Odisha news

୫୦ ଲକ୍ଷ ଟଙ୍କାରେ ବିକ୍ରି ହେଉଛି “ଏଲିଅନ”ପଥର : କାହିଁକି ହୋଇଛି ଏତେ ମାହାଙ୍ଗା , ଆସନ୍ତୁ ଜାଣିବା

ନୂଆଦିଲ୍ଲୀ : ସାଧାରଣତଃ ଲୋକମାନେ ଘରର ସଜାସଯ୍ୟ ପାଇଁ କ୍ରିଷ୍ଟାଲର ବିଭିନ୍ନ ପ୍ରକାରର ବଲ କିଣିଥାନ୍ତି ,ଏହା କାଚରେ ପ୍ରସ୍ତୁତ କରାଯାଇଥାଏ ଓ ଦେଖିବାକୁ ଗୋଲାକାର ଅଟେ l କଣ ଆପଣ ଏହିଭଳି କ୍ରିଷ୍ଟାଲ୍ ବଲ କିଣିବାକୁ ପସନ୍ଦ କରିବେ ,ଯେଉଁଥିରେ ଉଲ୍କା ପିଣ୍ଡ ଓ ଅନ୍ତରୀକ୍ଷରୁ ଖସିଥିବା ଏଲିଅନ ପଥର ଲଗା ଯାଇଥିବ l ଏହି ପଥର ମାନଙ୍କ ମଧ୍ୟରୁ କିଛି ପଥର ଚମକୁ ଥିବାର ଦେଖା ଯାଇଥାଏ l କିଛି ଖଦ ଖଦଡିଆ ଓ କୋଟି କୋଟି ବର୍ଷ ପୁରୁଣା ପଥର ରହିଛି l ଏହି ସବୁ ପଥର ଗୁଡିକୁ ଗୋଟିଏ କାଚର ବଲରେ ଗଢ଼ା ଯାଇଛି ,କାରଣ ଏହାର ନିଲାମ ସୁବିଧାରେ ହୋଇ ପାରେ l

ଦୁନିଆରେ ଅନ୍ତରୀକ୍ଷରୁ ଖସିଥିବା ଉଲ୍କା ପିଣ୍ଡ ଓ ବିଭିନ୍ନ ପଥରର ଖଣ୍ଡକୁ ନେଇ ପ୍ରସ୍ତୁତ କରାଯାଇଥିବା କ୍ରିଷ୍ଟାଲ୍ ପଥରର ନିଲାମି ପ୍ରସିଦ୍ଧ ନିଲାମୀ ହାଉସ କ୍ରିଷ୍ଟିଜ କରୁଛି l ନିଲାମୀର ପ୍ରକ୍ରିୟା ଅନଲାଇନରେ ଆରମ୍ଭ ହୋଇଛି l ଏହା ଫେବୃଆରୀ ୫ ତାରିଖରୁ ଆରମ୍ଭ ହୋଇଛି ଓ ୨୩ ଫେବୃଆରୀ ପର୍ଯ୍ୟନ୍ତ ଅନଲିନରେ ନିଲାମୀ ଡକାଯିବ l ଯଦି କେହି ବ୍ୟକ୍ତି ଏହି ବଲଟିକୁ କିଣିବାକୁ ଚାହିଁବେ ତେବେ କ୍ରିଷ୍ଟିଜଙ୍କ ସାଇଡକୁ ଯାଇ ଚେଷ୍ଟା କରିବେ l ଏହି କ୍ରିଷ୍ଟାଲ ବଲରେ ଅଧିକାଂଶ ପଥର ସିମେଚେନ ଉଲ୍କା ପିଣ୍ଡର ଅଟେ l ଏହି ଉଲ୍କା ପିଣ୍ଡଟି ସାଇବେରିଆରେ ୧୯୬୭ ମସିହା ଜୁନ ମାସରେ ଖସିଥିଲା l ଏଲିଅନର ଅର୍ଥ ଏହା ନୁହେଁକି ଏଲିଅନ ମାନେ ଦୁନିଆକୁ ଆସିଥିଲେ ,ଏହାର ଅର୍ଥ ହେଲା କିଛି ଏପରି ଅଦ୍ଭୁତ ପଥର ରହିଛି ଯାହା ପୃଥିବୀ ପୃଷ୍ଠର ନୂଆହେଁ l

ନିଲାମୀ ହାଉସ କ୍ରିଷ୍ଟିଜରେ କୁହାଯାଇଛି ଯେ ଏହି କ୍ରିଷ୍ଟାଲ୍ ବଲ ଭାରତୀୟ ମୁଦ୍ରାରେ ୨.୫୪ କୋଟି ପର୍ଯ୍ୟନ୍ତ ନିଲାମ ହୋଇପାରେ l ନିଲାମୀର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଲୋକ ମଧ୍ୟ ଏଥିରେ ଅନେକ ମାତ୍ରାରେ ଅଂଶଗ୍ରହଣ କରୁଛନ୍ତି l ଏପରି ମଧ୍ୟ ଏହି କ୍ରିଷ୍ଟାଲ୍ ବଲରେ ପଥର ରହିଛି ଯାହା ୧୯୪୭ ମସିହାରେ ପୃଥିବୀ ପୃଷ୍ଠରେ ଖସି ଥିଲା lଏହି କ୍ରିଷ୍ଟାଲ୍ ବଲରେ ବିଭିନ୍ନ ଆକାରର ପଥର ଖଣ୍ଡ ମାନ ଲଗା ଯାଇଛି l ଏଥିପାଇଁ ଏହାର ମୂଲ୍ୟ ଅଧିକ ଅଟେ କାରଣ ଏଥିରୁ ଏହା ଜଣାପଡୁଛି ଯେ ଆମର ସୌର ମଣ୍ଡଳ ,ଚନ୍ଦ୍ରମା ଓ ଅନ୍ୟ ଗ୍ରହ କିପରି ତିଆରି ହୋଇଛନ୍ତି l ସେଥିପାଇଁ ଅନ୍ତରୀକ୍ଷରୁ ଖସିଥିବା ଦୁର୍ଲଭ ପଥର ଖଣ୍ଡ ମାନଙ୍କୁ ନେଇ ଏହି ଏଲିଅନ ପଥରର ମୂଲ୍ୟ ଏତେ ଅଧିକ ଅଟେ l

Comments are closed.