ଇଂ. ବିଦ୍ୟାଧର ପଣ୍ଡା, ବି.ଟେକ୍. ସିଭିଲ୍, ଏମ୍.ଟେକ୍.(ପରିବେଶ), ଏଲ୍ଏଲ୍ବି : ମାନନୀୟା ରଶ୍ମିରେଖା ମହାରଣାଙ୍କ ଦୁଦୟାରୁ ମୋତେ କିଛି ଦିନ ତଳେ ଗୋଟିଏ ଅଦ୍ଭୁତ ପୁସ୍ତକର ସଂସ୍ପର୍ଶରେ ଆସିବାର ସୁଯୋଗ ମିଳିଲା । ମୂଳ ପୁସ୍ତକଟି ହିନ୍ଦୀଭାଷାରେ ଏବଂ ଏହାର ଲେଖକ ଡା. ରାଜିବ ମିଶ୍ର, ଏବେ ବିଦେଶରେ ରହୁଛନ୍ତି । ବହିର ନାଁ “ବିଷାକ୍ତ ବାମପନ୍ଥ” ଏବଂ ଏହାର ଦ୍ୱିତୀୟ ସଂସ୍କରଣ ବହୁତ ଶୀଘ୍ର ବଜାରକୁ ଆସିପାରେ । ମୋର ସୌଭାଗ୍ୟ ଯେ ରାଜିବଭାଇ ମୋ ପାଖକୁ ତାଙ୍କର ପାଣ୍ଡୁଲିପିର ଏକକୀତା ନକଲ ପଠାଇଛନ୍ତି । ପ୍ରଥମ ସଂସ୍କରଣଟି ମୋ ମତରେ ସାମ୍ପ୍ରତିକ ପରିସ୍ଥିତି ପାଇଁ ଏକ ଅମୂଲ୍ୟ ରତ୍ନ । ପୁସ୍ତକଟିକୁ ଅଧ୍ୟୟନ ପରେ କାହାର ବି ବିଚାରଧାରାରେ ଆମୂଳଚୁଳ ପରିବର୍ତ୍ତନ ଆସିବା ସ୍ୱଭାବିକ୍ । ତେଣୁ ତୁରନ୍ତ ବଡଭାଇ ଡା. ରାଜିବ ମିଶ୍ରଙ୍କର ଅନୁମତି ଭିକ୍ଷା କରି ଏହାର ଅନୁବାଦ କର୍ମରେ ଏବେ ନିଜକୁ ଲିପ୍ତ କରିବାର ସୌଭାଗ୍ୟ ଅର୍ଜନ କରିଛି । ଏହି ଯାତ୍ରାରେ ମାନନୀୟା ରଶ୍ମିରେଖା ମହାରଣା ଭଉଣୀଙ୍କର ପୋ୍ରସôାହନ ମିଳୁଥିବାରୁ, ତା’ଙ୍କୁ ଅନେକ ଅନେକ ଧନ୍ୟବାଦ । ଆଜିର ଏହି ଆଲେଖ୍ୟରେ ମୁଁ କେବଳ ପ୍ରଥମ ସଂସ୍କରଣ ପୁସ୍ତକଟିର ଭୂମିକାଟିକୁ ଅନୁବାଦ କରି ମୋର ଶ୍ରଦେ୍ଧୟ ପାଠକ ମାନଙ୍କ ଭେଟିଦେବାକୁ ପ୍ରୟାସ କରିଛି ।
“ଇତିହାସ ପରି ପ୍ରମୁଖ ଜିନିଷକୁ ଇତିହାସକାରଙ୍କ ଭରସାରେ ଛଡାଯାଇ ପାରେନା” ଉକ୍ତିଟିରେ ଅୟଂ ଆରମ୍ଭ ପୁସ୍ତକଟିର ଭୂମିକା ବି ବହୁତ ସୁନ୍ଦର ହୋଇଛି । ଲେଖକ ଆଲୋଚନା ଶୈଳୀରେ ଲେଖିଛନ୍ତି, ‘ବାମପନ୍ଥ ଉପରେ ଏକ ପୁସ୍ତକ କାହିଁକି ଲେଖିବା? ଯାହା ଘଟି ଗଲା, ଚାଲି