Odisha news

ଯଦି ଆପଣ ଦୀର୍ଘ ଦିନ ପର୍ଯ୍ୟନ୍ତ ଭିଟାମିନ ଶପ୍ଲିମେଣ୍ଟ ସେବନ କରୁଛନ୍ତି ତେବେ ଏହିସବୁ ରୋଗ ର ସମ୍ମୁଖୀନ ହୋଇ ପାରନ୍ତି

0
ଦୁନିଆରେ ଅଧିକାଂଶ ଲୋକେ ବିଭିନ୍ନ ଶାରିରୀକ ସମସ୍ୟା କାରଣରୁ ବିଭିନ୍ନ ଭିଟାମିନ ସପ୍ଲିମେଣ୍ଟ ସେବନ କରି ଥାଆନ୍ତି । ଯଦି ଆପଣ ସେହି ମାନଙ୍କ ମଧ୍ୟରୁ ଜଣେ ତେବେ ଆପଣ ଏହି କଥା ନିହାତି ଜାଣିବା ଆବଶ୍ୟକ । ଆମ ମଧ୍ୟରେ ଅନେକ ଲୋକ ଏଭଳି ରହିଛନ୍ତି ଯିଏ କି ମଲ୍ଟି ଭିଟାମିନ , ଭିଟାମିନ ବି, କେ, ଡି , ବି 12 , ଜିଙ୍କ , ମଗ୍ନେଶୀୟମ , ଆଇରନ ପ୍ରଭୃତି ର ସପ୍ଲି ମେଣ୍ଟ ସେବନ କରି ଥାଆନ୍ତି । ସେମାନେ ଯେତେବେଳେ ଏହି ଭିଟାମିନ ର ସପ୍ଲୀ ମେଣ୍ଟ ଗୁଡ଼ିକୁ ସେବନ କରନ୍ତି ଭାବି ନିଅନ୍ତି ଯେ ସେମାନେ ଏହି ଶପ୍ଲିମେଣ୍ଟ ଗୁଡ଼ିକୁ ସେବନ କରିବା ଦ୍ୱାରା ତାଙ୍କ ଶରୀର ରେ ଯେଉଁ ପୋଷାକ ତତ୍ତ୍ଵ ର କମି ରହିଛି ତାହା ସଂପୂର୍ଣ୍ଣ ହୋଇଯିବ ଓ ତାଙ୍କ ଶାରିରୀକ ସମସ୍ୟା ମଧ୍ୟ ଠିକ୍ ହୋଇଯିବ । କିନ୍ତୁ ଗବେଷଣା କହୁଛି ଏହିସବୁ ସଫ୍ଲି ମେଣ୍ଟ ର ଓଭର୍ ଡୋଜ୍ ଶରୀର ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ । ଆସନ୍ତୁ ଜାଣିବା ଏହିସବୁ ଭିଟାମିନ ର ଶପ୍ଲିମେଣ୍ଟ ଆପଣଙ୍କ ପାଇଁ କେତେ ହିତକର ।
* ଗବେଷଣା ଅନୁସାରେ କ୍ୟାଲସିୟମ ଶପ୍ଲିମେଣ୍ଟ ଯେପରିକି ଭିଟାମିନ ଡି ର ଅଧିକ ସେବନ ଦ୍ଵାରା କିଡନୀ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ । ନିଜ ଇଚ୍ଛା ଅନୁସାରେ କୌଣସି ଭିଟାମିନ ଶପ୍ଲିମେଣ୍ଟ ସେବନ କରିବା ଉଚିତ୍ ନୁହେଁ । ଏହାଛଡା ଭୋକ ନାଲଗିବା ଓ ବ୍ୟାଡ କୋଲେଷ୍ଟ୍ରାଲ୍ ବୃଦ୍ଧି ର ମଧ୍ୟ କାରଣ ହୋଇଥାଏ ।
* ଖୁବ୍ ଅଧିକ ମଗ୍ନେଶୀୟମ ଶପ୍ଲିମେଣ୍ଟ ସେବନ ଦ୍ଵାରା ପାଚନ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ । ଏହାଛଡା ହୃତ୍ ସ୍ପନ୍ଦନ ମଧ୍ୟ ଖୁବ୍ ଅଧିକ ବୃଦ୍ଧି ହୋଇ ଯାଇଥାଏ ।
* ଭିଟାମିନ ସି ଓ ଆଇରନ ଶପ୍ଲିମେଣ୍ଟ ଅଧିକ ସେବନ ଦ୍ଵାରା ଗ୍ୟାସଟ୍ରିକ୍ ଓ ଏସିଡିଟି ସମସ୍ୟା ଦେଖା ଦେଇଥାଏ । ଖାଦ୍ୟ ମଧ୍ୟ ଠିକ୍ ଭାବରେ ହଜମ ହୋଇ ନଥାଏ ।
* ଜିଙ୍କ୍ , ସେଲେନୀୟମ୍ ଓ ମଗ୍ନେଶୀୟମ ଶପ୍ଲିମେଣ୍ଟ ଅଧିକ ସେବନ ଦ୍ଵାରା କିଡନୀ ଉପରେ କ୍ଷତିକାରକ ପ୍ରଭାବ ପଡିଥାଏ । ଯାହା ଭବିଷ୍ୟତ ରେ ବିଷମ ରୋଗ ର କାରଣ ହୋଇଥାଏ ।
* ଏହି ଅଧ୍ୟୟନ ରେ କୁହାଯାଇ ଥିଲା ଯେ ଯଦି ଆପଣ ଭିଟାମିନ ଶପ୍ଲିମେଣ୍ଟ ସେବନ ଅତ୍ୟଧିକ କରୁଛନ୍ତି ତେବେ ସେଥିପାଇଁ ଡାକ୍ତର ଙ୍କୁ ପ୍ରତି ମାସରେ ସାକ୍ଷାତ କରନ୍ତୁ ଓ ଡାକ୍ତର ଙ୍କ ପରାମର୍ଶ ରେ କେତେ ଦିନ ସେବନ କରିବେ ସେଥି ପ୍ରତି ଧ୍ୟାନ ଦିଅନ୍ତୁ ।
* ଦୀର୍ଘ ଦିନ ପର୍ଯ୍ୟନ୍ତ ଭିଟାମିନ ଶପ୍ଲିମେଣ୍ଟ ସେବନ କରିବା ବଦଳରେ ପୋଷାକ ତତ୍ତ୍ଵ ଯୁକ୍ତ ଖାଦ୍ୟ ସେବନ କରିବା ଆବଶ୍ୟକ । ଯେପରିକି ସବୁଜ ପନିପରିବା ଓ ସତେଜ ଫଳମୂଳ ନିୟମିତ ସେବନ କରିବା ଦ୍ୱାରା ଏହିସବୁ ଶପ୍ଲିମେଣ୍ଟ ର କମି ଶରୀର ପାଇଁ ରହିବ ନାହିଁ ।
Nalco
Leave A Reply