Odisha news

ଚାଷି ଛାଡୁଛନ୍ତି ଚାଷ ସହରୀଙ୍କ ବଢୁଛି ଆଗ୍ରହ : ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ଡମ୍ବାରୁଧର ବାରିକ, ୫ ବର୍ଷ ହେଲା ସାଜିଛନ୍ତି ଜଣେ ନିପୁଣ କୃଷକ

0

ଫୁଲବାଣୀ : ଆଜି ଦେଶରାଜ୍ୟ ତଥା ଅନ୍ୟାନ୍ୟ ଅଂଚଳରେ ଲୋକେ ଉଚ୍ଚ ଶିକ୍ଷିତ ହେବାପରେ କିମ୍ବା ଜଣେ ସରକାରୀ ଚାକିରିଆ ହୋଇଯିବାପରେ ନିଜ ଗାଁ ମାଟିରେ ମଧ୍ୟ ଚାଷ କରିବା କିମ୍ବା ମାଟିରେ ନଜକୁ ମିଶାଇବା ସହିତ ଚାଷ କାମରେ ନିଜକୁ ନିୟୋଜିତ କରିବା ଅତି ବିରଳ ଘଟଣା । ଏପରିକି ପ୍ରକୃତ ପେଷାଗତ  ଚାଷି ମଧ୍ୟ ଆଜିର ଦିନରେ ନିଜକୁ ଚାଷରେ  ସମ୍ପୁର୍ଣ୍ଣ ଭାବରେ ନିୟୋଜିତ କରୁନାହାନ୍ତି ବରଂ ସେମାନେ ସହରର ଅବହାୱାରେ ପ୍ରବାବିତ ହୋଇ ପ୍ୟାଣ୍ଟ ସାର୍ଟ ପିନ୍ଧି ବାବୁ ସାଜିବାପରେ ସେମାନଙ୍କର  ଗାଁ ଓ ମାଆ ମାଟିରେ ଥିବା ଏକରଏକର ଚାଷ ଜମିକୁ ଖାଲିରେ ଛାଡି ବିଦେଶକୁ ଯାଇ ସେଠାରେ ଦାଦନ ଖଟୁଛନ୍ତିି  ହେଲେ ନିଜ ଜମିରେ ଚାଷ କରି ସୁନା ଫଳାଇବାର ସ୍ୱପ୍ନ ଦେଖୁନାହାନ୍ତି ।

ଏହି କାମରେ ସହରୀ ଶିକ୍ଷିତ ଲୋକଙ୍କର ଆଗ୍ରହ ଦିନକୁଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି ।  କନ୍ଧମାଳ ଜିଲାର ବାରିକୁମ୍ପାରେ  ଏହିଭଳି ଜଣେ ବ୍ୟକ୍ତିତ୍ୱ  ଅଛନ୍ତି ଯିଏ ଦିର୍ଘ ବର୍ଷ ହେଲା ଜିଲାରେ ଜଣେ ଶିକ୍ଷକ ଭାବରେ ସରକାରୀ ଚାକିରି ଆରମ୍ଭ କରି ଶେଷ ଆଡକୁ ଜଣେ ବ୍ଳକ ଶିକ୍ଷା ଅଧିକାରୀ ଭାବରେ ଅବସର ନେବାପରେ ତାଙ୍କର ପିଲା ଦିନର ନିଶା ଚାଷ ଆଡକୁ ମୁହାଁଇଛନ୍ତି  ଫୁଲବାଣୀର ଅବସରପ୍ରାପ୍ତ ଏବିଇଓ ଡମ୍ବରୁଧର ବାରିକ ।

