Odisha news

ନୂଆପଡ଼ା ଜିଲ୍ଲା ଯୁବ ମହୋତ୍ସବ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ।

0

ନୂଆପଡ଼ା-୧୫/୧୦ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ନେହେରୁ ଯୁବ କେନ୍ଦ୍ର ନୂଆପଡ଼ା ଆସନ୍ତା ୨୧ ତାରିଖ ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ପାଳନ କରିବାକୁ ଯାଉଛି। ଏହି ପରିପରେକ୍ଷୀରେ ଆଜି ସ୍ଥାନୀୟ ନେସନାଲ ମହାବିଦ୍ୟାଳୟ ଠାରେ ଜିଲ୍ଲା ଯୁବ ଅଧିକାରୀ  ଆଶିଷ କୁମାର ଠାକୁର ଙ୍କ ସଭାପତିତ୍ବ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକରେ ନୂଆପଡ଼ାର ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଅଧ୍ୟାପକ, ଶିକ୍ଷକ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ, ଯୁବ ରେଡକ୍ରସ୍ କାଉନସିଲର, ସାମାଜିକ କର୍ମୀ, ସାମ୍ବାଦିକ, ଯୁବ ଅନୁଷ୍ଠାନର ନେତୃବର୍ଗ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗର ହାତ ବଢ଼େଇଥିଲେ। ଶ୍ରୀ ଠାକୁରଙ୍କ ଅଧ୍ୟକ୍ଷତା ରେ ଶ୍ରୀସାଇ କଲେଜ ଅଧ୍ୟାପକ ବିଦୁଶ କୁମାର ନାଏକ, ଇ. ଏମ. ଆର. ଏସ ର ଅଧ୍ୟାପକ ପଙ୍କଜ ଶୁକ୍ଳା, ନେସନାଲ କଲେଜ ଅଧ୍ୟାପକ ଶିବ ପ୍ରସାଦ ସା, ଗୋପୀ ଗୋପାଳ ସୁନା, ଶୁକଦେବ ଭିଲ, ଖଡିଆଲ ମହିଳା ମହାବିଦ୍ୟାଳୟ ର ଅଧ୍ୟାପିକା ସାଇରା ଖାନ, ଶିକ୍ଷକ  ପ୍ରବୋଧ ହୋତା, କିଶୋର କୁମାର ପରିଡ଼ା, ଅର୍ଗସ ନିଉଜ ଜିଲ୍ଲା ପ୍ରତିନିଧି ଯୁଧିଷ୍ଠିର ପଟେଲ, ଆଇ. ଟି. ଆଇ ଖରି ଆର ରୋଡ ର ଲକ୍ଷ୍ମୀଧର ସିଂ, ୟାର ର ମହେନ୍ଦ୍ର ଯୋଶୀ, ଆଶା ଓଡ଼ିଶା ର ମୁକେଶ ଯୋଶୀ, କେ. ଜି. ଏନ୍. ଟି. ର ଜୟ ନାରାୟଣ ଘୋଷ ଙ୍କୁ ନେଇ ଏକ ପରିଚାଳନା କମିଟି ଗଠନ କରାଯାଇଥିଲା। ଏହା ବ୍ୟତୀତ ବିଭିନ୍ନ ଅଧ୍ୟାପକ, ଶିକ୍ଷକ, ଯୁବ ଅନୁଷ୍ଠାନର ନେତୃବୃନ୍ଦ, ସ୍ଵେଚ୍ଛାସବୀ, ଏ. ବି. ଭି. ପି ର କର୍ମକର୍ତ୍ତା ଙ୍କୁ ନେଇ ୮ ଗୋଟି ଉପ କମିଟି ଗଠନ କରାଯାଇଛି। ଯୁବ ମହୋ୍ସବରେ ଭାଗନେବା ପାଇଁ ପଞ୍ଜୀକରଣର ଶେଷ ତାରିଖ ୧୭ ଅକ୍ଟୋବର ଧାର୍ଯ୍ୟ କରାଯାଇଛି।

Nalco
Leave A Reply