Odisha news

ଦନ୍ତା ନେଲା ଆଉ ଏକ ଜୀବନ

0

ହାଟଡିହି:  ହଦଗଡ ହସ୍ତୀ ଅଭୟାରଣ୍ୟରୁ ସୋସୋ ଅଞ୍ଚଳକୁ ଚାଲିଆସିଥିବା ଦୁଇଟି ଦନ୍ତା ହାତୀ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇ ଚାଲିଛନ୍ତି । ଗତ ବର୍ଷ ଏହି ହାତୀ ତିନୋଟି ଜୀବନ ନେଇଥିବାବେଳେ ଦେଢ଼ମାସ ତଳେ ଆତୁରିକୋଣାର ଜଣେ ବ୍ୟକ୍ତିଙ୍କୁ ଦଳି ମାରିଦେଇଥିଲେ । ଆଜି ପୁଣି ଏକ ଜୀବନ ନେଇଛି ଏହି ନରହନ୍ତା ଦନ୍ତା । ଆଜି ଶୀକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ଭଦ୍ରକ ଜିଲ୍ଲା ମହାନ୍ତିପଡା ଗ୍ରାମର ୬୫ବର୍ଷ ବୟସ୍କ ପାଗଳ ବେହେରା । ସେ ପାଟକନାରେ ଥିବା ତାଙ୍କ ଆମ୍ବ ତୋଟାକୁ ଆମ୍ବ ଗୋଟାଇବା ପାଇଁ ଆସିଥିବାବେଳେ ହାତୀ ହାବୁଡରେ ପଡିଯାଇଥିଲେ । ଦନ୍ତାଟି ତାଙ୍କୁ ଗୋଡରେ ଦଳି ମାରିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଖବରପାଇ ଆଗରପଡା ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଶବକୁ ପୋଷ୍ଟମଟମ ପାଇଁ ଭଦ୍ରକ ଡାକ୍ତରଖାନା ପଠାଇଛନ୍ତି । ମୃତକଙ୍କ ପରିବାରକୁ ଶୁଦ୍ଧିକ୍ରୀୟା ପାଇଁ ୪୦ହଜାର ଦେବାକୁ ପ୍ରତିଶୃତି ଦେଇଥିବାବେଳେ ଶବସକ୍ରାର ପାଇଁ ୫ହଜାର ଟଙ୍କା ସହାୟତା ଦେଇଛନ୍ତି । ଗତ ତିନିବର୍ଷ ହେଲା ଏହି ହାତୀ ଦୁଇଟି ସୋସୋ, ପଢ଼ିଆରିପଲ୍ଲୀ, ବାଲିବରେଇ, ପଞ୍ଚାୟତ ସମେତ ଆଗରପଡା, ମହାନ୍ତିପଡା, ପାଟକନା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ଧନ ଜୀବନ ନଷ୍ଟ କରୁଛନ୍ତି । ବନ ବିଭାଗ ପକ୍ଷରୁ ହାତୀଙ୍କୁ ଘଉଡାଇବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବାବେଳେ କେବଳ କ୍ଷତିପୁରଣ ଦେଇ ବନବିଭାଗ ଚୁପ ରହି ଯାଉଛି । ଯାହାକୁନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି ।

Nalco
Leave A Reply