Odisha news

ରୋଗାକ୍ରାନ୍ତ ମନ:ଚିନ୍ତା କରିପାରିବା ନହେଲେ ଜୀବନଟା ସମ୍ପୂର୍ଣ୍ଣ ମୂଲ୍ୟହୀନ ନିରର୍ଥକ ମନେହେବ ।

0

ଆମ ଶରୀରକୁ ବେଳେବେଳେ ରୋଗ ଆକ୍ରମଣ କରେ । ସଠିକ୍ ସମୟରେ ରୋଗର ଉପଚାର ନକଲେ ପିଡା ଯନ୍ତ୍ରଣାରେ ଆମେ କଷ୍ଟ ପାଉ । ଶରୀର ପରି ଆମ ମନ ବି ଅନେକ ସମୟରେ ରୋଗରେ ଆକ୍ରାନ୍ତ ହୁଏ । ଶରୀର ଆରୋଗ୍ୟ ପାଇଁ ଆମେ ଔଷଧ ଖାଉ ହେଲେ ମନକୁ ରୋଗ ମୁକ୍ତ କରିବା ପାଇଁ ଆମେ ଆଦୌ ଧ୍ୟାନ ଦେଉନା । ଅନେକଙ୍କ ଧାରଣାରେ ମନ ତ ମନ ତାକୁ ପୁଣି କି ରୋଗ । ମନ ଯେତେବେଳେ ରୋଗଗ୍ରସ୍ଥ ହୁଏ ସବୁସମୟରେ ଅସ୍ଥିର ବିଚଳିତ ଅନୁଭବ ହୁଏ ସ୍ମରଣଶକ୍ତି ହ୍ରାସ ପାଏ ଓ ଅବସାଦ ବଢିଯାଏ ।

ଖିଆପିଆରେ ଆଗ୍ରହ ରୁହେନି ନିଦ୍ରା କମିଯିବା ସହିତ ଜୀବନଟା ବୋଝପରି ଲାଗେ । ମନ ରୋଗାକ୍ରାନ୍ତ ପାଇଁ କେବଳ ମଣିଷ ନିଜେ ନୁହେଁ ଆମ ଆଖପାଖ ର ସମସ୍ୟା ଓ ଘଟଣା ଅନେକାଂଶରେ ଦାୟି । ବାଦବିବାଦ ପରଶ୍ରିକାରତା ପ୍ରତିହିଂସାପରାୟଣ ଅଭିମାନ କପଟ ଆଦି କୁଭାବନା ଗୁଡିକ ମନକୁ କଳୁଷିତ କରିଦିଏ । ବ୍ୟକ୍ତିର ମାନଷିକ ସ୍ଥତି ଯେତେବେଳେ ବିଗିଡି ଯାଏ ମନ ରୋଗକ୍ରାନ୍ତ ବୋଲି ଧରାଯାଏ । ମନ ହିଁ ମଣିଷର ସବୁକିଛି ଯଦି ମନ ଭଲ ସବୁ ଠିକ୍ ନହେଲେ ମୂଲ୍ୟହୀନ ନିରର୍ଥକ ମନେହୁଏ । ମନ ରୋଗାକ୍ରାନ୍ତ ହେଲେ ସାରା ଶରୀର ଯେ ପ୍ରଭାବିତ ହେବ ଏଥିରେ ଆଦୌ ସଂନ୍ଦୋହ ନାହିଁ । ସୁସ୍ଥ ଜୀବନ ପାଇଁ ମନ ସର୍ବଦା ନିରୋଗ ରହିବା ନିତ୍ୟାନ୍ତ ଜରୁରୀ ।

ଶରୀର ଠିକ ମନ ଯଦି ରୋଗରେ ଆକ୍ରାନ୍ତ ଆମେ ନିଜକୁ ସମ୍ପୁର୍ଣ୍ଣ ନିରୋଗୀ ବୋଲି କହିପାରିବା ନାହିଁ । ଶରୀର ରୋଗମୁକ୍ତ ପାଇଁ ଆମକୁ ଔଷଧରେ ଖର୍ଚ୍ଚ କରିବାକୁ ପଡେ ହେଲେ ମନକୁ ରୋଗମୁକ୍ତ କରିବାକୁ କୌଣସି ଅର୍ଥ ଆବଶ୍ୟକ ପଡେନି । ନିଜ ବୁଦ୍ଧି ବିବେକ ଓ ବିଚାରକୁ ଉପଯୋଗ କରି ମନକୁ ରୋଗମୁକ୍ତ କରିପାରିବା ଏଥିପାଇଁ କେବଳ ନିଜସ୍ୱ ଉଦ୍ୟମ ଲୋଡା ।

