Odisha news

ପାକିସ୍ତାନ ବିପକ୍ଷ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷିତ

0

ଲଣ୍ଡନ,୨୯ା୭(ଏଜେନ୍ସି): ଦିନକ ଆଗରୁ େୱଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ଇଂଲଣ୍ଡ ୨-୧ରେ ବିଜୟୀ ହୋଇଥିଲା । ତେବେ ଅଗଷ୍ଟ ୫ରୁ ପାକିସ୍ତାନ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ପାଇଁ ଇଂଲଣ୍ଡ ପ୍ରସ୍ତୁତି ଆରମ୍ଭ କରିଦେଇଛି । ବୁଧବାର ଇଂଲଣ୍ଡ ଓ େୱଲ୍ସ କ୍ରିକେଟ୍‌ ବୋର୍ଡ ୧୪ ଜଣିଆ ଦଳ ଘୋଷଣା କରିଛି । ଅର୍ଥାତ୍‌ େୱଷ୍ଟଇଣ୍ଡିଜ୍‌ ବିପକ୍ଷରେ ଖେଳିଥିବା ଇଂଲଣ୍ଡ ଦଳ ଏହି ଶୃଙ୍ଖଳା ପାଇଁ ଅପରିବର୍ତ୍ତିତ ରହିଛି । କରୋନା ସତ୍ତେ୍ୱ ପ୍ରଥମ ଅନ୍ତର୍ଜାତୀୟ ଶୃଙ୍ଖଳାରେ ଇଂଲଣ୍ଡ ବିଜୟ ହାସଲ କରି ଅଭିଯାନ ଆରମ୍ଭ କରିଛି । ଗତ ମଙ୍ଗଳବାର ଇଣ୍ଡିଜ୍‌ ବିପକ୍ଷ ମାଞ୍ଚେଷ୍ଟର ତୃତୀୟ ଟେଷ୍ଟରେ ଇଂଲଣ୍ଡ ୨୬୯ ରନ୍‌ ବ୍ୟବଧାନରେ ବିଜୟୀ ହୋଇଥିଲା । ସାଉଥମ୍ପଟନ୍‌ ପ୍ରଥମ ଟେଷ୍ଟରେେ ୱଷ୍ଟଇଣ୍ଡିଜ୍‌ ଜିତିଥିଲା । କିନ୍ତୁ ଦ୍ୱିତୀୟ ମ୍ୟାଚ୍‌ରେ ଅଲ୍‌ରାଉଣ୍ଡର ବେନ୍‌ଷ୍ଟୋକ୍ସଙ୍କ ଜମାଣିଆ ପ୍ରଦର୍ଶନ ଯୋଗୁଁ ଇଂଲଣ୍ଡ ବିଜୟୀ ହୋଇ ଶୃଙ୍ଖଳାକୁ ୧-୧ ସ୍ଥିତିକୁ ଆଣିଥିଲା । ତେବେ ତୃତୀୟ ମ୍ୟାଚ୍‌ରେ ଷ୍ଟୁଆର୍ଟ ବ୍ରଡ ଦୁଇଟି ଇନିଂସ୍‌ରେ ୧୦ ୱିକେଟ୍‌ ଅକ୍ତିଆର କରି ଇଣ୍ଡିଜ୍‌ର ଜବନିକା ଟାଣିଥିଲେ । ଦଳ ବିଜୟଧାରାରେ ଥିବାରୁ ପାକିସ୍ତାନ ବିପକ୍ଷ ଶୃଙ୍ଖଳା ପାଇଁ କୌଣସି ପରିବର୍ତ୍ତନ କରାଯାଇନାହିଁ । ୧୪ ଜଣିଆ ଦଳ ବ୍ୟତୀତ ଜେମ୍ସ ବ୍ରାସେ, ବେନ ଫୋକ୍ସ, ଜ୍ୟାକ୍‌ ଲିଚ୍‌ ଏବଂ ଡାନ୍‌ ଲୌରେନ୍ସଙ୍କୁ ରିଜର୍ଭ ଖେଳାଳି ଭାବେ ଦଳରେ ନିଆଯାଇଛି । ଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ ଭଳି ପାକିସ୍ତାନ ସହ ବାୟୋ ସୁରକ୍ଷିତ ବବୁଲରେ ଏହି ଶୃଙ୍ଖଳା ଖେଳାଯିବ । ଖୁବ୍‌ କମ୍‌ ସଂଖ୍ୟକ ଦର୍ଶକଙ୍କୁ ଏହି ମ୍ୟାଚ୍‌ ଦେଖିବା ପାଇଁ ଅନୁମତି ମିଳିବ । ନିକଟରେ କାଉଣ୍ଟିଂ କ୍ରିକେଟ୍‌ ଦେଖିବା ପାଇଁ ସ୍ୱଳ୍ପ ସଂଖ୍ୟକ ଦର୍ଶକଙ୍କୁ ଅନୁମତି ମିଳିଥିଲା । ଟେଷ୍ଟ ଶୃଙ୍ଖଳା ପୂର୍ବରୁ ଇଂଲଣ୍ଡ ଦଳ ଆୟର୍ଲାଣ୍ଡ ବିପକ୍ଷରେ ୩ଟି ଏକଦିବସୀୟ ମ୍ୟାଚ୍‌ ଖେଳିବ । ଅଗଷ୍ଟ ୫ରୁ ମାଞ୍ଚେଷ୍ଟରରେ ପ୍ରଥମ ଟେଷ୍ଟ, ଅଗଷ୍ଟ ୧୩ରୁ ୧୭ ତାରିଖ ଦ୍ୱିତୀୟ ଏବଂ ଅଗଷ୍ଟ ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ସାଉଥମ୍ପଟନ୍‌ରେ ତୃତୀୟ ମ୍ୟାଚ୍‌ ଖେଳାଯିବ । ଇଂଲଣ୍ଡ ଦଳ: ଜୋ ରୁଟ୍‌ (ଅଧିନାୟକ), ବେନ୍‌ ଷ୍ଟୋକ୍ସ, ରୋରି ବ୍ରୁନ୍ସ, ଜୋସ୍‌ ବଟ୍ଟଲର, ଜ୍ୟାକ୍‌ କ୍ରାଉଲି, ଓଲି ପୋପ, ଡମ୍‌ ଶିବଲେ, ଜେମ୍ସ ଆଣ୍ଡରସନ୍‌, ଜୋଫ୍ରା ଆର୍ଚର, ଡୋମିନିକ ବିଜ୍‌, ଷ୍ଟୁଆର୍ଟ ବ୍ରଡ, ସାମ କୁରନ, କ୍ରିସ୍‌ ୱକ୍ସ ଓ ମାର୍କ ଉଡ୍‌ ।

Leave A Reply