ଗଲା, ସରି ଗଲା, ଆପେଆପେ ଖର୍ଚ୍ଚ ହୋଇଗଲା ତା ଉପରେ ଆଉ ଚିନ୍ତନମନ୍ଥନ କରି ସମୟ ନଷ୍ଟ କରିବା କ’ଣ ନିହାତି ଦରକାର? ବାମପନ୍ଥ ବିଷୟରେ ଲିଖିତ ପୁସ୍ତକ କାହାର ବା ପସନ୍ଦ ହେବ! ତା’କୁ ପଢିବ କିଏ? ଆଜି ବାମପନ୍ଥ ଆଉ ଅଛି କେଉଁଠି ଯେ କିଏ ତାର ଆଦର ସକôାର କରିବାକୁ ଚାହିଁବ?’ରଷିଆରେ ବାମପନ୍ଥ ଥିଲା, ପୂର୍ବ ୟୁରୋପରେ ଥିଲା, କୋରିୟା ଏବଂ କୁ୍ୟବାରେ ବଂଚିଛି, ଚିନ୍ରେ ରଙ୍ଗରୂପ ବଦଳେଇ ପୁଂଜିବାଦ (କ୍ୟାପିଟାଲିଜିମ୍) ସାଙ୍ଗରେ ବଢିବାରେ ଲାଗିଛି, ହେଲେ ଆମର ସେଥିରେ ଯାଏ ଆସେ କେତେ!
ଭାରତରେ ଇଏ ପଶ୍ଚିମବଙ୍ଗରୁ ଉଜୁଡି ଗଲା, ତ୍ରିପୁରାରେ ନଷ୍ଟ ହୋଇଗଲା, କାଲି କି ପଅରଦିନ କେରଳରେ ବି ମରିଯିବ, ତେଣୁ ୟା’ କଥା କ’ଣ ଆଉ କହିବା! ଭାରତବାସୀଙ୍କ ପାଇଁ ବୋଧହୁଏ ଏହା ଗ୍ରହଣୀୟ ନୁହେଁ, ସବୁଜାଗାରେ ୟାକୁ ଦୂର୍ଦୂର୍ ମାର୍ମାର୍ କଲେ । ମଦ ପିଇକି କେଉଁ ନାଳରେ ପଡିଛି, କେଉଁ ବୁଦ୍ଧିଜୀବୀଙ୍କର ବହିଥାକରେ କିମ୍ବା ଅଡୁଆ ଦାଢିରେ ରହି ୟେ ଆମର କ’ଣ କ୍ଷତିକରୁଛି ଯେ ଆମେ ଏହା ବିଷୟରେ ଆଜି ଏମିତି ଏତେ ଗୁରୁତ୍ୱ ଦେଉଛେ! ଏହି ପରିସ୍ଥିତିରେ ବାମପନ୍ଥ କାହିଁକି ପ୍ରାସଙ୍ଗୀକ!ସତରେ କ’ଣ ବାମପନ୍ଥ ପରାଜୟ ବରଣ କରିସାରିଛି? କିମ୍ବା ଏହା କେବଳ ରୂପ ବଦଳେଇ ଦେଇଛି ଏବଂ ଏକ ରାଜନୈତିକ ଆନେ୍ଦାଳନ ପରିବର୍ତ୍ତେ ଏକ ସାମାଜିକ ଶକ୍ତି ହିସାବରେ ଆଜି ବି ସତ୍ତା ଭୋଗ କରୁଛି?କିଶୋରାବସ୍ଥାରେ ପ୍ରାୟ ଲୋକ ବାମପନ୍ଥୀ ରାଜନୀତି ଏବଂ ସେହି ବିଚାରଧାରାର କୌଣସି ନା କୌଣସି କୂଳକୁ ଛୁଇଁଥାନ୍ତି । ପ୍ରତ୍ୟେକ ଯୁବକ ଉଣା ଅଧିକେ ବାମପନ୍ଥୀ ହୋଇଥାନ୍ତି । କିନ୍ତୁ ଅଧିକାଂଶ ସୁସ୍ଥ ମାନସିକତା