Odisha news

ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ମଧ୍ୟରେ ଆସିଲା ୩ଟି ଅଣ୍ଡା , ଥାନାରେ ପହଁଚିଲା ମାମଲା

ନୂଆଦିଲ୍ଲୀ :ଅଧିକାଂଶ ଲୋକ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ କୁକୁଡ଼ା ଅଣ୍ଡା ଖାଇବା ପାଇଁ ପସନ୍ଦ କରିଥାନ୍ତି l ଆପଣ କଣ କେବେ ଶୁଣିଛନ୍ତି ଗୋଟିଏ ଅଣ୍ଡା ପାଇଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବା l ବିବାଦ ପୁଣି ଏତେ ଭୟଙ୍କର ଯେ ଥାନାରେ ଯାଇ ପହଁଚିଲା ମାମଲା l ମହାରାଷ୍ଟ୍ରରୁ ଏହିପରି ଗୋଟିଏ ମାମଲା ସାମ୍ନାକୁ ଆସିଛି l ପୋଲିସ ମଧ୍ୟ ଅଦ୍ଭୁତ ଭାବରେ ମାମଲାର ସମାଧାନ କଲା l ମାମଲାଟି ମହାରାଷ୍ଟ୍ରର ଭୁଲଧାନା ଜିଲ୍ଲାର ଶାଖରଖେରଡ଼ା ଗ୍ରାମର ଅଟେ l

ଯେଉଁଠି ସ୍ୱାମୀ ସ୍ତ୍ରୀ ଉଭୟ ଜଣେ ଆଉ ଜଣଙ୍କର ଅଭିଯୋଗ କରିବା ପାଇଁ ପହଂଚି ଥିଲେ l ଯେତେବେଳେ ପୋଲିସ ଜାଣିଲା ସେମାନଙ୍କ ମଧ୍ୟରେ ଝଗଡା ହେବାର କାରଣ ୩ଟି ଅଣ୍ଡା ଅଟେ ,ସେତେବେଳେ ପୋଲିସ ଆଶ୍ଚର୍ଯ୍ୟ ହୋଇଗଲା l ସ୍ୱାମୀ ଜଣଙ୍କ କହିଲେ ମୁଁ ବଜାରରୁ ୩ଟି ଅଣ୍ଡା ଆଣିଥିଲି ଓ ମୋ ସ୍ତ୍ରୀଙ୍କୁ କହିଲି ତରକାରୀ କରିବା ପାଇଁ l ତରକାରୀ ତା ହେଲା ,ହେଲେ ମୋ ପତ୍ନୀ ସେହି ଅଣ୍ଡା ଝିଅକୁ ଖାଇବାକୁ ଦେଇଦେଲେ l ଯେତେବେଳେ ସ୍ୱାମୀ ଜଣଙ୍କ ସ୍ତ୍ରୀଙ୍କୁ ଅଣ୍ଡା ତରକାରୀ ଖାଇବାକୁ ମାଗିଥିଲେ ସେ କହିଥିଲେ ଝିଅ ଖାଇଦେଇଛି l

ଏହାପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଗଲା l ପୋଲିସ ସେମାନଙ୍କ ଝଗଡ଼ାର କାରଣ ଜାଣି ହସି ପକାଇଲା l ଏହାପରେ ଥାନାର ଅଧିକାରୀ ନିଜର କର୍ମଚାରୀଙ୍କ ମଧ୍ୟରୁ ଜଣଙ୍କୁ ପଠାଇ ୩ଟି ଅଣ୍ଡା ମଗାଇ ଥିଲେ l ଏହାପରେ ଏହି ଅଣ୍ଡାକୁ ଉଭୟଙ୍କୁ ଦିଆଗଲା ,ସେମାନେ ଏହାପରେ ହସ ଖୁସି ମଧ୍ୟରେ ଅଣ୍ଡା ଗୁଡିକୁ ନେଇ ଘରକୁ ଚାଲି ଯାଇଥିଲେ l

Nalco

Comments are closed.