ହିନ୍ଦୁସ୍ତାନ ୟୂନିଲିଭର ନିଜର ଲୋକପ୍ରିୟ ସ୍କିନ ଫେୟାର ବ୍ରାଣ୍ଡ ଫେୟାର ଆଣ୍ଡ ଲଭଲି ନାମକୁ ବଦଳାଇଦେଇ ବର୍ତ୍ତମାନ ଗ୍ଲୋ ଅଣ୍ଡା ଲଭଲି କରିଦେଇଛି l କମ୍ପାନୀ କିଛି ଦିନ ପୂର୍ବରୁ ନିଜର ଏହି ବ୍ରାଣ୍ଡରୁ ଫେୟାର ଶବ୍ଦ ହଟାଇବାର ନିର୍ଣ୍ଣୟ ନେଇଥିଲା l FMCG କମ୍ପାନୀ ହିନ୍ଦୁସ୍ତାନ ୟୂନିଲିଭରରେ ବର୍ତ୍ତମାନ ନିଜର ଏହି କ୍ରିମର ନୂଆ ବ୍ରାଣ୍ଡିଂ ଆରମ୍ଭ କରିଛି l ଏହା ପୂର୍ବରୁ ଗୋରା ରଙ୍ଗ ପାଇବା ପାଇଁ ଦର୍ଶକଙ୍କ ପାଖରେ ବହୁଳ ମାତ୍ରାରେ ଚାହିଦା ରାହିଥିଲା ଓ ବିକ୍ରି ମଧ୍ୟ ହୋଇଥିଲା l କିନ୍ତୁ ବର୍ତ୍ତମାନ କମ୍ପାନୀ କହୁଛି ଗୋଟିଏ ସକାରାତ୍ମକ ଦୃଷ୍ଟି କୋଣରୁ ଏହାର ନାମ ପରିବର୍ତ୍ତନ କରାଯାଇଛି l କମ୍ପାନୀ ପୁରୁଷ ମାନଙ୍କ ପାଇଁ ଯେଉଁ କ୍ରିମ ବାହାର କରିବ ତାର ନାମ ଗ୍ଲୋ ଆଣ୍ଡ ହ୍ୟାଣ୍ଡସମ ରଖିବ l
କେବେ ବଜାରକୁ ଆସିବ
ହିନ୍ଦୁସ୍ତାନ ୟୂନିଲିଭରର କହିବା ଅନୁସାରେ ଆସନ୍ତା କିଛି ମାସ ମଧ୍ୟରେ ଗ୍ଲୋ ଆଣ୍ଡ ଲଭଲି ଭାରତର ବଜାରରେ ପହଞ୍ଚିଯିବ l ଏହା ପରେ ନୂଆ ଢଙ୍ଗରେ ଏହାର ପ୍ରମୋସନ କରାଯିବ l ଗତ ଜୁନ ୨୫ ତାରିଖରେ ହିନ୍ଦୁସ୍ତାନ ୟୂନିଲିଭର ଘୋଷଣା କରିଥିଲାଯେ ଭାରତରେ ପ୍ରସିଦ୍ଧି ଲାଭ କରିଥିବା ଫେୟାର ଆଣ୍ଡ ଲଭଲି ଲୋକପ୍ରିୟ କ୍ରିମିରୁ ଫେୟାର ଶବ୍ଦଟି ହଟାଇଦେବା କମ୍ପାନୀ କହିଛି ଯେ ଏଥିପାଇଁ ଆବଶ୍ୟକ ନିୟମକୁ ଗ୍ରହଣ କରି ନିଷ୍ପତି ନିଆଯିବ l
ହିନ୍ଦୁସ୍ତାନ ୟୂନିଲିଭର ବ୍ରିଟେନର ବହୁରାଷ୍ଟ୍ରୀୟ କମ୍ପାନୀ ୟୂନିଲିଭର PLC ର ଏକ ସବ୍ସିଡ଼ିଆରି ଅଟେ l କମ୍ପାନୀର କଣ୍ଟ୍ରୋଲର ଜେନେରାଲ ଡିଜାଇନ ଓ ଟ୍ରେଡ଼ମାର୍କ ପାସ ପାଇଁ ଆବେଦନ କରିଛନ୍ତି l
.