ଚେନ୍ନାଇ,୩ା୯(ଏଜେନ୍ସି): ଭାରତର ପ୍ରଥମ ଗ୍ରାଣ୍ଡମାଷ୍ଟର ଭାବେ ପି ଇନ୍ୟାନ୍ ବିଶ୍ୱ ଓପନ ଚେସ୍ ଟୁର୍ଣ୍ଣାମେଣ୍ଟ ଟାଇଟଲ ଜିତିଛନ୍ତି । ଗତ ମାସ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଗୁରୁବାର ଅଫିସିଆଲ ଭାବେ ଆୟୋଜକ ପ୍ରତିଯୋଗିତାର ଫଳାଫଳ ଘୋଷଣା କରିଛନ୍ତି । କରୋନା ମହାମାରୀ କାରଣରୁ ୪୮ ବର୍ଷ ପୁରୁଣା ଚେସ୍ ପ୍ରତିଯୋଗିତା ଏଥର ଫ ି ଲ । େ ଡ ଲ ଫ ି ଅ । େ ର ଅନ୍ଲାଇନ୍ରେ ଅନୁଷ୍ଠିତ ହୋଇଥିଲା । ଏହି ୯ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତା କ୍ଲାସିକାଲ ଟାଇମ୍ କଣ୍ଟ୍ରୋଲରେ ଖେଳାଯାଇଥିଲା । ଭାରତର ଇନ୍ୟାନ ଏବଂ ରୁଷିଆ ଗ୍ରାଣ୍ଡ ମାଷ୍ଟର ସୁଜିରୋ ସାନନ ୭.୫ ପଏଣ୍ଟ ସହ ମିଳିତ ଭାବେ ପ୍ରଥମ ସ୍ଥାନରେ ଥିଲେ । ଭଲ ଟାଇବ୍ରେକର ସ୍କୋର ଯୋଗୁଁ ଇନ୍ୟାନଙ୍କୁ ଆୟୋଜକ ବିଜେତା ଘୋଷିତ କରିଛନ୍ତି । ଇନ୍ୟାନ ପ୍ରଥମ ରାଉଣ୍ଡ ଡ୍ର’ ସହ ଅଭିଯାନ ଆରମ୍ଭ କରିଥିଲେ । ଏହାର ପରବର୍ତ୍ତୀ ୬ଟି ମ୍ୟାଚ୍ରେ କ୍ରମାଗତ ବିଜୟ ସହ ବିଜେତା ବନିବାକୁ ହକ୍ଦାର ହୋଇଥିଲେ ।