କ୍ତିକୁ ସ୍ୱତନ୍ତ୍ର କରି ଗଢିତୋଳିବାକୁ ତା ନିଜ ମନ ହିଁ ମୂଖ୍ୟ ଭୁମିକା ଗ୍ରହଣ କରେ । ମନର ଦୃଢତା ହିଁ ସଫଳତାର ମାପକାଠି । କଠିନ ହୃଦୟର ମଣିଷ ପ୍ରତ୍ୟେକ ପରିସ୍ଥିତିକୁ ଦୃଢତାର ସହିତ ମୁକାବିଲା କରେ ଦୂର୍ବଳ ହୃଦୟର ମଣିଷ ସାମାନ୍ୟ କଥାରେ ଭାଙ୍ଗିପଡେ । ଆଜିର ବ୍ୟସ୍ଥମୟ ଜୀବନରେ ମନ ସବୁ ସମୟରେ ଅଧୀର ଅସ୍ଥିର ଯେଉଁ କାରଣରୁ ଏକାଗ୍ରତା ଭଙ୍ଗ ହେଉଛି ।

ଏପରି ଅବସ୍ଥାରେ ଯେଉଁ କାର୍ଯ୍ୟଟି ହାତକୁ ନିଆଯାଉଛି ନା ଆତ୍ମସନ୍ତୋଷ ମିଳୁଛି ନା ସଫଳତା । ଅନ୍ୟପଟେ ହାରିବା ବିଫଳତା ଶବ୍ଦକୁ ମନ ଆଦୌ ଗ୍ରହଣ କରିପାରେନି । ମନ ଚାହୁଁଥିବା ମୁତାବକ ସବୁ କାର୍ଯ୍ୟ ଯେ ହେବ ଆଦୌ ସମ୍ଭବ ନୁହେଁ । ଅନ୍ୟର ଜିନିଷ ପ୍ରତି ଅହେତୁକ ଆକର୍ଷିତ ହେବା ସବୁ ସମୟରେ ଅନ୍ୟ ସହିତ ତୁଳନ କରିବା । ଯେଉଁ ଜିନିଷଟା ନାହିଁ ତାକୁ ନେଇ ବିଳାପ କରିବା ଦ୍ୱାରା ମନରେ ନକରାତ୍ମକ ଭାବନା ଜାଗ୍ରତ ହୁଏ । ଏ ବାବଦରେ ଯଥାଶିଘ୍ର ନିଜ ଚିନ୍ତାଧାରା ବଦଳାଇ ପାରିଲେ ସବୁ କିଛି ଶାନ୍ତ ପଡିବ ଅନ୍ୟଥା ଦୁଃଖଯନ୍ତ୍ରଣାରେ ମନଟା କଷ୍ଟ ପାଉଥିବ । ମନ ଏବଂ ବିଶ୍ୱାସ ଏକତ୍ରିତ କାର୍ଯ୍ୟ କଲେ ହୃଦୟର ପଥ ଉନ୍ନକ୍ତ ହେବ ଓ ବିଚାର ର ମାର୍ଗ ପ୍ରଶସ୍ଥ ହେବ ।

ପ୍ରାୟ ସମୟରେ ଅତିତ ଓ ଆଗତ୍ୟ ଭବିଷ୍ୟତ କୁ ମନ ପ୍ରଭାବିତ ହୁଏ । ଏଇ ଦୁଇଟି ଅବସ୍ଥା ମଧ୍ୟରୁ ଗୋଟିଏ ଚାଲିଯାଇଥାଏ ଓ ଅନ୍ୟଟି ପାଦ ଦେଇନଥାଏ । ଭାବିବାକୁ ହେବ ଏ ଦୁଇଟି ଅବସ୍ଥା ବର୍ତ୍ତମାନରେ ନୁହେଁ ତା ପାଇଁ ଆମେ ବର୍ତ୍ତମାନ ସମୟକୁ କାହିଁକି ନଷ୍ଟ କରିବା । ବର୍ତ୍ତମାନକୁ ନେଇ ଆଗାମୀ ଭବିଷ୍ୟତ ତେଣୁ ବର୍ତ୍ତମାନ ସମୟ ଖୁବ୍ ମୂଲ୍ୟବାନ ।

