Odisha news

କଫ ଦୋଷ ସମସ୍ୟାରୁ ରକ୍ଷା ପାଇବାକୁ ଚାହୁଁଥିଲେ : ଏହି ଆୟୁର୍ବେଦ ଉପାୟ ଓ ଖାଦ୍ୟ ପ୍ରଣାଳୀକୁ ଅବଲମ୍ବନ କରନ୍ତୁ

କଫ ଦୋଷ ପାଣି ସହିତ ଯୋଡ଼ା ହୋଇଛି l କଫ ଦୋଷ କାରଣରୁ ପାଖାପାଖି ଆମେ ମାନେ ୨୦ ପ୍ରକାରର ରୋଗର ଶିକାର ହୋଇଥାଉ l କଫ ଦୋଷ ଆମ ଶରୀରର ଭାର ,ଭିତର ଶକ୍ତିକୁ ଠିକରେ ରହିବାକୁ ଦେଇ ନଥାଏ l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେଯେ କଫ ଦୋଷ କାରଣରୁ ମୋଟାପା ,ଥାଇରଏଡ଼ ,ମୋତିଆ ବିନ୍ଦୁ ,କାନକୁ କମ ଶୁଣାଯିବା ,ଆଖି ଚାରିକଡ଼ କଳା ଦାଗ ରହିବ ଇତ୍ୟାଦି ସାମିଲ ରହିଛି l

* ଯଦି ଶରୀରରେ କଫ ଦୋଷ ଦୈନଦିନ ରହୁଛି ତେବେ କେତୋଟି ଆୟୁର୍ବେଦର ପଦ୍ଧତି ଆପଣାଇବା ଆବଶ୍ୟକ l ଯେପରିକି ଉଷୁମ ଖିରରେ ପିପଳି ପକାଇ ପିଇବା ଦ୍ବାରବ ଶରୀରରୁ ଥଣ୍ଡା କମିବା ସହିତ ଶରୀର ମଧ୍ୟ ହାଲୁକା ଲାଗିଥାଏ l

* କଫ ସବୁବେଳେ ରହୁଥିଲେ ଉଷୁମ କ୍ଷୀର ସହିତ ହଳଦୀ ଓ ସିଲାଜୀତ ମିଶାଇ ପିଇବା ଦ୍ୱାରା କଫ ଦୋଷ କାଟିବା ସହିତ ଶରୀର ମଧ୍ୟ ଫୁର୍ତି ଲାଗିବ l

* କଫ ଦୋଷ ରହୁଥିଲେ ଓ ଥଣ୍ଡା ଯୋଗୁ ଶରୀର ଭାରି ଲାଗୁଥିଲେ ଗିଲୋଇକୁ ପାଣିରେ ବତୁରାଈ ପ୍ରତେକ ଦିନ ପିଇବା ଦ୍ୱାରା କଫ ଦୋଷ କାଟିବା ସହିତ ଥଣ୍ଡା ମଧ୍ୟ ଛାଡି ଯାଇଥାଏ l ଥଣ୍ଡାକୁ ନେଇ ଏସିଡ଼ିଟି ସମସ୍ୟା ମଧ୍ୟ ଦେଖା ଦେଇଥାଏ l ସେପରି ସ୍ଥଳେ ଗିଲୋଇକୁ ସନ୍ଧ୍ୟା ସମୟରେ ପାଣିରେ ଉଷୁମ କରି ପିଅନ୍ତୁ l

* ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆମ ଶରୀରରୁ ଅଧିକାଂଶ ରୋଗ ପାଇଁ ଆଲୋଭେରା ଜୁସ ଲାଭ ଦାୟକ ଅଟେ l ଏପରି ସ୍ଥଳେ ଆମେ ଯଦି ଆଲୋଭେରା ଜୁସକୁ ଥଣ୍ଡା ,ଥାଇରଏଡ ଓ ଏସିଡ଼ିଟି ପାଇଁ ବ୍ୟବହାର କରିବା ତେବେ ଆମକୁ ଅନେକ ଲାଭ ମିଳିବ l

* ଥଣ୍ଡା ରହୁଥିଲେ ଆପଣ ନିଜ ଖାଦ୍ୟରେ ପ୍ରତେକ ଦିନ ବାଜାର ,ମକା ,ଗହମ ,ପାଳଙ୍ଗ ,ବ୍ରୋକଲି ,ମଟର ,ପନିର ,ଘୋଳଦହି ,ମହୁ ,ସମସ୍ତ ପ୍ରକାରର ଡାଲି ଓ ସୋରିଷ ତେଲକୁ ନିଜର ଦୈନଦିନ ଖାଦ୍ୟରେ ସାମିଲ କରି ପାରିବେ  l

Comments are closed.