ଦୀପାବଳୀ କାର୍ତ୍ତିକ ମାସ କୃଷ୍ଣପକ୍ଷ ତିଥିରେ ପଡିଥାଏ l ଏହିଦିନ ଟି ଅନ୍ଧକାର ଉପରେ ଆଲୋକର ବିଜୟ ର ଦିନ ବୋଲି କୁହାଯାଏ l ଏହି ଦିନ ପ୍ରଭୁ ରାମଚନ୍ଦ୍ର ମା ସୀତାଙ୍କୁ ନେଇ ଅଯୋଧ୍ୟାକୁ ଆଗମନ କରିଥିଲେ l ଅମାବାସ୍ୟା ହୋଇଥିବା କାରଣରୁ ଅଯୋଧ୍ୟା ବାସୀ ଦୀପ ଜଳାଇ ପ୍ରଭୁ ରାମଚନ୍ଦ୍ର ଙ୍କୁ ସ୍ୱାଗତ କରିଥିଲେ l ତେଣୁ ଦୀପାବଳୀ ଦିନଟି ହିନ୍ଦୁ ଧର୍ମରେ ଖୁବ ମହତ୍ୱ ରଖିଛି l
– ଦୀପାବଳି ଦିନ ଦୀପରେ ଜଳାଇବା ତେଲ ଖୁବ ମହତ୍ୱପୂର୍ଣ୍ଣ ଅଟେ l ଏହି ତେଲ ଘରର ଉର୍ଜା ଉପରେ ନିର୍ଭର କରିଥାଏ l ଦୀପର ସଳିତା କୁ ଆତ୍ମାର ପ୍ରତୀକ କୁହାଯାଏ l ତେଣୁ ଜଳୁଥିବା ଦୀପ ରୁ ଆତ୍ମାର ଶୁଦ୍ଧିକରଣ ମଧ୍ୟ ହୋଇଥାଏ l
– ଯଦି ଆପଣ ଲକ୍ଷ୍ମୀଙ୍କ ନିକଟରେ ଥାଳି ରେ ଦୀପ ଜଳାଇ ରଖୁଛନ୍ତି ତେବେ ତା ନିକଟରେ ନିଶ୍ଚିତ ଭାବରେ ରୂପା ଜିନିଷ, କଉଡ଼ି, ଚାଉଳ ଇତ୍ୟାଦି ରଖିବା ଶୁଭ ଅଟେ l ଏହାଦ୍ୱାରା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ l
– ଯଦି ଆପଣଙ୍କ ଘର ନିକଟରେ କୌଣସି ମନ୍ଦିର ଅଛି ତେବେ ତା ନିକଟରେ ପ୍ରଥମେ ଗୋଟିଏ ଦୀପ ଜଳାଇ ଆସନ୍ତୁ ଓ ଏହାପରେ ଘରେ ଦୀପ ଜଳାନ୍ତୁ l ଏହାଦ୍ୱାରା ଦୁଃଖ ସଙ୍କଟ ଦୂର ହୋଇଥାଏ ଓ ଜୀବନ ରେ ସଫଳତା ପ୍ରାପ୍ତି ହୋଇଥାଏ l
– ଦୀପାବଳୀ ଦିନ ଘରର ଐଶାନ୍ୟ କୋଣରେ ଦୀପ ଜଳାଇବା କୁ ଭୁଲିବେ ନାହିଁ l ଐଶାନ୍ୟ କୋଣରେ ଦୀପ ଜଳାଇବା ଦ୍ୱାରା ରୋଗ ବୈରାଗ ଦୂର ହୁଏ, ମନକୁ ଶକ୍ତି ମିଳିଥାଏ, ଘରର ନକାରାତ୍ମକ ଶକ୍ତି ଦୂର ହୋଉଥାଏ, ସନ୍ତାନ ମାନଙ୍କର ମଙ୍ଗଳ ହୋଇଥାଏ l
– ଦୀପାବଳୀ ତୁଳସୀ ଚଉଁରା ନିକଟରେ ବାମ ପାର୍ଶ୍ୱରେ ଦୀପ ଜଳାଇବା ଦ୍ୱାରା ଘରର ସମସ୍ତ ନକାରାତ୍ମକ ଶକ୍ତି ଦୂରେଇ ଯାଇଥାଏ ଓ ଘରେ ସୁଖ ଶାନ୍ତି ବାସ କରିଥାଏ l ଦୀପ ଜଳାଇବା ସମୟରେ ଦୀପ ତଳେ ସାମାନ୍ୟ ଚାଉଳ ଦେବା ଜରୁରୀ l