ତାଙ୍କର ଜନ୍ମମାଟି କେନ୍ଦ୍ରାପଡାରେ ପିଲାବେଳୁ ନିଜ ପିତାଙ୍କ ସହିତ ଗାଁରେ ଥିବା ଜମିରେ ଚାଷ କାମ କରିବାର ନିଶାକୁ ସେ ଆଜି ପର୍ଯ୍ୟନ୍ତ ଭୁଲିନାହାନ୍ତି । ୧୯୮୨ ମସିହାରେ କନ୍ଧମାଳ ଜିଲା କୁଏରମାଣ୍ଡୁରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକ ଭାବରେ ଚାକିରି ଜୀବନ ଆରମ୍ଭ କରିଥିଲେ ସେ । ୨୦୧୮ ମସିହା ପର୍ଯ୍ୟନ୍ତ ଜିଲାର ବିଭିନ୍ନ ଯାଗାରେ ପ୍ରଧାନ ଶିକ୍ଷକ ଏବଂ ସ୍କୁଲ ଏଏସଆଇ ଏବଂ ପରେ ଜଣେ ଏବିଇଓ ଭାବରେ କାର୍ଯ୍ୟକାଳରେ ମଧ୍ୟ ତାଙ୍କ ଅଂଚଳରେ ଥିବା ବିଦ୍ୟାଳୟ ଗୁଡିକର ମଧ୍ୟ ଶିକ୍ଷକ ମାନଙ୍କୁ ବିଦ୍ୟାଳୟ ପରିସରରେ ବାଡିବଗିଚା ଏବଂ ପନିପରିବା ଗଛ ଲଗାଇବାପାଇଁ ପୋ୍ରସôାହିତ କରୁଥିଲେ । ଏପରିକି କୌଣସି କାର୍ଯ୍ୟରେ ରାଜ୍ୟ ବାହାରକୁ ଗଲେ ମଧ୍ୟ ସେଠାରେ ଥିବା କୃଷି ପ୍ରଣାଳି ବାବଦରେ ଜାଣିବାକୁ ଚେଷ୍ଟା କରୁଥିଲେ ।

ଏହି ଚାଷ ନିଶା ଯୋଗୁଁ ଚାକିରିର ଶେଷ ସମୟ ଆଡକୁ ସେ ସେଠାରେ ଏହି ଜମି କିଣି ଥିଲେ । ସେତେବେଳେ ସରକାରୀ ଚାକରିିରେ ଥିବାବେଳେ ମଧ୍ୟ ସମୟ ବାହାର କରି  କରି ନିଜର ଚାଷ ପାଇଁ ସମୟ ଦେଉଥିଲେ ଏବଂ ସେଠାରେ ବାଡିବଗିଚା ତିଆରି କାରି ବିଭିନ୍ନ ପନିପରିବା ଉତ୍ପାଦନ କରୁଥିଲେ  । ୨୦୧୮ ମସିହାରେ ଚାକିରିରୁ ଅବସର ନେବାପରେ ମଧ୍ୟ ସେ ଆଉ ତାଙ୍କ ଗାଁକୁ ନଫେରି ବାରିକୁମ୍ପାଠାରେ ଜଣେ କୁଶଳି ଚାଷି ଭାବରେ ଜୀବନ ବିତାଉଛନ୍ତି । ଦିର୍ଘ ୫ ବର୍ଷ ହେଲା ସେ ଖଜୁରିପଡା ବ୍ଳକ ଅନ୍ତର୍ଗତ ବାରିକୁମ୍ପାରେ ୩ ଏକର ଯାଗାରେ ବାଇଗଣ, କଦଳି,ବିନ୍ସ,ଜହ୍ନି,କଲରା,ପୋଟୋଳ ଭଳି ପନିପରିବା ସହିତ ବିଭିନ୍ନ ପ୍ରକାରର ଶାଗ,ଆମ୍ବ,ପିଜୁଳି ଏବଂ ଅହୁରି ଅନେକ ପ୍ରକାରର ଜିନିଷ ବର୍ଷସାରା ଅମଳ କରି ବଜାରେ ବିକି୍ର କରୁଛନ୍ତି । ତାଙ୍କ ଦ୍ୱାରା ଅମଳ କରାଯାଇଥିବା ପନିପରିବାକୁ ବିକି୍ର କରି ଅଂଚଳର କିଛି ଲୋକମାନେ ମଧ୍ୟ ବେଶ କିଛି ରୋଜଗାର କରୁଛନ୍ତି । ଚାକିରିରୁ ଅବସର ନେବାପରେ ତାଙ୍କର ସମସ୍ତ ସମୟକୁ ଚାଷରେ ବିନିଯୋଗ କରୁଛନ୍ତି ଏଥିରେ ତାଙ୍କୁ ଅନେକ ଆନନ୍ଦ ମିଳୁଥିବା କହିଛନ୍ତି ଶ୍ରୀ ବାରିକ ।

