Odisha news

୫ଟି ପିଏଚଡି ଡିଗ୍ରୀ ଓ ୧୮ ଟି ଭାଷାରେ ଜ୍ଞାନ, ଇଏ ହେଉଛନ୍ତି ଦୁନିଆର ସବୁଠୁ ପାଠ ପଢିଥିବା ବ୍ୟକ୍ତି

0

ଶିକ୍ଷା ହିଁ ଜଣେ ଜ୍ଞାନୀ ବ୍ୟକ୍ତିର ପରିଚୟ ଦେଇଥାଏ l ଜ୍ଞାନୀ ବ୍ୟକ୍ତି ସର୍ବଦା ସବୁଠି ପୂଜ୍ୟ ଅଟେ l ଶିକ୍ଷା ମଣିଷ ର ଜୀବନ କୁ ଅନ୍ଧାର ରୁ ଆଲୋକ ରେ ପ୍ରକାଶିତ କରିଥାଏ l ଜ୍ଞାନ କୁ ନେଇ ଆମେ ଯେତେ କହିଲେ ମଧ୍ୟ ଆମ ପାଇଁ କମ ପଡ଼ିଯିବ l  ଭାବିଲେ ଥରେ ଦେଖି ମାତ୍ର ଜଣେ ବ୍ୟକ୍ତି ୫ଟି ପିଏଚଡି ଡିଗ୍ରୀ ର ଅଧିକାରୀ ହୋଇ ପାରିଛନ୍ତି l  ହଁ ଆଜ୍ଞା ଏହା ଆପଣଙ୍କୁ ଅବିଶ୍ୱାସ ଲାଗୁଥିଲେ ମଧ୍ୟ ସତ୍ୟ ଅଟେ l ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ଆଫ୍ରିକା ଦେଶ ସିଏରା ଲିୟୋନ ର ଡାକ୍ତର ଅବଦୁଲ କରିମ ବାଙ୍ଗୁରା ଙ୍କୁ ଦୁନିଆର ସବୁଠୁ ଶିକ୍ଷିତ ଓ ପଢା ଲିଖା ବ୍ୟକ୍ତି ଭାବରେ ଗଣନା କରାଯାଏ l  ଅବଦୁଲ କରିମ ଙ୍କ ଜନ୍ମ ଅଗଷ୍ଟ ୨୬ ତାରିଖ ୧୯୫୩ ରେ ହୋଇଥିଲା l

ସେ ଏକ ଧାରାରେ ଜଣେ ଲେଖକ, ଏକାଡେ଼ମିକ ଆଡମିନିଷ୍ଟ୍ରେଟର, ରିସର୍ଚର ଓ ସାଇଣ୍ଟିସ୍ଟ ଅଟନ୍ତି l ସେ ପିଲାଟି ଦିନରୁ ଶିକ୍ଷାପ୍ରତି ରୁଚି ରଖିଥିଲେ l  ଅବଦୁଲ ସିଏରା ଲିୟୋନ ର ରାଜଧାନୀ ଫ୍ରୀଟାଉନ ଇଣ୍ଡିପେଣ୍ଡେନ୍ସ ପ୍ରାଇମେରୀ ଓ ସେକେଣ୍ଡାରୀ ସ୍କୁଲ ରୁ  ନିଜ ଜୀବନ ର ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିଲେ l  ଏହାପରେ ସେ ଆଗାମୀ ଶିକ୍ଷା ଗ୍ରହଣ କରିବା ପାଇଁ ଆମେରିକା ଚାଲି ଯାଇଥିଲେ l  ସେ ସେଠାରେ ୧୯୭୮ ରେ ନର୍ଦନ ଭର୍ଜିନିଆ କମ୍ୟୁନିଟି କଲେଜ ରୁ ଆସୋସିଏଟ ଡିଗ୍ରୀ ହାସଲ କରିଥିଲେ l  ଏହାପରେ ୧୯୮୨ ରେ ଆମେରିକା ବିଶ୍ୱବିଦ୍ୟାଳୟ ରୁ ସ୍ନାତକ ଓ ମାଷ୍ଟର ଅଫ ଆର୍ଟ୍ସ ରେ ଶିକ୍ଷା ଗ୍ରହଣ କରିଥିଲେ l

୧୯୮୩ ରେ ଅବଦୁଲ ଙ୍କୁ ସ୍ଟକହୋମ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ମାଷ୍ଟର ଅଫ ସାଇନ୍ସ ର ଡିଗ୍ରୀ ଦ୍ୱାରା ସମ୍ମାନିତ କରାଯାଇ ଥିଲା l ଅବଦୁଲ କାରୀମ ଙ୍କ ନିକଟରେ ପଲିଟିକାଲ ସାଇନ୍ସ, ଡେଭେଲପମେଣ୍ଟ ଇକୋନୋମିକ୍ସ, ଲିଙ୍ଗୁଇଷ୍ଟିକ, କମ୍ପ୍ୟୁଟର ସାଇନ୍ସ ଓ ମାଥେମେଟିକ୍ସ ରେ ପିଏଚଡି ଡିଗ୍ରୀ ରହିଛି l ତାଙ୍କ ନିକଟରେ ସମୁଦାୟ ୧୮ ଟି ଭାଷାରେ ଜ୍ଞାନ ରହିଛି l  ଯଥା- ଇଂଲିଶ, ଟେମନେ, ମେଁଡେ, କରିୟୋ , ଫୁଲା, କୋନୋ, ଲିମ୍ବl , ସୋର୍ବା, ସ୍ୱାହିଲି, ସ୍ପେନିସ, ଇଟାଲିଅନ, ଫ୍ରେଞ୍ଚ, ଆରବୀ, ହିବୁ, ଜର୍ମାନ ଓ ସ୍ବୀଡ଼ିସ ସହିତ ୧୮ ଟି ଭାଷା କହି ପାରିବେ ଓ ଲେଖି ପାରିବେ l ସେ ସମୁଦାୟ ୩୫ ଟି ପୁସ୍ତକ ଲେଖିଛନ୍ତି ଓ ୨୫୦ ଟି ରୁ ଉର୍ଧ୍ଵ  ବିଦ୍ୱାନ ମାନଙ୍କ ଲେଖାର ସମ୍ପାଦନା କରିଛନ୍ତି l

Leave A Reply