ନୂଆଦିଲ୍ଲୀ : ଲୋକ ମାନଙ୍କ ମନରେ ସବୁବେଳେ ଗୋଟିଏ ସଂଶୟ ଜାଗୁଛି ଯେ କଣ ପୃଥିବୀ ବ୍ୟତୀତ ଆଉ ଗୋଟିଏ ଦୁନିଆ ଅଛି । କଣ ପ୍ରକୃତରେ ଏଲିଅନ ଅଛନ୍ତି ଯଦି ଅଛନ୍ତି କେଉଁ ଗ୍ରହ ରେ , ଏହି ସମସ୍ତ ଉତ୍ସୁକତା ମଧ୍ୟରେ ବ୍ରିଟିଶ – ଇସ୍ରାଏଲି ଯାଦୁକର ୟୁରି ଜେଲର ଏହା ଦାବି କରିଛନ୍ତି ଯେ ସେ ଗତ ୫୦ ବର୍ଷ ହେଲାଣି ଏଲିଅନ ମାନଙ୍କ ସହିତ ସମ୍ପର୍କ ରେ ରହିଛନ୍ତି ।
ଏଲିଅନ୍ କୁ ନେଇ ଆମେରିକା ରାଷ୍ଟ୍ରପତି ସ୍ଵୟଂ ବାରାକ୍ ଓବାମା ନିଜେ ମଧ୍ୟ ୟୁଏଫଓ ବିଷୟରେ ଚର୍ଚ୍ଚା କରିଛନ୍ତି । ୟୁରୀ ଜେଲର ଙ୍କ ର ଏହି ଖୁଲାସା ପରେ ଆତଙ୍କ ଛାଇ ଯାଇଛି । ୧୯୭୪ରେ ଆମେରିକାର ଗୁଇନ୍ଦା ବିଭାଗ CIA ର ଅଧିକାରୀ ୟୂରି ଙ୍କ ର ମସ୍ତିଷ୍କ କାର୍ଯ୍ୟକୁ ନେଇ ପ୍ରଭାବିତ ଥିଲେ ଓ ସେ ଥରେ ୟୂରୀ ଙ୍କୁ ନାସା ଡାକିଥିଲେ ।
ଗଣମାଧ୍ୟମ ସୂଚନା ଅନୁସାରେ ଯୁରି କହିଥିଲେ କି ଯେଉଁ ସମୟ ରେ ସେ ନାସା ଯାଇଥିଲେ ସେହି ସମୟରେ ସେଠାରେ ଯାହା ଦେଖିଥିଲେ ସେଥିରୁ ଜାଣି ଥିଲେ ଯେ ଏଲିଅନ୍ ଅଛନ୍ତି । ନାସା ରେ ଜଣେ ଇଞ୍ଜିନିୟର ତାଙ୍କୁ ଖଣ୍ଡେ ପଥର ଦେଖାଇ ଥିଲେ । ସେ ତାକୁ ଯେତେବେଳେ ଛୁଇଁଲେ ତାଙ୍କୁ ଅନୁଭବ ହେଲା ନାହିଁ ଯେ ଏହା ପୃଥିବୀ ପଥର ବୋଲି । ଏହାପରେ ଇଞ୍ଜିନିୟର କହିଥିଲେ ଯେ ଯେଉଁ ୟୁଏଫ୍ଓ କ୍ରାସ ହୋଇଥିଲା ସେଥିରୁ ଏହା ଆସିଛି । ଏହାପରେ ୟୁରି କହିଥିଲେ ୫୦ବର୍ଷରୁ ସେ ଏଲିଅନ୍ ମାନଙ୍କ ସହ ସମ୍ପର୍କ ରେ ରହିଛନ୍ତି ।
Comments are closed.