Odisha news

ଶାରୀରିକ ସମ୍ପର୍କ ପାଇଁ ଖୋଲାଗଲା ଏହି ଦେଶରେ ବିଚିତ୍ର ଆପ : ଆସନ୍ତୁ ଜାଣିବା

ନୂଆଦିଲ୍ଲୀ :ଆଜିକାଲି ପ୍ରାୟ ଅନେକ କାର୍ଯ୍ୟକ୍ରମ ପାଇଁ ଆପ ଖୋଲା ଯାଉଛି ,ଯାହାଦ୍ୱାରା ଲୋକମାନେ ପ୍ରତେକ କାର୍ଯ୍ୟକୁ ସୁବିଧାରେ କରିପାରିବେ l ସେହିଭଳି ବିଶ୍ୱର ଗୋଟିଏ ଦେଶ ହେଲା ଡେ଼ନମାର୍କ l ଯେଉଁଠି ଗୋଟିଏ ଆପ ଖୋଲାଯାଇଛି ଯାହା ସାହାଯ୍ୟରେ ଆପଣ ଚାହିଁଲେ ଶାରୀରିକ ସମ୍ପର୍କ ରଖିପାରିବେ l ଆପ ତିଆର କରିଥିବା କମ୍ପାନୀ କହିଛି ଯେ ନିଜ ସହମତି ଅନୁସାରେ ଆପଣ ଚାହିଁଲେ ସମ୍ପର୍କ ରଖି ପାରିବେ ଓ ଏହି ଆପ ମାତ୍ର ୨୪ ଘଣ୍ଟା ପାଇଁ ଭାଲିଡ ରହିପାରିବ l ତା ସହିତ ଆପଣଙ୍କ ସହଯୋଗୀ ଯେତେବେଳେ ଚାହିଁବ ସହମତି ଫେରାଇ ନେଇପାରିବ l

କିଛି ଦିନ ପୂର୍ବରୁ ଡେ଼ନ୍ମାର୍କର ବଳାତ୍କାର ବିରୁଦ୍ଧରେ ନୂଆ ନିୟମ ଲାଗୁ କର ଯାଇଛି ଓ ଏହା ପରେ iConsent ନାମକ ଏହି ଆପକୁ ଲଞ୍ଚ କରାଯାଇଛି l ଆପ ପ୍ରସ୍ତୁତ କରିଥିବା କମ୍ପାନୀ କହିଛି ଯେ ପାଟନର ମାନଙ୍କର ଡାଟାକୁ ଲୁଚାଇ ରଖାଯିବ ଓ ଆବଶ୍ୟକ ହେଲେ କେବଳ ଅପରାଧିକ ମାମଲାରେ ଡାଟା ସେୟାର କରାଯିବ l ଡିସେମ୍ବରରେ ଡେ଼ନ୍ମାର୍କର ସଂସଦରେ ବଳାତ୍କାର ବିରୁଦ୍ଧରେ ନୂଆ ନିୟମ ପାସ କରାଯାଇଥିଲା l ଜାନୁଆରୀ ମାସରୁ ଏହାକୁ ଲାଗୁ କରାଯାଇଥିଲା l ନୂଆ ନିୟମ ଅନୁସାରେ ସ୍ପଷ୍ଟ ସହମତି ବିନା ରଖାଯାଇଥିବା ଯେକୌଣସି ସମ୍ବଧକୁ ବଳତ୍କାରର ଆଖ୍ୟା ଦିଆଯିବ l ଯେବେକି ପୂର୍ବରୁ ବଳାତ୍କାର ପ୍ରମାଣିତ କରିବା ପାଇଁ ଅନେକ କିଛି ପ୍ରମାଣ ଦରକାର ପଡୁଥିଲା l

ଆପ ପ୍ରସ୍ତୁତ କରିଥିବା କମ୍ପାନୀ କହିଛନ୍ତି ଯେ ଉଭୟ ପୁରୁଷ ଓ ନାରୀ ନିଜ ସହମତି ଅନୁସାରେ କଥାବାର୍ତା ହୋଇ ଶାରୀରିକ ସମ୍ବଦ୍ଧ ରଖି ପାରିବେ l ଏହି ଆପ ଜରିଆରେ ସେମାନେ ଚାହିଁଲେ ଅନୁରୋଧ ମଧ୍ୟ କରି ପାରିବେ l ଆପ ପ୍ରସ୍ତୁତକାରୀ କମ୍ପାନୀ କହିଛି ଯେ କେବଳ ଶାରୀରିକ ସମ୍ବଦ୍ଧ ପାଇଁ ଅନୁମତି ନେବା ଠିକ ହେବ ନାହିଁ ,ଶାରୀରିକ ସମ୍ବଦ୍ଧ ପରେ ମଧ୍ୟ ସହମତି ନେବା ଜରୁରୀ ଅଟେ l ତେବେ ଯାଇ ତାଙ୍କ ପାଟନର ଏହି ଆପରୁ ନାହରୀ ପାରିବେ l ଏହି ଆପ ଜରିଆରେ ବିଭିନ୍ନ ବ୍ୟକ୍ତିଙ୍କୁ ଗ୍ରୁପ ସହିତ ଯୋଡି ହୋଇ ରହିବ ପାଇଁ ସୁବିଧା ଦିଆଯାଇଛି l ଥରେ ଲଗଇନ କରିବାର ୨୪ ଘଣ୍ଟା ପର୍ଯ୍ୟନ୍ତ ଆପଣ ଏହି ଆପର ସୁବିଧା ପାଇ ପାରିବେ l

Nalco

Comments are closed.