ବାଲା ଲୋକ ଏଥିରୁ ବାହାରକୁ ବାହାରି ପଡି ବଡ ହୋଇଯାଆନ୍ତି । ତଥାପି ବହୁତ ଲୋକ କୌଣସି ନା କୌଣସି ରୂପରେ ବାମପନ୍ଥୀ ବିଚାର ପ୍ରକ୍ରିୟା ଦ୍ୱାରା ପ୍ରଭାବିତ ହୋଇ ସବୁଦିନ ପାଇଁ ରହିଯାନ୍ତି । ସେମାନେ ଏହି ସାମାନ୍ୟ ସାମାଜିକ ବିଚାରବଳ ଦ୍ୱାରା ବାମପନ୍ଥ ସମାଜକୁ ସଂଚାଳିତ କରୁଥାନ୍ତି ଏବଂ ନିଜର ବିଷାକ୍ତ କାର୍ଯ୍ୟକ୍ରମ ଚାଲୁ ରଖିବାକୁ ସମର୍ଥ ହୁଅନ୍ତି ।
ନିଜର ଯୁବାବସ୍ଥା ମହାବିଦ୍ୟାଳୟରେ ପଠନ କାଳରେ ମୁଁ ବି ବାମପନ୍ଥୀ ଥିଲି । କିନ୍ତୁ ଧିରେଧିରେ ବୁଦ୍ଧିର ବିକାଶ ହେବାରୁ ଏଥିରୁ ବାହାରି ଆସିଲି ବୋଲି ବଂଚିଗଲି । ହେଲେ ନିଜର ସେହି ବାମପନ୍ଥୀ ମନସ୍ଥିତି ବିଚାରକୁ ମୁଁ ବନ୍ଦ କରି ପାରିଲିନି । ବିଗତ କିଛି ବର୍ଷ ହେଲା ସାମଜିକ ଗଣମାଧ୍ୟମରେ ଲେଖାଲେଖି କରିବା ଭିତରେ ମୁଁ ମୋ ନିଜର ଅନ୍ତଃକରଣ ଦୃଷ୍ଟି ଏବଂ ମନକୁ ସମୃଦ୍ଧ କରିବାକୁ ଲାଗିଲି, ପରେ ମୋତେ ସବୁକିଛି ସ୍ପଷ୍ଟ ହେବାରେ ଲାଗିଲା । କିନ୍ତୁ ମୁଁ ଯଦି ଏହି ବହିର ଶ୍ରେୟ କେବଳ ନିଜେ ନେବାକୁ ଚେଷ୍ଟା କରିବି ତେବେ ଏହା ମୋ ପକ୍ଷରେ ବୌଦ୍ଧିକ ବେଇମାନୀ ହେବ । ମୋର ଦୃଷ୍ଟିକୁ ଅଧିକ ସ୍ପଷ୍ଟ କରିବାର ଶ୍ରେୟ ଆଦରଣୀୟ ବଡଭାଇ ଶ୍ରୀ ଆନନ୍ଦ ରାଜାଧ୍ୟକ୍ଷ ମହାଶୟଙ୍କୁ ଯାଇପାରେ । ମୋତେ ସର୍ବଦା ତାଙ୍କର ବୌଦ୍ଧିକ ଏବଂ ସୁବିଚାରର ମାର୍ଗଦର୍ଶନର ସୌଭାଗ୍ୟ ମିଳିଛି ଏବଂ ତାଙ୍କ ସହିତ ଘଂଟାଘଂଟା ଧରି ବିଚାରବିମର୍ଷ କଲାପରେ ଯାଇ ମୁଁ ଏହି ପୁସ୍ତକର ବିହନ ବୁଣିବାରେ ସମର୍ଥ ହୋଇଛି । ଯଦି ଏହି ପୁସ୍ତକ ଏକ ବହୁବିଦ୍ଧ ବିଚାରର ଫସଲ ହୋଇଥାଏ ତେବେ ଏହାର ବୁଣିବା ଏବଂ ଖତପାଣିଦେଇ ବଂଚାଇବାର ଶ୍ରେୟ ଆନନ୍ଦଜୀ ଭାଇଙ୍କୁ ହିଁ ଯିବ । ମୁଁ ତ କେବଳ ହିଡ ଏବଂ ବାଡଟିଏ ଏହା ଚାରିପଟେ ବାନ୍ଧି ଏହାର ଜଗୁଆଳି ପରି କାମ କରିଛି ଏବଂ ଆଜି ଏହି ଫସଲ କାଟିବାକୁ ବସିଛି ।
