Odisha news

ମହିଳାଙ୍କ ଶେଷ ଇଛା : ନିଜର ଅନ୍ତେଷ୍ଟି କ୍ରିୟା ପୂର୍ବରୁ ରାମ ମନ୍ଦିରକୁ ଦେଲେ ୭ ଲକ୍ଷ ତାଙ୍କର ଅଳଙ୍କାର

ନୂଆଦିଲ୍ଲୀ : ରାମମନ୍ଦିର ନିର୍ମାଣ ପାଇଁ ଏମିତିରେ ଲୋକ ମାନଙ୍କ ପାଖରୁ ପାଣ୍ଠି ଏକତ୍ରିତ କରାଯାଉଛି ,କିନ୍ତୁ ଯୋଦ୍ଧପୁରରୁ ରାମ ଭକ୍ତିରେ ସମର୍ପିତ ଗୋଟିଏ ଏପରି ଘଟନ ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ l ଯୋଦ୍ଧପୁରରେ ରହୁଥିବା ଆଶା ବର୍ତ୍ତମାନ ଏହି ଦୁନିଆରେ ନାହାନ୍ତି କିନ୍ତୁ ମାରିବା ପୂର୍ବରୁ ସେ ନିଜର ଅଳଙ୍କାରକୁ ରାମମନ୍ଦିର ନାମରେ କରି ଦେଇଛନ୍ତି l ତାଙ୍କର ମାରିବା ପୂର୍ବରୁ ଶେଷ ଇଛା ଥିଲାଯେ ଅନ୍ତେଷ୍ଟି କ୍ରିୟା ପୂର୍ବରୁ ସେ ନିଜର ସମସ୍ତ ଅଳଙ୍କାର ରାମ ମନ୍ଦିର ନିର୍ମାଣ କାର୍ଯ୍ୟରେ ଲଗାଇବେ l

ଯୋଦ୍ଧପୁରରେ ରାମ ମନ୍ଦିର ପାଇଁ ପାଣ୍ଠି ବ୍ୟବସ୍ଥା କରୁଥିବା ହେମନ୍ତଙ୍କ ନିକଟକୁ ଫେବୃଆରୀ ୪ ତାରିଖ ଦିନ ଗୋଟିଏ ଫୋନ କଲ ଆସିଥିଲା l ଉକ୍ତ ବ୍ୟକ୍ତି ଜଣଙ୍କ ହେମନ୍ତଙ୍କୁ ଫୋନରେ କହିଥିଲେ ବିଜୟ ସିଂହ କହୁଛି ,ମୋ ପତ୍ନୀଙ୍କର ଶେଷ ଇଛା ଥିଲା ରାମ ମନ୍ଦିର ନିର୍ମାଣ ପାଇଁ ସମସ୍ତ ଅଳଙ୍କାର ଦେବାକୁ ଚାହୁଁଥିଲେ l ଆଜି ସେ ମୃତ୍ୟୁ ବରଣ କରିଛନ୍ତି l ଆପଣ ଆସି ତାଙ୍କର ଅନ୍ତେଷ୍ଟି କ୍ରିୟା ପୂର୍ବରୁ ସମସ୍ତ ଅଳଙ୍କାର ନେଇ ଯାଆନ୍ତୁ l ତାଙ୍କର ଶେଷ ଇଛା ଥିଲା ଭଗବାନ ଶ୍ରୀରାମ ଙ୍କ ସେବାରେ ଅଳଙ୍କାର ଗୁଡିକ ଲାଗୁ l ଆଶାଦେବୀ ଫେବୃଆରୀ ୧ ତାରିଖ ଦିନ ନିଜ ସ୍ୱାମୀ ବିଜୟ ଓ ପୁଅ ମନୋହରକୁ କହିଥିଲେ ଯେ ରାମ ମନ୍ଦିର ନିର୍ମାଣ ପାଇଁ ସେ ନିଜର ସମସ୍ତ ଅଳଙ୍କାର ଦେବାକୁ ଚାହୁଁଛନ୍ତି l

ଏହାପରେ ତାଙ୍କ ପୁଅ ମନୋହର ମାଙ୍କର ଇଛା ପୁରଣ କରିବା ପାଇଁ ଫୋନ ନମ୍ବର ସଂଗ୍ରହ କରିଥିଲେ l ସମସ୍ତ କାର୍ଯ୍ୟକ୍ରମ ପରେ ପରିବାର ସଦସ୍ୟଙ୍କ ସହିତ ସମ୍ପର୍କ କରାଯାଇ ଓ ସମସ୍ତ ନୀତିନିୟମ ସହକାରେ ଅଳଙ୍କାର ଗୁଡିକ ପାଣ୍ଠି ସଂଗ୍ରହ କରୁଥିବା ସଂସ୍ଥାକୁ ଦିଆଯାଇଥିଲା l ଏହା ପରେ ପରିବାର ବର୍ଗ ୧୫ ଭରି ସୁନା ଓ ୨୩ ଭରି ଚାନ୍ଦି ବଣିଆ ପାଖରେ ବିକ୍ରି କରି ୭,୦୮,୫୨୧ ଟଙ୍କା ପ୍ରାପ୍ତ କରିଥିଲେ ଓ ରାମ ମନ୍ଦିର ପାଇଁ ସଂଗ୍ରହ କରାଯାଉଥିବା ପାଣ୍ଠିରେ ଦାନ କରିଥିଲେ l

Comments are closed.