ମହାନ ବୈଜ୍ଞାନିକ ଆଲବର୍ଟ ଆଇନିସ୍ଟାଇନ ନିଜ ସମୟରେ ଖୁବ ଆଗକୁ ଚିନ୍ତା କରୁଥିଲେ, ୧୯୧୫ ରେ ସେ ପୃଥିବୀର ଗୁରୁତ୍ୱକର୍ଷଣ କୁ ଉଦ୍ଭାବନ କରି ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିଲେ l ସେଥିରେ ଅଇନିସ୍ଟାଇନ ବ୍ରହ୍ମାଣ୍ଡ ର ପ୍ରକୃତି ସହିତ ଜଡିତ ଅନେକ ଭବିଷ୍ୟବାଣୀ କରିଥିଲେ l ଏହି ଭିତରେ ୧୦୦ ବର୍ଷରୁ ଉର୍ଧ୍ଵ ଅତିବାହିତ ହୋଇ ଯାଇଛି କିନ୍ତୁ ଆଇନିସ୍ଟାଇନ ଙ୍କ ଭବିଷ୍ୟବାଣୀ ସତ୍ୟ ହେବାକୁ ଲାଗିଛି l ଆଜି ଆମେ ଆଲବର୍ଟ ଆଇନିସ୍ଟାଇନ ଙ୍କର ଏଭଳି ୫ଟି ଭବିଷ୍ୟବାଣୀ ବିଷୟରେ ଜାଣିବା ଯାହା ସତ୍ୟ ହୋଇଛି l
ବ୍ଲାକ ହୋଲ –
ଯେତେବେଳେ ଗବେଷକ ମାନେ ବ୍ଲାକହୋଲ ର ପ୍ରାଥଣ ଫଟୋ ନେଇଥିଲେ ସେତେବେଳେ ଆଇନିସ୍ଟାଇନ ଙ୍କର ପ୍ରଥମ ଭବିଷ୍ୟବାଣୀ ସତ୍ୟ ହୋଇଥିଲେ l ପ୍ରତ୍ୟେକ ବ୍ଲାକହୋଲ ନିକଟରେ ଗୋଟିଏ ଏଭଳି ବିନ୍ଦୁ ରହିଥାଏ ଯାହା ନିକଟରୁ ଫେରି ଆସି ନଥାଏ l ତାହାକୁ ଇଭେଣ୍ଟ ହୋରାଇଜନ କୁହାଯାଇ ଥାଏ l ଆଇନିସ୍ଟାଇନ ଏହି ବିନ୍ଦୁ ର ଭବିଷ୍ୟବାଣୀ ସର୍ବ ପ୍ରଥମେ କରିଥିଲେ l
ସ୍ପିଡ଼ ଲିମିଟ –
E =mc2 ଆଇନିସ୍ଟାଇନ ଙ୍କର ସବୁଠୁ ପ୍ରସିଦ୍ଧ ସମୀକରଣ ଅଟେ, ଏଥିରେ c ଭ୍ୟାକୁମ୍ ରେ ଲାଇଟ ର ସ୍ପିଡ଼ କୁ ଦର୍ଶାଇ ଥାଏ, ଆଇନିସ୍ଟାଇନ କହିଛନ୍ତି ସମସ୍ତ ପ୍ରକାର ପ୍ରକାଶ ର ଅଧିକାଂଶ ଗତି ୩ଲକ୍ଷ କିଲୋମିଟର ପ୍ରତି ଘଣ୍ଟା ରୁ ଅଧିକ ହୋଇ ପାରିବ ନାହିଁ l ୨୦୦୯ ରେ ନାସା ର ପ୍ରୟୋଗ ଶାଳା ରେ ଏହା ମଧ୍ୟ ସତ୍ୟ ହୋଇଛି l
ଗ୍ରାଭିଟେସନଲ ୱେଭ –
ଆଇନିସ୍ଟାଇନ ଙ୍କ ଥିଓରୀ ଅଫ ଗ୍ରାଭିଟେସନ ୱେଭ ମଧ୍ୟ ସତ୍ୟ ହୋଇଛି l ୨୦୧୫ ରେ ସ୍ପେସ ରେ ଏହାର ଉପସ୍ତିତି କୁ ବୈଜ୍ଞାନିକ ମାନେ ଦର୍ଶାଇ ଥିଲେ l
ଗ୍ରାଭିଟେସନାଲ ଲେସିଙ୍ଗ –
ଆଇନିସ୍ଟାଇନ କହିଥିଲେ ଯେ ଯଦି କୌଣସି ବସ୍ତୁ ଖୁବ ବଡ଼ ହୋଇଥିବ ତେବେ ବସ୍ତୁ ପଛରୁ ଆସୁଥିବା ଲାଇଟ ଆମକୁ ମାଗ୍ନିଫାଇଣ୍ଡ ରେ ନଜର ଆସିବ l ଏହାକୁ ମହାନ ବୈଜ୍ଞାନିକ ୱେବ ନିଜ ଗବେଷଣା ରେ ସତ୍ୟ ଦର୍ଶାଇ ଥିଲେ l
ଗ୍ରାଭିଟେସନାଲ ରେଡ ସିଫ୍ଟ –
ଆଇନିସ୍ଟାଇନ ଗୋଟିଏ ପ୍ରକାରର ଗୁରୁତ୍ୱକର୍ଷଣ ରେଡ ସିଫ୍ଟ ର ମଧ୍ୟ ଭବିଷ୍ୟବାଣୀ କରିଥିଲେ l ୨୦୧୧ ରେ ହଜାର ହଜାର ଆକାଶ ଗଙ୍ଗା ରୁ ଆସୁଥିବା ଆଲୋକ ପ୍ରମାଣିତ କରିଥିଲା ଯେ ଗୁରୁତ୍ୱlକର୍ଷଣ ରେଡ ସିଫ୍ଟ ବାସ୍ତବରେ ରହିଛି, ଯାହାକି ଆଇନିସ୍ଟାଇନ ଭବିଷ୍ୟବାଣୀ କରିଥିଲେ l