Odisha news

ଇଡିର ଚାର୍ଜସିଟ୍ ରେ ବଡ଼ ଖୁଲାସା , ଶୁକେସର ଅପରାଧ ବିଷୟରେ ଜାଣି ଥିଲେ ଜାକ୍ ଲିନ୍

0
ନୂଆଦିଲ୍ଲୀ : ମନି ଲାନ୍ଡ୍ରୀଙ୍ଗ ମାମଲାରେ ବଲିଉଡ ଅଭିନେତ୍ରୀ ଜେକ୍ଲିନ ଫର୍ଣାଣ୍ଡିଜ୍ ଥମିବାର ନାଁ ଧରୁ ନାହିଁ । ଇଡି ପକ୍ଷରୁ ଏହି ମାମଲା ରେ ଚାର୍ଜସିଟ୍ ଦାଖଲ ମଧ୍ୟ କରି ଦିଆଯାଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅଭିନେତ୍ରୀ ଙ୍କୁ ୨୧୫ କୋଟି ଟଙ୍କାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ଚାର୍ଜସିଟ୍ ରେ ଯାହା କିଛି ଲେଖା ହୋଇଥିଲା ତାହା ଆଶ୍ଚର୍ଯ୍ୟ କରିଦେବ ।
ଇଡି ଦ୍ଵାରା ପ୍ରସ୍ତୁତ ହୋଇଥିବା ଚାର୍ଜସିଟ୍ ରେ କୁହାଯାଇଛି ଯେ ‘ ବର୍ତ୍ତମାନ୍ ପର୍ଯ୍ୟନ୍ତ ଯାଞ୍ଚ ରେ ଜଣା ପଡ଼ିଛି ଯେ ଅଭିନେତ୍ରୀ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବରେ ଏହି ଅପରାଧିକ ଆୟ ରେ ସାମିଲ ଅଛନ୍ତି । ଏହା ଛଡ଼ା ସୁକେଶ୍ ଙ୍କ ଅପରାଧ ବିଷୟରେ ଜାଣି ମଧ୍ୟ ଅଭିନେତ୍ରୀ ଜାକଲିନ ତାଙ୍କ ନିକଟରୁ ଅଧିକ ମୂଲ୍ୟର ଉପହାର ନେଉଥିଲେ ।
ଇଡି ର ଚାର୍ଜସିଟ୍ ପରେ ଜାକଲିନ ଙ୍କ ଅସୁବିଧା ଆହୁରି ବଢି ଯାଇପାରେ । ବର୍ତ୍ତମାନ୍ ପର୍ଯ୍ୟନ୍ତ ଅନୁସନ୍ଧାନ ରୁ ଜଣା ପଡ଼ିଛି ଯେ ଜାକଲିନ ଲଗାତାର ଅପରାଧୀ ଙ୍କ ସଂସ୍ପର୍ସ ରେ ରହିଥିଲେ । ସୁକେସ ମଧ୍ୟ ଏହା ମାନିଛନ୍ତି ଯେ ସେ ଜାକଲିନ ଙ୍କୁ ମୂଲ୍ୟବାନ ଉପହାର ଦେଉଥିଲେ ।
ଏହାପରେ ଜାକଲିନ ଙ୍କ ପାଇଁ ସମନ୍ ଜାରି ହୋଇଛି ଓ ସେପ୍ଟେମ୍ବର ୨୬ ତାରିଖ ରେ ଦିଲ୍ଲୀ ର ପଟିଆଲା କୋର୍ଟ ରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପ୍ଟେମ୍ବର ୧୨ ରେ ଦିଲ୍ଲୀ ପୋଲିସ ପକ୍ଷରୁ ଅଭିନେତ୍ରୀ ଙ୍କୁ ପଚରା ଉଚରା କରାଯିବ ।
Leave A Reply