ମହାବିଦ୍ୟାଳୟରେ ପଢିବା ସମୟରେ ମୋତେ ବି ମୋର ବିଚାର ଶକ୍ତିର କ୍ରମବିକାଶ କରିବାକୁ ଅନେକ ସାଥୀ ମିଳିଗଲେ । ସନ୍ଧ୍ୟାର ଲମ୍ବା ଆସରର ଚା’ପିଆ ଖଟିରେ ଏବଂ ତାସପାଲି ପଡିବା ଭିତରେ ଲମ୍ବାଲମ୍ବା ରାଜନୈତିକ ତର୍କବିତର୍କ ମୋତେ ସମ୍ଭାଳିଲା, ବଦଳେଇଲା ଏବଂ ପ୍ରକୃତ କଥା ବୁଝେଇବାରେ ମୋ ବାମପନ୍ଥୀ ମନକୁ ସାହାଯ୍ୟ କଲା । ଯଦି ମୁଁ ସେତେବେଳର ମେଡିକାଲ କଲେଜରେ ଅନେକ ସହପାଠୀଙ୍କୁ ମନେ ନପକାଏ ତେବେ ଅନ୍ୟାୟ ହେବ । ମନିଷ ଖାନ୍ନା, ଧୀରଜ ସୈନୀ, ସୁନୀଲ ରୈନା, ଦିନେଶ ତ୍ରୀପାଠୀ, ଅଜୟ ଭାରଦ୍ୱାଜ, ଆପଣମାନଙ୍କୁ କେତେ ସନ୍ଧ୍ୟାରେ ଏ ପୁସ୍ତକର କେତେ ବିଷୟକୁ ନେଇ ହଇରାଣ କରିଛି ଗଣନା କରି ହେବନି । ଜାମସେଦ୍ପୁରରେ ଅଭୁ୍ୟଦୟ ଏବଂ ପୂର୍ବସୈନିକ ସେବା ପରିଷଦର ମୋର ଜଣେ ଅନ୍ତରଙ୍ଗ ବନ୍ଧୁ ମୋର ଏହି ବିଚାରଯାତ୍ରାର ସାକ୍ଷୀ ଅଛନ୍ତି ଏବଂ ତାଙ୍କର ବୈଚାରିକ ସାମାଜିକ ପ୍ରତିବଦ୍ଧତା ସଦାସର୍ବଦା ମୋ ପାଇଁ ପ୍ରେରଣାର ସୋ୍ରତ ରହିଥିବେ । ସେ ନିଜେ ଜମି ଉପରେ ସ୍ଥିର ରହି ମୋତେ ମୁକ୍ତାକାଶରେ ଉଡାଣ ଭରିବା ପାଇଁ ପୋ୍ରସôାହନ ଦେଉଥିଲେ । ତଥାପି ମୋତେ କେବେ ବି ମୂଳରୁ ଅଲଗା ହେବାକୁ ଦେଇ ନାହାନ୍ତି । ପ୍ରାୟ ଏ ସମଗ୍ର ପୁସ୍ତକ ଭିନ୍ନଭିନ୍ନ ସମୟରେ ଫେସ୍ବୁକ ପୃଷ୍ଠାର ଅଂଶ ହୋଇଛି ।
ମୋର ଯେଉଁ ହଜାର ହଜାର ସାଙ୍ଗ ସେଠାରେ ମୋର ଏହି କୃତିକୁ ପଢି ଲାଇକ୍ ଏବଂ ସେୟାର କରି ଏପରି ଏକ ପୁସ୍ତକ ଲେଖିବା ପାଇଁ ମୋତେ ପୋ୍ରସôାହନ ଦେଇଛନ୍ତି, ଏ ପୁସ୍ତକ ମୂଲତଃ ସେହି ମାନଙ୍କର ସମ୍ପତ୍ତି ।
