ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରା) ପକ୍ଷରୁ ଆଜି 2019-20 ଏବଂ 2020-21 ବର୍ଷ ପାଇଁ ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ କରିଥିବା ରେଳବାଇ କର୍ମଚାରୀମାନଙ୍କ ପିଲାମାନଙ୍କୁ ସମ୍ବର୍ଦ୍ଧନା କରାଯାଇଅଛି |
ସେହିଭଳି, ପୂର୍ବତଟ ରେଳପଥର ଉତ୍ସର୍ଗୀକୃତ ମହିଳା କର୍ମଚାରୀମାନଙ୍କୁ ମଧ୍ୟ ସେମାନଙ୍କର ଉତ୍ସର୍ଗୀକୃତ ଓ ନିଷ୍ଠାପର ସେବା
ପାଇଁ ସମ୍ମାନିତ କରାଯାଇଥିଲା |
ଏହି ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦାନ କରି ପୂର୍ବତଟ ଓ ଦକ୍ଷିଣ ପୂର୍ବ ରେଳପଥର ମହାପ୍ରବନ୍ଧକ ତଥା ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନର ଅଧ୍ୟକ୍ଷ୍ୟା ସୁଶ୍ରୀ ଅର୍ଚନା ଯୋଶୀ କୃତି ଛାତ୍ରଛାତ୍ରୀ ଏବଂ ମହିଳା କର୍ମଚାରୀ ମାନଙ୍କୁ ସମ୍ମାନିତ କରିବା ସହିତ ପୁରସ୍କାର ପ୍ରଦାନ କରିଥିଲେ | ଏହି ଅବସରରେ ମହିଳା କଲ୍ୟାଣ ସଂଗଠନର ସଦସ୍ୟା ମାନେ ମଧ୍ୟ ଉପସ୍ଥିତ ରହି ସମ୍ବର୍ଦ୍ଧନା ସଭାକୁ ପରିଚାଳନା କରିଥିଲେ |