ଭୁବନେଶ୍ୱର, ୩୦ ସେପ୍ଟେମ୍ବର – ମହାମାରୀ କୋଭିଡ ୧୯ ଭଳି ସଂକଟ ସମୟରେ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରି ରାଜ୍ୟ ସରକାର ଆସନ୍ତା କାଲିଠାରୁ ବର୍ଦ୍ଧିତ ୟୁନିଟ ପିଛା ୨୦ ପଇସା ବିଦ୍ୟୁତ ଶୁଳ୍କର ବୋଝ ରାଜ୍ୟବାସୀଙ୍କ ଉପରେ ଲଦିବାକୁ ଯାଉଛନ୍ତି । ଏହି ନିଷ୍ପତି ବିରୁଦ୍ଧରେ ଆସନ୍ତାକାଲି (ଗୁରୁବାର) ଭୁବନେଶ୍ୱର ଜିଲ୍ଲା ବିଜେପି ତରଫରୁ ଭୁବନେଶ୍ୱର ଅର୍ନ୍ତଗତ ୮ଟି ଇଲେକ୍ଟ୍ରକାଲ୍ ସବ୍ଡିଭିଜନ ଯଥା; ବିଜେବି ନଗର, ରସୁଲଗଡ, ଶୈଳଶ୍ରୀ ବିହାର, ଆଇଆରସି ଭିଲେଜ, ଶହୀଦ ନଗର, ୟୁନିଟ୍-୨ ସ୍ଥିତ ପୁରୁଣା ବସଷ୍ଟାଣ୍ଡ, ପାୱାର ହାଉସ୍ ଛକ ଏବଂ ଖଣ୍ଡଗିରି ସ୍ଥିତ ସବ୍ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂହ କହିଛନ୍ତି ।