Odisha news

କେନ୍ଦ୍ରାପଡା ରେ ବିଧାୟକଙ୍କ ନେତୃତ୍ୱରେ “ ବନ୍ଦେ ଉତ୍କଳ ଜନନୀ” କାର୍ଯ୍ୟକ୍ରମ

0

କେନ୍ଦ୍ରାପଡା:  କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରାଙ୍କ ନେତୃତ୍ୱରେ “ ବନ୍ଦେ ଉତ୍କଳ ଜନନୀ” ଗାନ କାର୍ଯ୍ୟକ୍ରମରେ ଶତାଧିକ ମହିଳାଙ୍କ ସମେତ ବହୁ ଜନ ସାଧାରଣ ଯୋଗ ଦେଇଥିବା ଜଣା ପଡିଛି । କେନ୍ଦ୍ରାପଡା ପୈାରାଂଚଳର ଇଛାପୁର ସ୍ଥିତ ଶ୍ରୀ ବଳଦେବଜୀୟୁଙ୍କ ରଥଦାଣ୍ଡରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ଙ୍କ ସ୍ୱତନ୍ତ୍ର ନିବେଦନ କ୍ରମେ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇବା ଉଦେ୍ଦଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶନିବାର ୫ ଟା ୩୦ସମୟରେ ପୈାରାଂଚଳର ୧ନଂ,୨ନଂ ଓ ୩ନଂ ୱାର୍ଡର ବହୁ ମହିଳା ଓ ସାଧାରଣ ଜନତା  ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ବିଧାୟକ ଶ୍ରୀ ବେହେରାଙ୍କ ସମେତ ପୂର୍ବତନ ନଗରପାଳ ରଚନା ସାହୁ, ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋସôାରାଣୀ ଜେନା , ପୂର୍ବତନ କାଉନସିଲର କାଳି ପ୍ରସାଦ ମିଶ୍ର, ଦୂର୍ଗା ପ୍ରସାଦ ପତୀ, ଭଞ୍ଜ କୃଷ୍ଣ ରାଉତ, ଶିବ ପ୍ରସାଦ ବଳ, ରଞ୍ଜନ ସାହୁ, ଅଜୟ ଦାସ, ଆଲୋକ ସାହୁ, ସଂଜୟ ସାହୁ, ରବି ନାରାୟଣ ପତୀ, କ୍ଷିରୋଦ ମେକାପ, କ୍ଷିରୋଦ ପତ୍ରୀ ଙ୍କ ସମେତ ବହୁ ଜନ ସାଧାରଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

ଏଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତା ପାଠ କରାଯିବା ସହ ବିଧାୟକ ଶ୍ରୀ ବେହେରା କରୋନା ସୁରକ୍ଷା ସମ୍ବନ୍ଧରେ ସରକାରଙ୍କ ଆଭିମୁଖ୍ୟ ସଂପର୍କରେ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ । ସେହିଭଳି ସହର ର ସାନ୍ତସାହି, ପୁରୁଣା ବସଷ୍ଟାଣ୍ଡ, ନୂଆ ବସଷ୍ଟାଣ୍ଡ, କେନ୍ଦ୍ରାପଡା ହାଇସ୍କୁଲ, ତିନିମୁହାଣୀ ପ୍ରଭୃତି ଅଂଚଳରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେଡି ଜିଲ୍ଲା ସଭାପତି ଉକôଳ କେଶରୀ ପରିଡା, ବିଜେଡି ମିଡିଆ ସେଲ ର ଦେବଦାସ ମହାନ୍ତି, ବ୍ଲକ ଚେୟାରମ୍ୟାନ ଅନାମ ବନ୍ଧୁ ଧଳ, ଜିଲ୍ଲାପରିଷଦ ଅଧ୍ୟକ୍ଷ ମାନସ ପରିଡା, ବିଜେଡି ଟାଉନ ସଭାପତି ଜଜାତିକେଶରୀ ମହାନ୍ତି, ହିରଣ୍ୟ ପଣ୍ଡା ଙ୍କ ସମେତ ବହୁ ପୂର୍ବତନ କାଉନସିଲର ଓ ସାଦାରଣ ଜନତା ଅଂଶ ଗ୍ରହଣ କରିଥିଲେ ।

Nalco

Leave A Reply