Odisha news

ବିଦ୍ୟୁତ୍ ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି , ଅକ୍ଟୋବରରୁ ଲାଗୁ ହେବ ନୂଆ ଦର

0

ଭୁବନେଶ୍ୱର, ୨୩ ସେପ୍ଟେମ୍ବର – ରାଜ୍ୟରେ ବିଦ୍ୟୁତ ଦର ୟୁନିଟ ପିଛା ୨୦ ପଇସା ବୃଦ୍ଧି ପାଇଛି । ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଅକ୍ଟୋବର ପହିଲାରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ । ତେବେ ବର୍ଦ୍ଧିତ ଦର କୁଟୀର ଜ୍ୟୋତି , ବିପିଏଲ ଉପଭୋକ୍ତା ଏବଂ ଚାଷୀଙ୍କ ପାଇଁ ଲାଗୁ ହେବ ନାହିଁ ।
ସୂଚନା ଅନୁଯାୟୀ ବିଦ୍ୟୁତ ଦର ୫୦ ୟୁନିଟ ପର୍ଯ୍ୟନ୍ତ ୨ଟଙ୍କା ୭୦ ପଇସାକୁ ବୃଦ୍ଧି ପାଇଥିବା ବେଳେ ୧୦୦ ୟୁନିଟ ପର୍ଯ୍ୟନ୍ତ ୩ଟଙ୍କା ୬୦ ପଇସା, ୨ଶହ ଯାଏଁ ୪ଟଙ୍କା ୫ ପଇସା ବୃଦ୍ଧି କରାଯାଇଛି । ସେହିପରି ୩ଶହ ୟୁନିଟ ଯାଏଁ ୪ଟଙ୍କା ୫୩ ପଇସା, ୪ଶହ ୟୁନିଟ ଯାଏଁ ୪ଟଙ୍କା ୭୮ ପଇସା ଓ ୫ଶହ ୟୁନିଟ ପର୍ଯ୍ୟନ୍ତ ୫ଟଙ୍କା ବୃଦ୍ଧି କରାଯାଇଛି । ତେବେ ମାସିକ ମିନିମମ୍ ଫିକ୍ସଡ୍ ଚାର୍ଜ, ଡିମାଣ୍ଡ ଚାର୍ଜ , ମିଟର ରେଂଟ ଇତ୍ୟାଦି ଅପରିବର୍ତିତ ରହିଛି ।

Leave A Reply