Odisha news

ଚାଇନିଜ ଲୋନ ଆପ କେଶ ରେ ଇଡି ର ଚଢ଼ାଉ , Razorpay , Paytm ର ବିଭିନ୍ନ ଅଫିସ ଉପରେ ଚଢ଼ାଉ

0

ନୂଆଦିଲ୍ଲୀ : ଚାଇନିଜ ଲୋନ ଆପ ସହିତ ଯୋଡି ହୋଇଥିବା ମାମଲାରେ ପ୍ରବର୍ତନ ନିର୍ଦେଶାଳୟ ଅନଲାଇନ ପେମେଣ୍ଟ ଗେଟବେ – Razorpay , Paytm , Cashfree ର ବାଙ୍ଗାଲୋର ସ୍ଥିତ ଅଫିସ ଉପରେ ଚଢ଼ାଉ କରିଛି l ଇଡି ପକ୍ଷରୁ ଦିଆ ଯାଇଥିବା ତଥ୍ୟ ଅନୁସାରେ ଶୁକ୍ରବାର ଦିନ ୬ଟି ପରିସର ରେ ଆରମ୍ଭ କରାଯଇଛି , ବର୍ତମାନ ମଧ୍ୟ ଏହି ଯାଞ୍ଚ ଅଭିଯାନ ଚାଲିଛି l ମିଳିଥିବା ସୂଚନା ଅନୁସାରେ ଯାଞ୍ଚ ଏଜେନ୍ସି ଗୁଡିକ ଏହି ଚଢ଼ାଉ ସମୟରେ ମର୍ଚାଣ୍ଟ ଆଇଡି ଓ ଚୀନ ଲୋକଙ୍କ ପକ୍ଷରୁ ନିୟନ୍ତ୍ରିତ ସଂସ୍ଥା ଗୁଡିକ ର ବ୍ୟାଙ୍କ ଖାତାରେ ରଖା ଯାଇଥିବା ୧୭ କୋଟି ଟଙ୍କା ଜବତ କରାଯାଇଛି l

କିପରି ହୋଇଥିଲା ଏହି କାମ –
ଏହି ସଂସ୍ଥା ଗୁଡିକ କାମ କରିବାର ଶୈଳୀ ଏହା ହେଉଛନ୍ତି ସେହି ଭାରତୀୟ ଲୋକଙ୍କ ନକଲି ପରିଚୟ ପତ୍ର ର ବ୍ୟବହାର କରିଥାଆନ୍ତି ଓ ଓ ତାକୁ ହିଁ ଡମି ଭାବରେ ଉପଯୋଗ କରନ୍ତି l ଏହି ସଂସ୍ଥା ଗୁଡିକ ଚୀନ ବ୍ୟକ୍ତି ମାନଙ୍କ ଦ୍ୱାରା ନିୟନ୍ତ୍ରିତ ଓ ସଞ୍ଚାଳିତ କରାଯାଉଛି l ଇଡି ର ସୂଚନା ଅନୁସାରେ ମର୍ଚ୍ଚlଣ୍ଟ ଆଇଡି, ପେମେଣ୍ଟ ଗେଟବେ / ବ୍ୟାଙ୍କ ସହିତ ରଖ ଯାଇଥିବା ଖାତା ମାଧ୍ୟମରେ ଅବୈଧ ବ୍ୟବସାୟ କରୁ ଥିଲେ l

ଇଡି ର ସୂଚନା ଅନୁସାରେ ଯାଞ୍ଚ ର ଏହି ମାମଲା ସାଇବର ଅପରାଧ ପୋଲିସ ଷ୍ଟେସନ, ବାଙ୍ଗାଲୋର ଦ୍ୱାରା ଦର୍ଜ କରାଯାଇଥିବା ଏଫଆଇଆର ଉପରେ ଆଧାରିତ ଅଟେ l ଏହି ଏଫଆଇଆର ଅନେକ ସଂସ୍ଥା/ ବ୍ୟକ୍ତି ଗୁଡିକ ବିରୁଦ୍ଧରେ ଦର୍ଜ କରାଯାଇଛି l ଏଥିରେ ସଂସ୍ଥା ଗୁଡିକ ଓ ବ୍ୟକ୍ତି ମାନଙ୍କୁ ଛୋଟ ଛୋଟ ଲୋନ ରାଶି ନେବା ଦ୍ୱାରା ଜବରଦସ୍ତି ମୋବାଇଲ ମାଧ୍ୟମରେ ପଇସା ଅସୁଲ  କରାଯାଉଛି l

Nalco
Leave A Reply