Odisha news

ସଫଳତାର ପୁଞ୍ଜି : ଆୟଠାରୁ ଅଧିକ ବ୍ୟୟ କରୁଥିବା ବ୍ୟକ୍ତି ସର୍ବଦା ଅସୁବିଧାରେ ରହିଥାଏ

ଶାସ୍ତ୍ରରେ ଲେଖା ଯାଇଛି ବ୍ୟକ୍ତି ଧନକୁ ନେଇ ସର୍ବଦା ସଜାଗ ରହିବ ଆବଶ୍ୟକ ,କାରଣ ଧନ ଖରାପ ସମୟରେ ଗୋଟିଏ ଭଲ ମିତ୍ରର ଭୂମିକା ଗ୍ରହଣ କରିଥାଏ l ଗୀତାର ଉପଦେଶରେ ମଧ୍ୟ ଭଗବାନ ଶ୍ରୀ କୃଷ୍ଣ ସାଧନାର ପ୍ରୟୋଗ ବିଷୟରେ ବିଶେଷ ଧ୍ୟାନ ରଖିବାର କଥା କହିଛନ୍ତି l ବିଦ୍ୱାନ ମାନେ ଧନକୁ ଏକ ପ୍ରକାରର ସାଧନା ବୋଲି କହିଥାନ୍ତି l ସାଧନା ଯଦି ନଷ୍ଟ ହୋଇଯାଏ ଜୀବନରେ ସଙ୍କଟ ବଢି ଯାଇଥାଏ l

* ବିଦ୍ୱାନଙ୍କ ମତରେ ଧନର ବ୍ୟୟ ବ୍ୟର୍ଥରେ କରିବା ଉଚିତ ନୁହେଁ l ବ୍ୟର୍ଥରେ ଯେଉଁ ବ୍ୟକ୍ତି ଧନ ବ୍ୟୟ କରିଥାଏ ସେ ଆଗକୁ ଯାଇ ଦୁଃଖକୁ ସାମ୍ନା କରିଥାଏ l

* ଯେଉଁ ବ୍ୟକ୍ତି ଆବଶ୍ୟକତାଠାରୁ ଅଧିକ ଖର୍ଚ କରିଥାଏ ସେ ସର୍ବଦା ଧନର ଅସୁବିଧାର ଶିକାର ହୋଇଥାଏ l ସେଥିପାଇଁ ଧନ ସଞ୍ଚୟ କରିବା ବିଷୟରେ ସବୁବେଳେ ଚିନ୍ତା କରିବା ବଶ୍ୟକ l

* ଯେଉଁ ବ୍ୟକ୍ତି ଅପାତ୍ରରେ ଅଧିକ ଧନ ବ୍ୟୟ କରିଥାଏ ସେହି ବ୍ୟକ୍ତିର ଖରାପ ସମୟରେ ସମସ୍ତେ ହାତ ଛାଡି ଦେଇ ଥାନ୍ତି l ତେଣୁ ଅପାତ୍ରରେ ଧନ ବ୍ୟୟ କରିବା ପୂର୍ବରୁ ଚିନ୍ତା କରିବା ଆବଶ୍ୟକ l

* ଧନକୁ ସର୍ବଦା ଗୋଟିଏ କଥାର ଧ୍ୟାନ ରଖିବା ଉଚିତ କି ଧନକୁ କେବେବି ଅନ୍ୟ ବ୍ୟକ୍ତିର ଖରାପ ପାଇଁ ବ୍ୟବହାର କରିବା ଉଚିତ ନୁହେଁ ,କାରଣ ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାନ୍ତି l

* ଧନର ଉପଯୋଗ ଦୁଃଖୀ ,ରୋଗୀ ଓ ବୟସ୍କ ବ୍ୟକ୍ତି ମାନଙ୍କ ପାଇଁ କରିବା ଉଚିତ ଯାହା ଆମପାଇଁ ଅଧିକ ଆବଶ୍ୟକ ଅଟେ l ଏପରି କରୁଥିବା ବ୍ୟକ୍ତି ମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ସର୍ବଦା ରହିଥାଏ l

 

 

Comments are closed.