ଅନୁଗୁଳ: ଅନୁଗୁଳ ଜିଲ୍ଲାର ପ୍ରବାସୀ ଶ୍ରମିକ ମାନଙ୍କ ପରିବାର ଏବେ ଚିନ୍ତାରେ । ଦି ପଇସା ପାଇ ପରିବାର ଚଳାଇବା ଆଶାରେ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିଲେ । ହେଲେ କରୋନା ଯୋଗୁଁ ସବୁ ବନ୍ଦ ହୋଇ ଯାଇଥିବାରୁ ସେମାନଙ୍କୁ ନା କାମ ମିଳୁଛି ନା ଖାଇବାକୁ ମିଳୁଛି । ହା ହତାଶରେ ଘରକୁ ଫେରିବାକୁ ବ୍ୟାକୁଳ ହେଉଛନ୍ତି ଶ୍ରମିକ ମାନେ । ପରିବାର ଲୋକେ ଚାତକ ପରି ଚାହିଁ ବସିଛନ୍ତି ସେମାନଙ୍କ ବାଟକୁ । ହେଲେ କେମିତି ଓ କେବେ ଫେରିବେ ସେ ନେଇ ପ୍ରଶାସନ ତରଫରୁ କୋ÷ଣସି ସୂଚନା ଦିଆ ଯାଉ ନଥିବାରୁ ଚିନ୍ତା ବଢ଼ି ଯାଇଥିବା ବେଳେ ଘରକୁ ଫେରିବା ପାଇଁ ସେମାନେ ଆକୁଳ ନିବେଦନ କରିଛନ୍ତି ।
ତେବେ ପ୍ରବାସୀ ଶ୍ରମିକ ମାନଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ଯୋଜନା କରିଛନ୍ତି ସରକାର । ଏହି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ନିଜ ରାଜ୍ୟକୁ ଫେରିବାକୁ ଥିବା ଶ୍ରମିକ ମାନେ ପଜିଂକୃତ କରୁଛନ୍ତି । ବର୍ତମାନ ସୁଦ୍ଧା ଅନୁଗୁଳ ଜିଲ୍ଲାର ୨୨୫ଟି ପଚାଂୟତରେ ୧୩୬୯୫ ଜଣ ପ୍ରବାସୀ ଶ୍ରମିକ ଫେରିବା ପାଇଁ ପଜିଂକୃତ କରିଛନ୍ତି । ତେବେ ଏହି ସଂଖ୍ୟା ଆହୁରି ବୃଦ୍ଧି ହେବ ବୋଲି ଆଶା କରାଯାଉଛି । ଜିଲ୍ଲାର ଅଧିକାଂଶ ଶ୍ରମିକ ଗୁଜୁରାଟ, ମହାରାଷ୍ଟ୍ର, ତାମିଲନାଡୁ, ବାଙ୍ଗାଲୋର, ପଶ୍ଚିମବଙ୍ଗ ଆଦି ସଂକ୍ରମିତ ରାଜ୍ୟ ଗୁଡିକରେ କାମ କରୁଛନ୍ତି । ସେହି ସବୁ ରାଜ୍ୟ ଗୁଡିକରେ ଏହି ଶ୍ରମିକ ମାନେ କାମ କରିଥିବା ସଂସ୍ଥା ଗୁଡିକ ବନ୍ଦ ହୋଇଯାଇଛି ।
ଫଳରେ ଏମାନଙ୍କୁ ଖାଇବା, ରହିବା ଓ କୋ÷ଣସି ସୁବିଧା ଆଉ ମିଳୁନି । ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି । ନିଜ ନିଜ ଘରକୁ ଫୋନ କରି ତୁରନ୍ତ ସେମାନଙ୍କୁ ସେଠାରୁ ଉଦ୍ଧାର କରିବାକୁ କହୁଛନ୍ତି । ପରିବାର ସଦସ୍ୟ ମାନେ ସ୍ଥାନୀ ୟସରପଚଂ ମାନଙ୍କ ଜରିଆରେ ପ୍ରଶାସନକୁ ଗୁହାରି କରୁଛନ୍ତି । କିନ୍ତୁ ପ୍ରଶାସନ ଠାରୁ କିଛି ଆଶ୍ୱାସନା ନପାଇ ଆହୁରି ଭାଙ୍ଗି ପଡିଛନ୍ତି । ଏ ନେଇ ଜଣେ ପ୍ରବାସୀ ଶ୍ରମିକଙ୍କ ମା ପ୍ରେମଲତା ମହାରଣା, ବାପା ସୁଦର୍ଶନ ସାହୁ ଓ ଭଦ୍ରୀ ସାହୁଙ୍କ ସମେତ ଅନେକ ସମ୍ପର୍କୀୟ ଦୁଃଖରେ କୁହନ୍ତି ବାହାରେ ଥିବା ଆମ ପିଲା ମାନଙ୍କ କଥା ଭାବିଲା ବେଳକୁ ପାଟିକୁ ଦାନା ଯାଉନି । ସେମାନେ ନିଜେ ଟଙ୍କା ଖର୍ଚ କରି ଆସିବା ପାଇଁ ହାତରେ ପଇସାଟିଏ ନାହିଁ । ଭୋକ ଉପାସରେ ବହୁ କଷ୍ଟରେ ସେଠାରେ ଅଛନ୍ତି ସେମାନେ । ସରକାର ସେମାନଙ୍କୁ କେବେ ଆଣିବେ ସେ ନେଇ ଆମକୁ ସୂଚନା ନାହିଁ । ଅନୁଗୁଳ ଜିଲ୍ଲାରେ ୨୨୫ଟି ଯାକ ପଚାଂୟତ ଓ ସହରାଚଂଳରେ ଥିବା ୫୫ଟି ସ୍ଥାନରେ କ୍ୱାରେଟାଂଇନ ହଲ କରାଯାଇଛି ।
ଗୋଟିଏ ଗୋଟିଏ ପଚାଂୟତରେ ୩୦ ରୁ ଅଧିକ ଶଯ୍ୟା ରହିଛି । ସେହି ହିସାବରେ ଦେଖିବାକୁ ଗଲେ ଯେଉଁ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଆସିବାକୁ ପଜିଂକୃତ କରିଛନ୍ତି ସେତିକି ଶଯ୍ୟା ନାହିଁ । କିନ୍ତୁ ପ୍ରଶାସନ ତରଫରୁ ଆବଶ୍ୟକ ଶଯ୍ୟା ଯୋଗାଇ ଦେବାକୁ ଉଦ୍ୟମ କରାଯାଉଛି । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପଜିଂକୃତ କରିଥିବା ଶ୍ରମିକ ମାନଙ୍କୁ କିଭଳି ଅଣାଯିବ । କେବେ ସୁଦ୍ଧା ସେମାନେ ନିଜ ନିଜ ଘରେ ସୁରକ୍ଷିତ ଭାବେ ପହଚିଂବେ ସେ ନେଇ ପ୍ରଶାସନ ଶ୍ରମିକଙ୍କ ପରିବାରକୁ ସୂଚନା ଦେଉନାହିଁ । ଫଳରେ ଭୟ ଓ ଆତଙ୍କିତ ଅବସ୍ଥାରେ ରହିଛନ୍ତି ସେମାନେ । ନିଜ ନିଜ ପିଲା ମାନଙ୍କ ଦୁଃଖ ଶୁଣିବା ପରେ ଘରେ ଚୁଲି ଜଳୁନି । କେମିତି ଶ୍ରମିକ ମାନେ ଘରକୁ ଫେରିବେ ବାଟ ଚାହିଁ ବସିଛନ୍ତି । ଏନେଇ ଅନୁଗୁଳ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରିବାରୁ ଏବେ କିଛି କହି ହେବ ନାହିଁ ବୋଲି କହି ଫେରାଇଦେଇଥିଲେ