ମନକୁ ଚାପରୁ ମୁକ୍ତ ରଖିବାକୁ ହେଲେ କୌଣସି କଥାକୁ ଅଧିକ ଭାବିବା ନାହିଁ କି କୌଣସି କଥାରେ ହଠାତ୍ ପ୍ରତିକ୍ରିୟା ଦେବାନାହିଁ । ଦୃଷ୍ଟିକୋଣ ବଦଳାଇ ସତଚିନ୍ତାରେ ମନକୁ ପାଛୋଟି ନେବା । ଶବ୍ଦର ଯଥାସମ୍ଭବ କମ୍ ପ୍ରୟୋଗ କଲେ ଉଭୟ ଦେହ ଓ ମନ ପାଇଁ ହିତକର । ଅନେକ କ୍ଷେତ୍ରରେ ମୌନ ରହିଲେ ସମସ୍ୟା ଟଳିଯାଏ । ବେଳେ ବେଳେ ଅନ୍ୟର କିଛି ପଦ ଆଶ୍ୱାସନା ମୂଳକ ଶବ୍ଦ ମନରେ ଏକ ଉଭୁତ ଶକ୍ତି ଭରିଦିଏ । ତ୍ୟାଗ ସର୍ମପଣ ସେବା ଭାବନାରେ କାର୍ଯ୍ୟଟିଏ ହାତକୁ ନେଲେ ଭରପୁର ଆତ୍ମସନ୍ତୋଷ ମିଳେ । ପରବର୍ତ୍ତି ସମୟରେ ନିଜଭିତରେ ଅଜସ୍ର ସକରାତ୍ମକ ଶକ୍ତି ଠୁଳ ହୋଇପାରିବ । ଏହାଦ୍ୱାରା ଆତ୍ୱବଳ ବୃଦ୍ଧି ପାଇବା ସହିତ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହଜ ହେବ । ମନର ରାସ୍ତାରେ ଏଣୁତେଣୁ ଭାବନା ସବୁସମୟରେ ଗହଳି କରି ଭରାକ୍ରାନ୍ତ କରିଦିଏ ।

ଗହଳିରୁ ଦୂରେଇବାକୁ ହେଲେ ଶରୀରକୁ ସବୁସମୟରେ କର୍ମତତ୍ପର ରଖିବା ଏକ ସୁନ୍ଦର ପ୍ରୟାସ । ଆମେ ଯଦି ସମ୍ପୁର୍ଣ୍ଣ ଦୁନିଆଟାକୁ ଖରାପ ଭାବିବା ସବୁ କେବଳ ଖରାପ ହିଁ ନଜର ଆସିବ । ଦୃଷ୍ଟିକୋଣ ଯେବେ ବଦଳିବ ଚିନ୍ତାଧାରା ଆପେ ଆପେ ବଦଳିଯିବ ଓ ସବୁ କିଛି ସହଜ ଆଉ ହାଲୁକା ମନେ ହେବ । ଏ ଦିଗରେ ନିଜ ବୁଦ୍ଧି ବିବେକ ବିଚାର ର ସଠିକ୍ ଉପଯୋଗ ନିତ୍ୟାନ୍ତ ଜରୁରୀ । ବିଚାରଶୂନ୍ୟ ମଣିଷ ଉଚିତ୍ ଅନୁଚିତ୍ ହିତ ଅହିତ ନିର୍ଣ୍ଣୟ କରିପାରେନି । ଏପରି ବ୍ୟକ୍ତି ବ୍ରହ୍ମାଣ୍ଡରେ କେଉଁଠି ବି ସୁଖ ପାଇ ପାରେନି ।

ମାନବ ଜୀବନ ଏପରି ଏକ ଜୀବନ ଯାହା ପାଖରେ ବିଚାର କରିବାର କ୍ଷମତା ରହିଛି । ବିଚାର ହିଁ ମଣିଷର ବଡ ସମ୍ପତି ଯାହାକୁ ଉପଯୋଗ କରି ଆମେ ଲାଭବାନ ହେଇପାରିବା । ମନୂଷ୍ୟ ସେଇ ଭଳି ହୁଏ ଯେଉଁଭଳି ତା ବିଚାର । ପରିବର୍ତ୍ତନଶୀଳ ଦୁନିଆରେ ସବୁକିଛି ବଦଳିବି । ଆଜି ଯାହା ନାହିଁ କାଲିକି ନିଶ୍ଚିନ୍ତ ପ୍ରାପ୍ତ ହେବ କିନ୍ତୁ ଏଥିପାଇଁ କେବଳ ଧେର୍ଯ୍ୟ ସଂଜମତା ଲୋଡା । ସଫଳତା-ବିଫଳତା ପାଇବା-ହରାଇବା ଏମିତି ଲାଗିରହିଥିବ ଏଥିରେ ନୂଆ କଥା କିଛି ନୁହେଁ ଏପରି ଭାବନରେ ମନକୁ ସର୍ବଦା ଦୃଢ କରିବା । ମନ ସୁସ୍ଥ ଆଉ ନିରୋଗ ରହିଲେ ହିଁ ଆମେ ନୂଆ କଥା ଭାବିପାରିବା

Leave A Reply