ଭୁବନେଶ୍ୱର, ୨୬ ଅଗଷ୍ଟ : ସମ୍ଭବ ପକ୍ଷରୁ ଓଡିଶାରେ ମଦ ବିରୋଧୀ ଆନ୍ଦୋଳନକୁ ତ୍ୱରାନିତ କରିବା ଲକ୍ଷ୍ୟରେ ଏକ ଫେସବୁକ ଲାଇଭ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପର୍ଯ୍ୟାୟ ଭିତିକ ଭାବେ ଆୟୋଜନ ହେଉଥିବା ଏହି କାର୍ଯ୍ୟକ୍ରମରେ ମଦ ବିରୋଧରେ କାର୍ଯ୍ୟ କରୁଥିବା ଅନେକ କର୍ମକର୍ତା ଏଥିରେ ଭାଗନେଇ ନିଜର ଅଭିବ୍ୟକ୍ତି ପ୍ରଦାନ କରୁଛନ୍ତି ।
ସଂପ୍ରତି କରୋନା ମହାମାରୀ ହେତୁ ମଦ ବିରୋଧୀ ଆନ୍ଦୋଳନ ଟିକେ ଧିମେଇ ଯାଇଛି, ସମ୍ଭବର ଏହି ଅଭିନବ ପ୍ରୟାସ ମାଧ୍ୟମରେ ସଂଗଠନ ବିଭିନ୍ନ ଜିଲ୍ଲା ଏବଂ ବ୍ଲକରେ କାର୍ଯ୍ୟ କରୁଥିବା ମଦ ବିରୋଧୀ ସଂଗଠନ ଏବଂ କାର୍ଯ୍ୟକର୍ତାଙ୍କୁ ଏକାଠି କରୁଛି । ଏ ବିଷୟରେ ସୂଚନା ଦେଇ ସମ୍ଭବର ସଦସ୍ୟ ଶ୍ରୀ ମିଲନ ନାୟକ କହିଛନ୍ତି ଯେ, “କରୋନା ମହାମାରୀ ହେତୁ ଏବେ କୌଣସି ଆନ୍ଦୋଳନ କିମ୍ବା କାର୍ଯ୍ୟକ୍ରମ ସମ୍ଭବ ହେଉନଥିବା ହେତୁ ଆମେ ଏହି ଫେସବୁକ ଲାଇଭ ମାଧ୍ୟମରେ ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ବ୍ଲକରେ କାର୍ଯ୍ୟ କରୁଥିବା ମଦ ବିରୋଧୀ ଭାଇ ଏବଂ ଭଉଣୀଙ୍କ ସ୍ୱରକୁ ସରକାରଙ୍କ ନିକଟରେ ପହଂଚାଇବାର ଲକ୍ଷ୍ୟ ରଖିଛୁ । ଏହି ପର୍ଯ୍ୟାୟ ଭିତିକ କାର୍ଯ୍ୟକ୍ରମରେ ବର୍ତମାନ ସୁଧା ତିନୋଟି ପର୍ଯ୍ୟାୟ ଫେସବୁକ ଲାଇଭ ଅନୁଷ୍ଠିତ ହୋଇଛି । ଅଂଶ ଗ୍ରହଣକାରୀଙ୍କ ମଧ୍ୟରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ସଂଗଠନ ସଂପାଦକ ଇଂ କାହ୍ନୁଚରଣ ବେହୁରା, କସ୍ତୁରବା ଗାନ୍ଧୀ ରାଷ୍ଟ୍ରୀୟ ସ୍ମାରକ ନିଧିର ସ ।ଳିକା ଶ୍ରୀମତୀ କବିତା ରାଣୀ ପରିଡା ଏବଂ ହଂକଂ ବିଶ୍ୱ ବିଦ୍ୟାଳୟରେ ଗବେଷଣା ବିଷାରଦ ଏବଂ ଶିକ୍ଷାବିତ୍ ଡଃ ଧନଦାକାନ୍ତ ମିଶ୍ର ଆଦି ଅନ୍ତର୍ଭୁକ୍ତ । ”
ଏହି ଫେସବୁକ ଲାଇଭ କାର୍ଯ୍ୟକ୍ରମର ବିଗତ ଏବଂ ଆଗାମୀ ପର୍ଯ୍ୟାୟ ଗୁଡିକର ଭିଡିଓ ଦେଖିବା ପାଇଁ ଆପଣ ସମ୍ଭବର ଫେସବୁକ ପେଜକୁ ଯାଇ ପାରିବେ । ଏହା ସହ ବିଭିନ୍ନ ଜିଲ୍ଲା ଏବଂ ବ୍ଲକରେ ମଦ ବିରୋଧରେ କାର୍ଯ୍ୟ କରୁଥିବା ମଦ ବିରୋଧୀ ସଂଗଠନ କିମ୍ବା ବ୍ୟକ୍ତି ବିଶେଷମାନେ ଏହି ଦୁଇଟି ୯୭୭୭୪୧୪୪୭୬, ୭୭୪୯୮୨୭୭୮୬ ନମ୍ବରରେ ଯୋଗାଯୋଗ କରି ଫେସବୁକ ଲାଇଭ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିପାରିବେ ।
‘ସମ୍ଭବ’ ଏକ ସାମାଜିକ ସଂଗଠନ ଭାବେ ମଦ ସମେତ ବିଭିନ୍ନ ସାମାଜିକ ସମସ୍ୟା ଉପରେ ସର୍ବଦା ସ୍ୱର ଉତୋଳନ କରି ଆସୁଛି । ଏହ ମର୍ମରେ ଓଡିଶାରେ ମଦର କରାଳ ଋପକୁ ହୃଦଙ୍ଗମ କରି ସଂଗଠନ ମଦ ବିରୋଧରେ ଅଂଟା ଭିଡିଛି । ସଂଗଠନରେ ଏହାର ୧୦୦ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତାଙ୍କ ଜରିଆରେ ସାରା ଓଡିଶାରେ ନିଜ କାର୍ଯ୍ୟକ୍ରମ ମାନ ଆୟୋଜନ କରିଆସୁଛି ।