ପ୍ରତ୍ୟେକ ବିବାହିତ ବ୍ୟକ୍ତିମାନଙ୍କ ପରି ନିଜର ଉପଲବ୍ଧି ପାଇଁ ଯଦି ମୁଁ ମୋର ଧର୍ମପତ୍ନୀଙ୍କୁ ଶ୍ରେୟ ନଦିଏ ତେବେ ମୋର ତାଙ୍କ ସହ ଗୋଟିଏ ଛାତତଳେ ବଂଚିବାର ଉପାୟ ନାହିଁ । ପଲ୍ଲବୀର ଶ୍ରେୟ କେବଳ ତା ଭାଗ ସମୟରୁ କାଟିି ମୁଁ ଏ ପୁସ୍ତକ ଲେଖିଛି ଏବଂ ସିଏ ମୋତେ କେବଳ ଲେଖିବା ପାଇଁ ଦେଲା ତାହା ନୁହେଁ,ସେ ମୋର ବିଚାରଯାତ୍ରାର ଏକ ବଡ ସହଭାଗିନୀ ଏବଂ ବିରାଟ ସମ୍ବଳ । ଏହି ବାହାନା ବହୁତ ହେବ କି ପଚିଶ ବର୍ଷ ପୂର୍ବେ ଯେବେ ଆମ ଦୁହିଁଙ୍କର ମିଳନ ହେଲା ସେତେବେଳେ ମୁଁ ବାମପନ୍ଥୀ ଥିଲି । ପରେ ଆମ ଭିତରେ ପ୍ରେମାଳାପ ସହ ଧିରେଧିରେ ମୁଁ ରାଷ୍ଟ୍ରବାଦୀ ହେବାକୁ ଆରମ୍ଭ କଲି, ଏହା କେବଳ ମାତ୍ର ଏକ ସଂଯୋଗ ନୁହେଁ ।
ଏ ପୁସ୍ତକ ଲେଖାଯିବା ପୂର୍ବରୁ ଏହାର ଅଧିକାଂଶ ଭାଗ ଏକ ବହୁତ ଶିକ୍ଷିତ, ଦକ୍ଷ ଏବଂ ଉତ୍ତମ ବୁଦ୍ଧିସମ୍ପର୍ଣ୍ଣ କିଶୋର ସହ କଥାବାର୍ତ୍ତା ମାଧ୍ୟମରେ ବିକଶିତ ହୋଇଛି । ସିଏ ମୋର ସୁପୁତ୍ର ସିଦ୍ଧାର୍ଥ । ଏ ପୂରା ପୁସ୍ତକ ମୂଳତଃ ସିଦ୍ଧାର୍ଥ ଏବଂ ସେହି ଯୁବାପିଢିଙ୍କ ପାଇଁ ଚିନ୍ତା ଏବଂ ସଂସ୍କାର ଗୁଡିକଉପରେ ଚାଲିଥିବା ବୈଚାରିକ ପ୍ରତିକାରର ବ୍ୟାକୁଳତା ଉପରେ ଆଧାରିତ । ମୋର ପ୍ରୟାସ ଏହି ପୁସ୍ତକ ସମସ୍ତ ଯୁବପିଢିଙ୍କ ହାତକୁ ପହଁଚେ, ତାଙ୍କର ବିର ପ୍ରକ୍ରିୟାର ଅଂଶବିଶେଷ ହେଉ ଏବଂ ସେମାନଙ୍କୁ ବାମପନ୍ଥ ବିଷଠାରୁ ବଂଚେଇବାରେ ସହାୟକ ହେଉ । ସେହି ଭବିଷ୍ୟତ ପିଢିକୁ ମୋର ଏହି ପୁସ୍ତକ ସମର୍ପଣ କରୁଛି । (କ୍ରମଶ..)
ମୂଳଲେଖା-ଡା. ରାଜିବ ମିଶ୍ର
ଅନୁବାଦ- ଇଂ. ବିଦ୍ୟାଧର ପଣ୍ଡା
Comments are closed.