୍‍ଘାଟନ କରିବେ ଏବଂ ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ଉଦ୍‍ଯାପନୀ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛିା ପ୍ରାୟ ୫ ହଜାର ମହିଳା କୃଷକ, ୨ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, କୃଷି ଉଦ୍ୟୋଗୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବୋ ସେହିପରି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, କେନ୍ଦ୍ର ସରକାର, ଆଇସିଏଆର୍‍ ଇନ୍‍ଷ୍ଟିଚୁ୍ୟଟ୍‍, ସିଜିଆଇଏଆର୍‍ ଇନ୍‍ଷ୍ଟିଚୁ୍ୟଟ, ବେସରକାରୀ ସଂଗଠନ ସହଯୋଗରେ ୧୭ଟି ବୈଷୟିକ ଅଧିବେଶନ, କୃଷି ବୈଜ୍ଞାନିକ ଆଲୋଚନା ଚକ୍ର, ସେମିନାର ଆଦି ଅନୁଷ୍ଠିତ ହେବା କୃଷି ଓଡ଼ିଶା-୨୦୨୪କୁ ଅଧିକ ଘଟଣାବହୁଳ ଓ ଅର୍ଥପୂର୍ଣ୍ଣ କରିବା ପାଇଁ କ୍ୱିଜ୍‍, ବକ୍ତୃତା, ପରୀକ୍ଷଣମୂଳକ ଜଳକ୍ରୀଡ଼ା, କୃଷକମାନଙ୍କ ସ୍ଥାନୀୟ ସଂଗୀତ, କାହାଣୀ ଉପସ୍ଥାପନ, ପୋଷ୍ଟକାର୍ଡ ବିନିମୟ, ଫାର୍ମର ଫ୍ୟାସିଲିଟେସନ୍‍ ସେଣ୍ଟର (କୃଷକ ସୁବିଧା କେନ୍ଦ୍ର) ଓ ଏକ ପରୀକ୍ଷଣମୂଳକ ଶିକ୍ଷଣ କେନ୍ଦ୍ର ଆୟୋଜନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତିା ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କୃଷି ଓଡ଼ିଶାର ଲୋଗୋ ଏବଂ ପୁସ୍ତିକାର ଶୁଭ ଉନ୍ମୋଚନ କରିଥିଲୋ
ରାଜ୍ୟର ୩୦ଟି ଜିଲ୍ଲାରୁ ସଫଳ କୃଷି ମଡୁ୍ୟଲରେ ନିଜର ଉତ୍କର୍ଷକୁ ପ୍ରଦର୍ଶିତ କରିଥିବା କୃଷି ଓ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକର ପ୍ରଗତିଶୀଳ କୃଷକ, କୃଷି ଉଦ୍ୟୋଗୀ, ଏସ୍‍ଏଚ୍‍ଜି/ ଏଫ୍‍ପିଓମାନଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉଲ୍ଲେଖ କରିଥିଲୋ
ସେହିପରି “ପରିବର୍ଦ୍ଧିତ କାଳିଆ ଛାତ୍ରବୃତ୍ତି’ ନେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମ୍ବାଦିକମାନଙ୍କୁ ସୂଚନା ଦେଇ କହିଥିଲେ ଯେ ରାଜ୍ୟର କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ ଐତିହାସିକ “କାଳିଆ’ ଯୋଜନା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯେପରି ଏକ ଯୁଗାନ୍ତକାରୀ ପଦକ୍ଷେପ, ଠିକ୍‍ ସେହିପରି କାଳିଆ ଛାତ୍ରବୃତ୍ତି କୃଷକ ପରିବାରଙ୍କ ସଶକ୍ତିକରଣ ଦିଗରେ ଏକ ଅଭିନବ ପ୍ରୟାସା କାଳିଆ ଛାତ୍ରବୃତ୍ତି ଯେପରି ଅଧିକ ଉପଯୋଗୀ ହେବ ଏବଂ ଏହା ଦ୍ୱାରା ଯେପରି ଅଧିକ ପିଲା ଉପକୃତ ହୋଇପାରିବେ, ସେଥି ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଆବଶ୍ୟକ ସଂଶୋଧନ କରାଯାଇ ପରିବର୍ଦ୍ଧିତ କରାଯାଇଛିା ଏଥିରେ ବୃତ୍ତିଗତ କିମ୍ବା ବୈଷୟିକ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ନିମନ୍ତେ ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନ ବ୍ୟତୀତ ଅଲ୍‍ଇଣ୍ଡିଆ ସର୍ଭେ ଅନ୍‍ ହାୟାର ଏଜୁକେସନ୍‍(ଅଔଗଓଊ) କୋଡ ପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନ ଏବଂ ରାଜ୍ୟ ଓ ରାଜ୍ୟ ବାହାରର ପ୍ରିମିୟର ସରକାରୀ ଶିକ୍ଷାନୁଷ୍ଠାନମାନଙ୍କୁ ସାମିଲ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲୋ
ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆହୁରି କହିଲେ ଯେ ସେହିପରି ଗ୍ରାଜୁଏସନ୍‍ ପାଠ୍ୟକ୍ରମରେ ବିବିଏ ଓ ବିସିଏ ପାଠ୍ୟକ୍ରମ ସାମିଲ କରାଯାଇଛି ଏବଂ ପୋଷ୍ଟ ଗ୍ରାଜୁଏଟ୍‍ ପାଠ୍ୟକ୍ରମରେ ବୃତ୍ତିଗତ କିମ୍ବା ବୈଷୟିକ ପାଠ୍ୟକ୍ରମ ଯଥା- ଏମ୍‍.ଟେକ୍‍, ଏମ୍‍ଏସ୍‍ (ଏଗ୍ରି), ଏମ୍‍ଏସ୍‍ସି (ଫରେଷ୍ଟ୍ରି), ମେଡ଼ିକାଲ ସାଇନ୍ସରେ ପିଜି ପାଠ୍ୟକ୍ରମ, ଏମ୍‍ବିଏ, ଏମ୍‍ସିଏ, ଏମ୍‍.ଫାର୍ମ ଏବଂ ତତୁଲ୍ୟ ମାଷ୍ଟର ପ୍ରୋଗ୍ରାମ ପାଠ୍ୟକ୍ରମ ଏବଂ ତତୁଲ୍ୟ ପାଠ୍ୟକ୍ରମକୁ ଏବଂ ତତୁଲ୍ୟ ପାଠ୍ୟକ୍ରମକୁ ଛାତ୍ରବୃତ୍ତିରେ ଅନ୍ତର୍ଭୁକ୍ତ କରାଯାଇଛିା
ପୁନଶ୍ଚ, ପି.ଏଚ୍‍.ଡ଼ି ପାଠ୍ୟକ୍ରମକୁ କାଳିଆ ଛାତ୍ରବୃତ୍ତିରେ ସାମିଲ କରାଯାଇଛି ଏବଂ ଏହି କାର୍ଯ୍ୟକ୍ରମ ସମ୍ପୃକ୍ତ ତାଲିକାଭୁକ୍ତ ପିଜି ପାଠ୍ୟକ୍ରମ ଅନ୍ତର୍ଗତ ହୋଇଥିବା ଆବଶ୍ୟକା ଏଥିପାଇଁ ସର୍ବାଧିକ ୪ ବର୍ଷ ପାଇଁ ବୃତ୍ତି ପ୍ରଦାନ କରାଯିବ ଏବଂ ଏହା କେବଳ ରାଜ୍ୟ ଭିତରର ସରକାରୀ ଶିକ୍ଷାନୁଷ୍ଠାନ କ୍ଷେତ୍ର ପାଇଁ ଲାଗୁ ହେବା
ରାଜ୍ୟ ତଥା ରାଜ୍ୟ ବାହାରର ପ୍ରିମିୟର ସରକାରୀ ଶିକ୍ଷାନୁଷ୍ଠାନ ଯଥା- ଏନ୍‍ଆଇଟି, ଆଇଆଇଟି, ଆଇଆଇଏମ୍‍, ଏମସ୍‍, ଆଇସିଏଆର୍‍, ଆଇଏଆର୍‍ଆର୍‍, ଆଇଭିଆର୍‍ଆଇ, ସିଆଇଏଫ୍‍ଇ, ଏନ୍‍ଡିଆର୍‍ଆଇ, ଆଇଜର, ନାଇଜର ଆଦି ଶିକ୍ଷାନୁଷ୍ଠାନମାନଙ୍କରେ ବୈଷୟିକ କିମ୍ବା ବୃତ୍ତିଗତ ପାଠ୍ୟକ୍ରମକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛିା
ଛାତ୍ରଛାତ୍ରୀମାନେ କମନ୍‍ ସ୍କଲାରସିପ୍‍ ପୋର୍ଟାଲରେ (hଟ୍ଟଟ୍ଟଞ୍ଛ://ଟchଞ୍ଚଝଚ୍ଚrଟhiଞ୍ଛ.ଞ୍ଚଛiଟhଚ୍ଚ.ଜ୍ଜଞ୍ଚଠ.in) ଅନ୍‍ଲାଇନ୍‍ରେ ଆବେଦନ କରିପାରିବୋ ଅନ୍‍ଲାଇନ୍‍ରେ କାଳିଆ ଛାତ୍ରବୃତ୍ତି ପାଇଁ ଆବେଦନ ଓ ନବୀକରଣ ନିମନ୍ତେ ବର୍ଷକୁ ଦୁଇଥର ପୋର୍ଟାଲ ଖୋଲାରହିବା ଆସନ୍ତାକାଲି ଜାନୁଆରୀ ୯ ତାରିଖରୁ ଏହି ପୋର୍ଟାଲ ଖୋଲିବ ଏବଂ ଏହା ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଖୋଲା ରହିବା
ଏହି ପରିବର୍ଦ୍ଧିତ କାଳିଆ ଛାତ୍ରବୃତ୍ତି କାଳିଆ ହିତାଧିକାରୀ ପିଲାମାନଙ୍କ ଉତ୍ତମ ଶିକ୍ଷା ପାଇବା ସ୍ୱପ୍ନ ସାକାର ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ଏବଂ ସେମାନଙ୍କର ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ନିଶ୍ଚିତ ଭାବରେ ରୂପାନ୍ତରଣ ଘଟିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଶା ପ୍ରକାଶ କରିଥିଲୋ
ସାମ୍ବାଦିକ ସମ୍ମିଳନୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କୃଷି ଓଡ଼ିଶାର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲୋ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ପରିବର୍ଦ୍ଧିତ କାଳିଆ ଛାତ୍ରବୃତ୍ତି ସଂପର୍କରେ ଆଲୋକପାତ କରିଥିଲୋ ସାମ୍ବାଦିକ ସମ୍ମିଳନୀରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କାଙ୍କ ସମେତ ଫିକିର ପ୍ରତିନିଧି ଉପସ୍ଥିତ ଥିଲୋ

Leave A Reply