ସକାଳୁ ସେ ଫୁଲବାଣୀରେ ଥିବା ତାଙ୍କର ଢିପାସାହି ସ୍ଥିତ ବାସଭବନରୁ ବାହାରିପଡନ୍ତି ତାଙ୍କର ବଗିଚା ଆଡକୁ । ସେଠାରେ ସେ ଦିନ ତମାମ କଟାଇ ଥାଆନ୍ତି । ସେଠାରେ ମଧ୍ୟ ସେ ଗୋଟିଏ ଛୋଟ ଘରଟିଏ କରିଛନ୍ତି ଅଧିକାଂଶ ସମୟରେ ସେଠାରେ ମଧ୍ୟ ରାତ୍ରୀଯାପନ କରିଦିଅନ୍ତି । ସେଠାରେ ତାଙ୍କୁ ଦେଖିବାପରେ କେହି ବିକହିପାରିବ ନାହିଁ ଯେ ସେ ଜଣେ ଅବସର ପ୍ରାପ୍ତ ଶିକ୍ଷା ଅଧିକାରୀ ବୋଲି  ସେତେବେଳେ ବାହାର ଦୁନିଆଁ ସହିତ ତାଙ୍କର କିଛି ସମ୍ପର୍କ ନଥାଏ ସେଠାରେ ସେ ସାଜିଛନ୍ତି ଜଣେ ନିପୁଣ କୃଷକ  । ତାଙ୍କର ଦୁଇ ପୁଅ ମାନେ ବିଭିନ୍ନ ଯାଗାରେ ଭଲ ଚାକିରି କରୁଛନ୍ତି । ତାଙ୍କର ପତ୍ନୀ ମଧ୍ୟ ଜଣେ ଶିକ୍ଷୟୀତ୍ରୀ ହେଲେ ଚାକିରିରୁ ଅବସର ନେବାପରେ ଶାନ୍ତିରେ ବସି ଅନ୍ୟମାନଙ୍କ ଭଳି ପେନସନ ପାଇ ଦିଓଳି ଦିମୁଠା ଖାଇ ଘରେ ବାସିବାକୁ ତାଙ୍କୁ ଜମା ଭଲ ଲାଗେନାହିଁ ବୋଲି କହିଛନ୍ତି ।

ଏହିପରି ମାଟିର ମଣିଷ ମାଟିରେ ମିଶିବା ଯାଏଁ ଜୀବନର ଶେଷ ପର୍ଯ୍ୟନ୍ତ କୃଷି କାର୍ଯ୍ୟରେ ନିଜକୁ ନିୟୋଜିତ ରଖିବେ ବୋଲି କହିଛନ୍ତି ଶ୍ରୀ ବାରିକ । ତେବେ ବାରିକୁମ୍ପା ଅଂଚଳରେ ଲୋକଙ୍କର ନିଜର ଜମି ଥିଲେ ମଧ୍ୟ ଲୋକେ ସେଥିରେ ଚାଷ ନକରି ଅଳସୁଆ ହୋଇ ବୁଲୁଛନ୍ତି ସେଥିରେ ଚାଷ କାର୍ଯ୍ୟ କଲେ ସେମାନେ ଅଧିକ ଆର୍ଥିକ ସ୍ୱଛଳ ହେବାସହିତ ଅଂଚଳର ଉନ୍ନତି କରିବାରେ ସହାୟ ହୁଅନ୍ତେ ବୋଲି କହିଛନ୍ତି । ରାଜ୍ୟ ସରକାରଙ୍କ ସମେତ କେନ୍ଦ୍ର ସରକାର ଏବଂ ବିନ୍ନ ସଂସ୍ଥା ଗୁଡିକ ତରଫରୁ କୃଷିର ଉନ୍ନତି ପାଇଁ ଚାଷି ମାନଙ୍କୁ ବିଭିନ୍ନ ସବସିଡି ଠାରୁ ଆରମ୍ଭ କରି ମାଗଣାରେ ବିହନ ଏବଂ ଅନ୍ୟାନ୍ୟ ସହାୟତା ଦେବାପରେ ମଧ୍ୟ ଗ୍ରାମାଂଚଳର ଲୋକେ ସେହି ଜିନିଷର ପ୍ରକୃତ ଉପୋଯୋଗ କରୁନାହାନ୍ତି ବରଂ ମିଳୁଥିବା ସେହି ସହାୟତାର ଅସଦବ୍ୟବହାର କରିବାରେ ଲାଗିଛନ୍ତି ଫଳରେ କୃଷି ଜିଲାରେ ସଫଳ ହୋଇପାରିନାହିଁ ବୋଲି କହିଛନ୍ତି ।

Leave A Reply