Odisha news

XXX କେଶ : ଏକତା କପୁରଙ୍କୁ ସୁପ୍ରିମ କୋର୍ଟ କହିଲେ ” ଆପଣ ଯୁବକ ମାନଙ୍କ ମସ୍ତିଷ୍କକୁ ଦୂଷିତ କରୁଛନ୍ତି “

0

ନୂଆଦିଲ୍ଲୀ : ଉଚତମ ନ୍ୟାୟାଳୟ ଶୁକ୍ରବାର ଦିନ ନିର୍ମାତା ଓ ନିର୍ଦେଶିକା ଏକତା କପୁର ଙ୍କୁ ୱେବ ସିରିଜ ଏକ୍ସଏକ୍ସଏକ୍ସ ରେ ଆପତ୍ତିଜନକ ସାମଗ୍ରୀ କୁ ନେଇ ଶୁଣାଣି କରି କହିଥିଲେ ଯେ ସେ ଏହି ଦେଶର ଯୁବା ପିଢିଙ୍କ ମସ୍ତିଷ୍କ ଓ ମନକୁ ଦୂଷିତ କରାଉଛନ୍ତି l ଶୀର୍ଷ ଅଦାଲତ କପୁର ଙ୍କ ଦ୍ୱାରା ଦାଏର ହୋଇଥିବା ଆବେଦନ ଉପରେ ଶୁଣାଣି କରୁଥିଲେ, ଯେଉଁଥିରେ ତାଙ୍କ ଓଟିଟି ପ୍ଲାଟଫର୍ମ ‘ଅଲଟ ବାଲାଜୀ’ ରେ ପ୍ରସାରିତ ୱେବ ସିରିଜ ରେ ସୈନିକ ମାନଙ୍କୁ କଥିତ ଭାବରେ ଅପମାନିତ କରିବା ଓ ତାଙ୍କ ପରିବାରର ଭାବନାକୁ ଆହତ କରିବା ପାଇଁ ତାଙ୍କ ବିରୁଦ୍ଧରେ ଜାରି ହୋଇଥିବା ୱାରେଣ୍ଟ କୁ ନେଇ ସୁପ୍ରିମ କୋର୍ଟ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l

ନ୍ୟାୟମୂର୍ତ୍ତି ଅଜୟ ରେସ୍ତୋଗୀ ଓ ନ୍ୟାୟାଧୀଶ ରବି କୁମାରଙ୍କ ଖଣ୍ଡପୀଠ ରେ କୁହାଯାଇଥିଲା ଯେ ‘ କିଛି ତ କରିବା ଆବଶ୍ୟକ, ଆପଣ ଏହି ଦେଶର ଯୁବା ପିଢିଙ୍କ ମସ୍ତିଷ୍କ କୁ ଦୂଷିତ କରୁଛନ୍ତି l ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ଅଟେ l ଓଟିଟି ସମସ୍ତଙ୍କ ପାଇଁ ଉପଲବ୍ଧ ଅଟେ, ଆପଣ ଲୋକ ମାନଙ୍କୁ କେଉଁ ପ୍ରକାରର ବିକଳ୍ପ ଦେଉଛନ୍ତି l ଏହା ଛଡା ଆପଣ ଯୁବକ ମାନଙ୍କ ମସ୍ତିଷ୍କ କୁ ନଷ୍ଟ କରୁଛନ୍ତି l

ଏକତା ଙ୍କ ପକ୍ଷରୁ ତାଙ୍କ ଓକିଲ ମୁକୁଲ ରହୋତାଗି କହିଛନ୍ତି ପାଟନା ଉଚା ନ୍ୟାୟାଳୟ ନ୍କ ସମକ୍ଷରେ ଗୋଟିଏ ଆବେଦନ କରାଯାଇଛି, କିନ୍ତୁ ସେଭଳି କୌଣସି ଆଶା  ରହୁନାହିଁ ଯେ ଏହି ମାମଲାର ଶୀଘ୍ର ଶୁଣାଣି ହେବ l

Nalco
Leave A Reply