ନିମାପଡା : କରୋନାକୁ ନେଇ ସରକାର ତୃତୀୟ ଥର ପାଇଁ ଲକ ଡାଉନ ସମୟକୁ ବୃଦ୍ଧି କରିଛନ୍ତି ।ଲକ ଡାଉନ ପାଳନ ଏବଂ ବାହାର ରାଜ୍ୟକୁ କାମ କରିବାକୁ ଯାଇ ଫସିରହିଥିବା ନିମାପଡା ଫେରନ୍ତା ଶ୍ରମିକଙ୍କ ରହିବା ପ୍ରସ୍ତୁତିକୁ ନେଇ ଆଜି ଏହି ବ୍ଲକ ସଭାଗୃହରରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ସମୀକ୍ଷା ବୈଠକରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଯୋଗଦେଇ ପଂଚିକରଣ କରି ନିମାପଡା ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କ ରହିବା ପାଇଁ ନିମାପଡା ବ୍ଲକର ପଂଚାୟତ ଓ ଏନ୍ଏସିର ବିଭିନ୍ନ ସ୍ଥାନରେ ଖୋଲିଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକର ପ୍ରସ୍ତୁତି,ପରିମଳ,ଶ୍ରମିକମାନଙ୍କ ଖାଇବା,ସ୍ୱାସ୍ଥ୍ୟପରୀକ୍ଷା,ବିଦୁ୍ୟତ ,ପାନୀୟ ଜଳ ଆଦି ବ୍ୟବସ୍ଥା କିଭଳି କରାଯାଇଛି ସେ ସଂପର୍କରେ ବିଭାଗୀୟ ଅଧିକାରୀମାନଙ୍କ ଠାରୁ ପଚାରି ବୁଝିବା ସହିତ ଯେଉଁଠି କିଛି କାର୍ଯ୍ୟ ବାକି ରହିଛି ତାହାକୁ ତୁରନ୍ତ ସାରିବାକୁ ମନ୍ତ୍ରୀ ନିର୍ଦେଶ ଦେଇଥିଲେ ।ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ମନସ୍ୱିନୀ ଖଟୋଇ,ବ୍ଲକ ଉପାଧ୍ୟକ୍ଷ ଅଜୟ ସ୍ୱାଇଁ,ବିଡିଓ ମନୋଜ ବେହେରା,ତହସିଲଦାର ତଥା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ମଲ୍ଲିକ,ଏସ୍ଡିପିଓ ପ୍ରଦୀପ ଦଳାଇ,ଆଇଆସି ଜନାର୍ଦ୍ଦନ ପାଢୀ,ସାଂସଦଙ୍କ ବ୍ଲକ ପ୍ରତିନିଧି ସୁଧିର ରଂଜନ ଦାଶ,ସିଡିପିଓ କୁମୁଦିନୀ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତଥିଲେ ।