ମେଡିକାଲ ସାଇନ୍ସ ରେ ପୁନର୍ଜନ୍ମ ର ବିଶ୍ୱାସ : ଆମେରିକାର ଗୋଟିଏ କମ୍ପାନୀ ୨୦୦ ଶବକୁ ନାଇଟ୍ରୋଜେନ ଟ୍ୟାଙ୍କରେ ରଖା ଯାଇଛି
ନୂଆଦିଲ୍ଲୀ : ଆମେ ସମସ୍ତେ ପୁନର୍ଜନ୍ମ ବିଷୟରେ ଶୁଣିଛୁ, କିନ୍ତୁ ଆମେରିକାର ଗୋଟିଏ କମ୍ପାନୀ ଏହାକୁ ବୈଜ୍ଞାନିକ ଭାବରେ ବିକଶିତ କରିବା ପାଇଁ ଦାବୀ କରୁଛି l ଆମେରିକାର ଅରିଜୋନା ରେ ୨୦୦ ଲୋକଙ୍କ ଶବ ଏହି ଲୋକଙ୍କ ଶବ କୁ କେବଳ ଏଥିପାଇଁ ରଖା ଯାଇଛି ଯାନ୍ତ୍ରିକ ବିଦ୍ୟା ବିକଶିତ ହେବା ଦ୍ୱାରା ସେମାନଙ୍କୁ ରୋଗରୁ ମୁକ୍ତି ମିଳିବ ଓ ପୁନଶ୍ଚ ଜୀବିତ ହୋଇଯିବେ l ତେଣୁ ଏହି ଆଶାରେ ଉକ୍ତ ବ୍ୟକ୍ତିଙ୍କ ଶବ କୁ ନାଇଟ୍ରୋଜେନ ଟ୍ୟାଙ୍କ ରେ ରଖ ଯାଇଛି l
ଏହାକୁ ଗୋଟିଏ ନିର୍ଦ୍ଧିଷ୍ଟ ଫାଉଣ୍ଡେସନ କରୁଛି, ଯାହାର ନାମ ଏଲକୋର ଲାଇଫ ଏକ୍ସଟନସନ ଫାଉଣ୍ଡେସନ l ଏହି ପ୍ରବନ୍ଧ କରିଥିବା ଫାଉଣ୍ଡେସନ ଶବ ଗୁଡିକୁ ରୋଗୀ କହିଥାଏ l ସେମାନଙ୍କ ମୃତ୍ୟୁ କ୍ୟାନ୍ସର, ପରଲିସିସ, ଏମିୟୋଟ୍ରେlଫିକ ଲେଟରଲ ଶଲେରୋସିସ କିମ୍ବା ଅନ୍ୟ କୌଣସି ରୋଗ ଦ୍ୱାରା ହୋଇଛି l ଏହି ଉପାୟରେ ରଖାଯାଉ ଥିବା ସବ କୁ କ୍ରାୟୋପ୍ରିଜରବଡ଼ କୁହାଯାଇ ଥାଏ l ଏହି ରୋଗୀ ମାନଙ୍କ ମଧ୍ୟରେ ସବୁଠୁ ଅଧିକ କମ ଆୟୁର ବ୍ୟକ୍ତି ରହିଛନ୍ତି l ଯେଉଁଥିରେ ସବୁଠୁ ୨ବର୍ଷ ବୟସର ଗୋଟିଏ ଥାଇଲ୍ୟାଣ୍ଡ ର ଝିଅ ରହିଛି l ଯାହାର ନାମ ମେଥେରିନ ନାଓବାରlତପୋଙ୍ଗ ଅଟେ l ଏହି ୨ବର୍ଷ ଝିଅଟିର ବ୍ରେନ କ୍ୟାନ୍ସର ରେ ୨୦୧୫ ରେ ମୃତ୍ୟୁ ହୋଇଥିଲା l ଏଲକୋର ର ସିଇଓ ମେକ୍ସ ମୋର କହିଥିଲେ ଯେ ସେହି ଝିଅଟିର ପିତାମାତା ଡାକ୍ତର ଥିଲେ l ମସ୍ତିଷ୍କ ର ଯେତେ ସର୍ଜରୀ କଲେ ମଧ୍ୟ କୌଣସି ଲାଭ ମିଳି ନଥିଲା l ଏହାପରେ ସେହି ଫାଉଣ୍ଡେସନ ସହିତ ସମ୍ପର୍କ କରିଥିଲେ l
୨୦୧୪ ରେ ଜଣେ ବ୍ୟକ୍ତିର ପାରାଲିସିସ ଦ୍ୱାରା ମୃତ୍ୟୁ ହେବା ପରେ ତାଙ୍କ ଶବ ଏଠାରେ ରଖ ଯାଇଛି l କାୟୋପ୍ରିଯାର୍ବଭେସନ୍ ପ୍ରକ୍ରିୟା ଖୁବ ଅଲଗା ପ୍ରକାରର l କୌଣସି ବ୍ୟକ୍ତି କୁ ନିୟମ ଭାବରେ ମୃତ୍ୟୁ ମୃତ ଘୋଷଣା ପରେ ରୋଗୀ କୁ ମୃତ ଘୋଷଣା କରିବା ପରେ ରୋଗୀର ଶରୀର ରୁ ରକ୍ତ ଓ ଅନ୍ୟ ତରଳ ପଦାର୍ଥ ବାହାର କରି ଦିଆଯାଇ ଥାଏ l ଏହି ସ୍ଥାନରେ ବିଶେଷ ଭାବରେ ରସାୟନ ପଦାର୍ଥ ଭରି ଦିଆଯାଇ ଥାଏ l ଯାହା ଶରୀରକୁ କ୍ଷତି ଘଟାଇବାରୁ ଅଟକାଇ ଥାଏ l ଖୁବ ଥଣ୍ଡା ତାପମାତ୍ରା ରେ ଶରୀରକୁ କାଚ ଭଳି କରିଦେଇ ଥାଏ l
ଏଲକୋର ଲ୍ୟାବ ରେ ସମ୍ପୂର୍ଣ ଶରୀରକୁ ରଖିବା ପାଇଁ ୧ . ୬୫ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ l କେବଳ ମସ୍ତିଷ୍କ ପାଇଁ ୬୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ l
