Odisha news

ଅନୁଗୁଳ: ପରିବହନକୁ ନେଇ ସମୀକ୍ଷା କଲେ ଜିଲ୍ଲାପାଳ , ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ବାଧାସୃଷ୍ଟି ନହେବା ପାଇଁ ପରାମର୍ଶ

0

ଅନୁଗୁଳ: ସଂମ୍ପ୍ରତି କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ପ୍ରତିହତ କରିବା ନିମନ୍ତେ ସରାକାର ତାଲାବନ୍ଦ ସମୟରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନକୁ ସଫଳତାର ସହିତ କାର୍ଯ୍ୟକାରୀ କରିବାକୁ ନେଇ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାମାରୀ କରୋନାର ସଠିକ୍ ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ସରକାରଙ୍କ ନିଦେ୍ର୍ଦଶାବଳୀକୁ କଡାକଡି ପାଳନ କରାଯାଉଛି ।

ଏହିଭଳି ଘଡିସନ୍ଧି ମୂହୁର୍ତରେ ଟ୍ରକ ଦ୍ୱାରା ପରିବହନ ହେଉଥିବା ଅତ୍ୟାବଶ୍ୟକ ସାମଗ୍ରୀରେ ଯେପରି କୋ÷ଣସି ବାଧା ସୃଷ୍ଟି ନ ହୁଏ ସେଥିପ୍ରତି ଟ୍ରକ ମାଲିକ ସଂଘ ଓ ପରିବହନକାରୀ ସଂସ୍ଥା ବିଶେଷ ଧ୍ୟାନ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଟ୍ରକ ଗୁଡିକରେ ଅତ୍ୟାବଶ୍ୟକ ସାମଗ୍ରୀ ଓ କିଛି ଟ୍ରକରେ ଅନ୍ୟାନ୍ୟ ସାମଗ୍ରୀ ପରିବହନ ହେଉଥିବାରୁ ପଶ୍ଚିମବଙ୍ଗ ଓ ଓଡିଶା ସୀମାରେ ଥିବା ଲକ୍ଷ୍ମଣନାଥ ଚେକ୍ ଗେଟ୍ରେ ଏହା ଉପରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ଅତ୍ୟାବଶ୍ୟକ ସାମଗ୍ରୀ ଟ୍ରକ ଗୁଡିକୁ ଏହି ଗେଟ୍ରେ ଅନୁମତି ମିଳୁଥିବା ବେଳେ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରୁଥିବା ଟ୍ରକକୁ ଛଡାଯାଉନାହିଁ । ଅନୁଗୁଳରୁ ଅଧିକାଂଶ ଟ୍ରକ ଆଲୁମିନିୟମ ନେଇ ଅନ୍ୟ ରାଜ୍ୟକୁ ଯାଆନ୍ତି ଓ ସେଠାରୁ ଅତ୍ୟାବଶ୍ୟକ ସାମଗ୍ରୀ ସମେତ ଅନ୍ୟାନ୍ୟ ସାମଗ୍ରୀ ନେଇ ଓଡିଶାକୁ ଫେରିଥାନ୍ତି ।

କିନ୍ତୁ ତାଲା ବନ୍ଦ ଯୋଗୁଁ ଅନ୍ୟ ରାଜ୍ୟରୁ କୋ÷ଣସି ସାମଗ୍ରୀ ଆସିପାରୁ ନାହିଁ ଓ ଯେଉଁ ଅନ୍ୟାନ୍ୟ ସାମଗ୍ରୀ ଆସୁଛି ସେଗୁଡିକୁ ଅନୁମତି ମିଳୁନାହିଁ । ଏହାଛଡା ଓଡିଶା ବ୍ୟତୀତ ଅନ୍ୟାନ୍ୟ ପଡୋଶୀ ରାଜ୍ୟରେ ତାଲାବନ୍ଦ ସମୟରେ ଢ଼ାବା ଓ ଗ୍ୟାରେଜ ଗୁଡିକ ଖୋଲା ରହୁନଥିବାରୁ ଗାଡି ଚାଳକ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ଫଳରେ ଲକ୍ଷ୍ମଣନାଥ ଚେକ୍ ଗେଟ୍ ପାଖରେ ଅନେକ ଟ୍ରକ ଅଟକି ରହିଛି । ବାଲେଶ୍ୱର ଆଚଂଳିକ ପରିବହନ ଅଧିକାରୀଙ୍କ ସହ ଯୋଗାଯୋଗ କରି ତୁରନ୍ତ ଏହାର ସମାଧାନ କରିବାକୁ ଜିଲ୍ଲାପାଳ ଅନୁଗୁଳ ଆଚଂଳିକ ପରିବହନ ଅଧିକାରୀ ଜିତେନ୍ଦ୍ର କୁମାର ଭୋଇଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।

ତାଲା ବନ୍ଦ ସମୟରେ ଲୋକ ମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବାରେ ସହଯୋଗ କରିକବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ତାଳଚେର ଆଚଂଳିକ ପରିବହନ ଅଧିକାରୀ ସମରେନ୍ଦ୍ର ପଟ୍ଟନାୟକ, ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘର ସଭାପତି ବିଭୂତି ପ୍ରସାଦ ଦାସ, ଜିଲ୍ଲା ଟ୍ରକ ମାଲିକ ସଂଘର ସମ୍ପାଦକ ତଥା ଓଡିଶା କ୍ରିକେଟ ଆସୋସିଏସନର ଉପସଭାପତି ଅକ୍ଷୟ କୁମାର ସାମନ୍ତ, ନାଲକୋ ଟ୍ରକ ମାଲିକ ସଂଘର ସଭାପତି ରାଜୀବ ଜେନାଙ୍କ ସମେତ ବିଭିନ୍ନ ପରିବହନ ସଂସ୍ଥାର କର୍ମକର୍ତା ମାନେ ଯୋଗ ଦେଇଥିଲେ ।

Leave A Reply