Odisha news

ପ୍ରଧାନମନ୍ତ୍ରୀଙ୍କ ଲାଦଖ ଗସ୍ତରେ ସୈନ୍ୟ ମାନଙ୍କର ମନୋବଳ ବଢ଼ିଲା

0

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଉତେଜନା ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଠାତ ଲାଦଖ ଗସ୍ତରେ ଯାଇଛନ୍ତି l ତାଙ୍କ ସହିତ CDS ବିପିନ ରାବତ ଓ ଅନ୍ୟ ଜଣେ ବରିଷ୍ଠ ଅଧିକାରୀ ଲାଦଖ ଗସ୍ତରେ ଅଛନ୍ତି l ପ୍ରଧାନମନ୍ତ୍ରୀ ମୋଦି ସୀମାରେ ଥିବା ନିମ୍ବୁକୁ ପରିଦର୍ଶନ କରିଛନ୍ତି l ଆଜି ତାଙ୍କର ଏହି ଗସ୍ତ ଅଚାନକ ଭାବରେ ସ୍ଥିର ହୋଇଥିଲା l ସେଠାରେ ପହଞ୍ଚି ମୋଦି ସ୍ଥଳସେନା,ବାୟୁସେନା ଓ ITBP ସୈନ୍ୟ ମାନଙ୍କ ସହିତ ସାକ୍ଷାତ କରିଥିଲେ l

ଲାଦଖସ୍ଥିତ ନିମ୍ବୁ ୧୧ ହଜାର ଫୁଟ ଉଚରେ ଅବସ୍ଥିତ ,ଏହାକୁ ଏକ କଠିନ ସ୍ଥାନବୋଲି ଗଣନା କରାଯାଏ l ରକ୍ଷାମନ୍ତ୍ରୀ ରାଜନାଥ ସିଂ ଗୁରୁବାର ଦିନ ଲାଦଖ ଗସ୍ତରେ ଯାଇଥାନ୍ତେ,କିନ୍ତୁ ଏହା ସ୍ଥଗିତ ହୋଇଥିଲା l ରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହି ଗସ୍ତରେ ଭାରତ ସୀମାରେ ସୈନ୍ୟ ମାନଙ୍କର ସ୍ଥିତି ବିଷୟରେ ଅନୁଧ୍ୟାନ କରିଥାନ୍ତେ l ରକ୍ଷାମନ୍ତ୍ରୀଙ୍କ ସହିତ ସ୍ଥଳସେନାର ମୁଖ୍ୟ ନରବନେ ମଧ୍ୟ ଗସ୍ତ କରିଥାନ୍ତେ l ଏହା ରକ୍ଷାମନ୍ତ୍ରୀଙ୍କର ପ୍ରଥମ ଲାଦଖ ଗସ୍ତ ହୋଇଥାନ୍ତା l ସେଠାରେ ସେ ସୈନ୍ୟମାନଙ୍କର ମନବଳ ବଢାଇବା ପାଇଁ ଗସ୍ତ କରିଥାନ୍ତେ l କିନ୍ତୁ ଚର୍ଚା ହେଉଛି ଯେ ରକ୍ଷାମନ୍ତ୍ରୀଙ୍କର ଏହି ଗସ୍ତ ଆଉଦିନେ ସ୍ଥିର କରାଯିବ l

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ଦ୍ୱାରା ସୈନିକ ମାନଙ୍କର ମନବଳ ବଢିଛି lଭାରତ ଚୀନର ସୀମା ବନ୍ଦେ ମାତରମ ଧ୍ୱନିରେ କମ୍ପିବାକୁ ଲାଗିଲା l ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ସୈନ୍ୟ ମାନଙ୍କୁ ସମ୍ବୋଧନ କରି କହିଥିଲେ ଶୌର୍ଯ୍ୟ ଓ ମା ଭାରତୀଙ୍କର ମାନସମ୍ମାନ ପାଇଁ ଆପଣ ମାନଙ୍କର ସମର୍ପଣ ଅତୁଳନୀୟ l ଯେଉଁ କଠିନ ପରିସ୍ଥିତିରେ ଆପଣ ମାନେ ଭାରତ ମାତାଙ୍କର ଓ ଭାରତ ବାସୀଙ୍କର ସେବା କରୁଛନ୍ତି ଏହାର କୌଣସି ତୁଳନା ବିଶ୍ୱରେ ନାହିଁ l ବର୍ତମାନ ଆପଣମାନେ ଓ ଅପାଙ୍କ ସାଥିମାନେ ଯେଉଁ ବିରାଟ ଦେଖାଇଛନ୍ତି ତାହା ସାରା ବିଶ୍ୱକୁ ଗୋଟିଏ ସନ୍ଦେଶ ଦେଉଛି ଯେ ଭାରତର ଶକ୍ତି ତାର ସୈନ୍ୟ ଅଟନ୍ତି l ଗଲୱାନ ଘାଟିରେ ସହିଦ ହୋଇଥିବା ବୀର ପୁତ୍ର ମାନଙ୍କୁ ମୁଁ ଆଜି ଆଉ ଥରେ ଶ୍ରଦ୍ଧାଞ୍ଜଳି ଦେଉଛି l ସେଠାରେ ସେ ସୈନ୍ୟ ମାନଙ୍କ ସହିତ ସମୟ ବିତାଇ ସୀମାର ପରିସ୍ଥିତି ବିଷୟରେ ଆଳାପ କରିଥିଲେ l

Leave A Reply

Your email address will not be published.