Odisha news

ଆମେରିକାର ପାକିସ୍ତାନ ପାଇଁ ବଡ଼ ଘୋଷଣା, ଭାରତ ପାଇଁ ଝଟକା

0

ନୂଆଦିଲ୍ଲୀ : ବାଇଡେନ ପ୍ରଶାସନ ପାକିସ୍ତାନ ର F – 16 ଫାଇଟର ଜେଟ ପାଇଁ ୪୫ କୋଟି ଡଲାର ର ସହାୟତା ରାଶିକୁ ମଞ୍ଜୁରୀ ଦେଇଛି l ଆମେରିକାର ବିଦେଶ ମନ୍ତ୍ରଣାଳୟ କହିଛି ଯେ ଏହି ବିତିୟ ସହାୟତା ରୁ ପାକିସ୍ତାନ ରକ୍ଷା କ୍ଷେତ୍ର ରେ ନିଜର ବର୍ତମାନର ଆବଶ୍ୟକତା କୁ ପୁରା କରିବାରେ କ୍ଷମତାକୁ ପ୍ରସ୍ତୁତ ରଖିବ l ଆମେରିକୀୟ ଡିଫେନ୍ସ  ସିକ୍ୟୁରିଟି କର୍ପୋରେସନ ଏଜେନ୍ସି ବୁଧବାର ଦିନ ଏହିଦିନ ସୂଚନା ଦେଇଥିଲେ l ସୂଚନା ମୁତାବକ ପାକିସ୍ତାନ କୁ ଆମେରିକା ପକ୍ଷରୁ ଯୁଦ୍ଧ ବିମାନ ଏଫ 16 ର ଉପକରଣ କୁ ରକ୍ଷଣାବେକ୍ଷଣ ପାଇଁ ଏତେ ବଡ଼ର ସହାୟତା ରାଶି ଦିଆ ଯାଇ ଥିବାରୁ ଭାରତ ପାଇଁ ଗୋଟିଏ ଝଟକା ହୋଇଛି l

କିନ୍ତୁ ଆମେରିକା ପକ୍ଷରୁ କୁହାଯାଇଛି ଯେ ଏହାଦ୍ୱାରା କ୍ଷେତ୍ରରେ ରେ ସୈନ୍ୟ ସନ୍ତୁଳନ ଉପରେ କୌଣସି ପ୍ରଭାବ ପଡିବ ନାହିଁ l ୨୦୧୮ ପର ଠାରୁ ପାକିସ୍ତାନ କୁ ଆମେରିକା ପକ୍ଷରୁ ଏହା ପ୍ରଥମ ବଡ ସୁରକ୍ଷା ସହାୟତା ଅଟେ l ୨୦୧୮ ରେ ଆମେରିକା ର ତତ୍କାଳୀନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ପାକିସ୍ତାଙ୍କ କୁ ଦିଆ ଯାଇଥିବା ସୁରକ୍ଷା ସହାୟତା ଉପରେ ରୋକ ଲଗାଇ ଥିଲେ l ଟ୍ରମ୍ପ କହିଥିଲେ ଆତଙ୍କବାଦ ବିରୁଦ୍ଧରେ ଆମେରିକା ର ଯୁଦ୍ଧ ରେ ପାକିସ୍ତାନ ସହଯୋଗ କରୁନାହିଁ l ଆମେରିକା କଂଗ୍ରେସ ପକ୍ଷରୁ ଜାରି କରାଯାଇ ଥିବା ନୋଟିଫିକେସନ ଅନୁସାରେ, ପାକିସ୍ତାନ କୁ ଦିଆଯାଇ ଥିବା ସୁରକ୍ଷା ସହାୟତାରେ କୌଣସି ପ୍ରକାରର ହତିଆର ଓ ଯୁଦ୍ଧ ସାମଗ୍ରୀକୁ ସାମିଲ କରାଯାଇ ନାହିଁ l

Leave A Reply