Odisha news

ବଜାରରେ ମିଳୁଥିବା ଏନର୍ଜି ଡ୍ରିଙ୍କ ରେ ରହିଛି ଶୁକ୍ରାଲୋଜ୍, ଯାହା ଶରୀର କୁ ମାରାତ୍ମକ ବ୍ୟାଧି ରେ ପୀଡ଼ିତ କରିଥାଏ

0
କିଛି ଲୋକ ଇନ୍ସ୍ତାଣ୍ଟ ଏନର୍ଜି ପାଇବା ପାଇଁ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ଏନର୍ଜି ଡ୍ରିଙ୍କ ସେବନ କରି ଥାଆନ୍ତି । ଏନର୍ଜି ଡ୍ରିଙ୍କ ଶରୀର କୁ ଏନାର୍ଜେଟିକ୍ କରିବାରେ ସାହାଯ୍ୟ କରିଥାଏ , ଥକାପଣ ସହିତ ଦୁର୍ବଳତା ଦୂର କରିଥାଏ । ଏନର୍ଜି ଡ୍ରିଙ୍କ ର ସେବନ ସେହିମାନେ କରି ଥାଆନ୍ତି ଯେଉଁମାନେ ଜୀମ ଯାଇ ଥାଆନ୍ତି କିମ୍ବା ଅତ୍ୟଧିକ ବ୍ୟାୟାମ କରି ଥାଆନ୍ତି । ସେମାନେ ଏନର୍ଜି ଡ୍ରିଙ୍କ ଏଥିପାଇଁ ସେବନ କରନ୍ତି କାହିଁକି ନା ଜିମ ସମୟରେ ସହଜ ରେ ନିଜର ଥକାପଣ ଦୂର କରି ପାରିବେ । କଣ ଆପଣ କଣ ଜାଣିଛନ୍ତି ବଜାରରେ ମିଳୁଥିବା ଏହି ଏନର୍ଜି ଡ୍ରିଙ୍କ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ କେତେ କ୍ଷତି କାରକ ହୋଇପାରେ ।
* ନିକଟରେ ଗୋଟିଏ ଅଧ୍ୟୟନ ଅନୁସାରେ ଜଣା ପଡ଼ିଛି ଯେ ଏନର୍ଜି ଡ୍ରିଙ୍କ ରେ ମିଶା ଯାଉଥିବା ସ୍ଵୀଟ ନର୍ ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା କୁ ପ୍ରଭାବିତ କରିଥାଏ ।
* ବିଶେଷ ଭାବରେ ବଜାରରେ ମିଳୁଥିବା ବିଭିନ୍ନ ଏନର୍ଜି ଡ୍ରିଙ୍କସ ରେ ମଣିଷ ଶରୀର ବିରୋଧୀ ବିଭିନ୍ନ ରାସାୟନିକ ଦ୍ରବ୍ୟ ମିଶା ଯାଇଥାଏ ଯାହାକି ଆମକୁ ପ୍ରାଥମିକ ପର୍ଯ୍ୟାୟ ରେ ଶକ୍ତି ତ ଯୋଗାଇ ଥାଏ କିନ୍ତୁ ଅନ୍ୟ ପକ୍ଷରେ କ୍ୟାନ୍ସର ଭଳି ଦୁଃସାଧ୍ୟ ରୋଗ ର କାରଣ ମଧ୍ୟ ହୋଇଥାଏ ।
* ପ୍ରାୟ ବଜାରରେ ମିଳୁଥିବା ସମସ୍ତ ପାନୀୟ ରେ ଦୀର୍ଘ ସ୍ଥାୟୀ ପାଇଁ ପ୍ରିଯର୍ଭେଟିବ ମିଶା ଯାଇଥାଏ , ଯେପରିକି ଏହି ପାନୀୟ ଗୁଡ଼ିକ ଅନେକ ଦିନ ଧରି ସ୍ଥାୟୀ ଭାବରେ ରହି ପାରିବ । କିନ୍ତୁ ଏହି କେମିକାଲ ଆମ ପାଚନ ତନ୍ତ୍ର କୁ କ୍ଷତି ମଧ୍ୟ କରାଇଥାଏ ।
* ଅନ୍ୟ ଗୋଟିଏ ଅଧ୍ୟୟନ ରେ ବୈଜ୍ଞାନିକ ମାନେ ମତ ଦେଇଛନ୍ତି ଯେ ଏନର୍ଜି ଡ୍ରିଙ୍କ ରେ ନିର୍ଦ୍ଧିଷ୍ଟ ଭାବରେ ବ୍ୟବହାର ହେଉଥିବା ସୁକ୍ରା ଲୋଜ୍ ସେବନ ଦ୍ଵାରା ଶରୀର ରେ ହ୍ୱାଇଟ ବ୍ଲଡ ସେଲ୍ ଅକ୍ଟିଭ୍ ହେବାରେ ବାଧା ସୃଷ୍ଟି କରିଥାଏ । ଏହାଛଡା ମଧୁମେହ ଗ୍ରସିତ ବ୍ୟକ୍ତି ଙ୍କ ପାଇଁ କ୍ଷତିକାରକ ହୋଇଥାଏ ।
ଆସନ୍ତୁ ଜାଣିବା ଏନର୍ଜି ଡ୍ରିଙ୍କ ରେ ବ୍ୟବହାର ହେଉଥିବା ଶୁକ୍ରାଲୋଜ୍ କଣ -:
ଶୁକ୍ରାଲୋଜ୍ ଗୋଟିଏ ଅର୍ଟିଫିଶିଆଲ ସ୍ଵୀଟ ନର୍ ଅଟେ । ଯାହାକି ଚିନି ଠାରୁ ୬୦୦ ଗୁଣ ଅଧିକ ମିଠା ହୋଇଥାଏ ଓ ଏହାର ବ୍ୟବହାର ବିଭିନ୍ନ ଡ୍ରିଙ୍କସ୍ ଓ ଖାଦ୍ୟ ରେ କରାଯାଇ ଥାଏ । ନେଚର ଜର୍ଣାଲ ର ପବ୍ଲିଶ୍ ତଥ୍ୟ ଅନୁସାରେ କିଛି ମୂଷା ଙ୍କୁ ନେଇ ହୋଇଥିବା ଅଧ୍ୟୟନ ଅନୁସାରେ ଜଣା ପଡିଥିଲା ଯେ ଯେଉଁ ମୂଷା ମାନେ ଶୁକ୍ରାଲୋଜ୍ ସେବନ କରିଥିଲେ ସେମାନଙ୍କ ଶରୀର ରେ ହ୍ଵାଇଟ ବ୍ଲଡ ସେଲ୍ ଅର୍ଥାତ୍ ଶ୍ୱେତ ରକ୍ତ କୋଷିକା ସୃଷ୍ଟି ହୋଇ ନଥିଲା । ଶ୍ୱେତ ରକ୍ତ କୋଷିକା କ୍ୟାନ୍ସର ଠାରୁ ଆମକୁ ପ୍ରତିରୋଧ କରିବା ପାଇଁ ନିହାତି ଆବଶ୍ୟକ । ଏହାଛଡା ଈମ୍ୟୁନ୍ ସିଷ୍ଟମ ମଧ୍ୟ ପ୍ରଭାବିତ ର ଗୋଟିଏ କାରଣ ।
Nalco
Leave A Reply