ଆଜି ହେଉଛି କାର୍ତିକ ମାସର ପ୍ରଥମ ଶନିବାର l ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଷଷ୍ଠୀ ତିଥି, ମୃଗଶିରା ନକ୍ଷତ୍ର ଓ ଚନ୍ଦ୍ରମା ବୃଷ ରାଶି ରେ ଗୋଚର କରିବେ l ଏହିଦିନ ଶନିଦେବ ଙ୍କୁ ସନ୍ତୁଷ୍ଟ ଅତି ଉତ୍ତମ ସଂଯୋଗ ଅଟେ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି କାର୍ତିକମାସ ରେ ଅକ୍ଟୋବର ୨୩ ତାରିଖ ଦିନ ବକ୍ର ମାର୍ଗ ହେବେ l
କାର୍ତ୍ତିକମାସ ରେ ଶନି ପୂଜା ର ମହତ୍ୱ -:
କାର୍ତିକ ମାସ ଭଗବାନ ବିଷ୍ଣୁଙ୍କର ପ୍ରିୟ ମାସ ଅଟେ l ଏହି ମାସରେ ଦେବ ଉଠାନି ଏକାଦଶୀ ପାଳିତ ହୋଇଥାଏ l ଏହି ମାସରେ ଭଗବାନ ବିଷ୍ଣୁ ଯୋଗନିଦ୍ରା ରୁ ଉଠି ଥାଆନ୍ତି ଓ ନିଜ ଭକ୍ତ ମାନଙ୍କୁ ଶୁଭ ଫଳ ପ୍ରଦାନ କରନ୍ତି l ବ୍ରହ୍ମା ପୁରାଣ ଅନୁସାରେ ଶନିଦେବ ଙ୍କୁ ବିଷ୍ଣୁଙ୍କ ଭକ୍ତ ବୋଲି କୁହାଯାଇଛି l ସେଥିପାଇଁ କାର୍ତିକ ମାସରେ ଯେ କେହି ଭଗବାନ ବିଷ୍ଣୁ ଙ୍କୁ ସ୍ୱଚ୍ଛ ମନରେ ପୂଜା କରିଥାଏ ତା ଉପରେ ଶନିଦେବ ନିଜ ର କ୍ରୁର ଦୃଷ୍ଟି ପକାନ୍ତି ନାହିଁ l
– କାର୍ତିକ ମାସ ଶନିବାର ଦିନ ଯେ କୌଣସି ଶନି ମନ୍ଦିର ରେ ଆପଣ ରାଶି ତେଲ ଅର୍ପଣ କରନ୍ତୁ l ଏହାଦ୍ୱାରା ଶନିଦେବ ସନ୍ତୁଷ୍ଟ ହୋଇ ଥାଆନ୍ତି l
– କାର୍ତିକ ଶନିବାର ଦିନ ରାଶି ଦାନ କରିବା ଖୁବ ଶୁଭ ଅଟେ l ଯାହା ଆମକୁ ବିଭିନ୍ନ ବିଘ୍ନ ଠାରୁ ଦୂରେଇ ରଖିଥାଏ l
– ଯଦି ଆପଣ କୌଣସି ବ୍ୟାଧିରେ ପୀଡିତ ଅଛନ୍ତି ତେବେ କାର୍ତିକ ଶନିବାର ଦିନ କଳା କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ l
– କାରୀଙ୍କ ଶନିବାର ଦିନ ଶନି ଚାଳିଶା ପଢିବା ଦ୍ୱାରା ଜୀବନ ରୁ ସମସ୍ତ କଷ୍ଟ ଦୂର ହୋଇଥାଏ ଓ ଶନିଦେବ ଙ୍କ କୃପା ଲାଭ ହୋଇଥାଏ l
– ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ କାର୍ତିକ ଶନିବାର ରେ ଘରର ମୁଖ୍ୟ ଦ୍ୱାରରେ ରାଶିତେଲ ଦୀପ ଜଳାଇବା ଦ୍ୱାରା ଦୁଃଖ ଦୁର୍ଦଶା ଦୂର ହୋଇଥାଏ l
