Odisha news

ଗୋଟିଏ ଗୁରୁତ୍ୱପୂର୍ଣ ପବ୍ଲିକ୍ କ୍ରୟରେ ଏକ ବଡ଼ ଶିଳ୍ପ ସଂସ୍ଥାର ଅନୈତିକ କାର୍ଯ୍ୟକଳାପକୁ ପୂର୍ବତଟ ରେଳପଥ ର ଟେଣ୍ଡର କମିଟି ଚତୁରତାର ସହ ଧରିଛି

0
ଏକ ପ୍ରମୁଖ ପାଇଲଟ ପ୍ରକଳ୍ପରେ  ପରିଚାଳନା ଦକ୍ଷତା ବୃଦ୍ଧି କରିବାପାଇଁ  ପୂର୍ବ ତଟ ରେଳପଥ କେତେକ ଲୋକୋ ଆଟାଚମେଣ୍ଟ ଟେକ୍ନୋଲୋଜି କ୍ରୟ କରୁଛି l  ଏହା  ଗୋଟିଏ ପ୍ରମାଣିତ ଟେକ୍ନୋଲୋଜି,  କିନ୍ତୁ ଭବିଷ୍ୟତରେ  ଆହୁରି ଅଧିକ କ୍ରୟ କରିବା ପୂର୍ବରୁ  ଏହାକୁ ଭାରତୀୟ ରେଳପଥ ପରୀକ୍ଷାମୂଳକ  ଭାବେ ରୂପାନ୍ତରିତ କରିବାକୁ ହେଉଛି l
ଏପରି ଉନ୍ନତିମୂଳକ କିଣାବିକା ପାଇଁ ପ୍ରାପ୍ତ ହୋଇଥିବା  ଗୁଣବତ୍ତା ଓ ମୂଲ୍ୟ ସବୁଠାରୁ ଅଧିକ ମହତ୍ଵପୁର୍ଣ ଯେହେତୁ ଏଗୁଡିକ ସମଗ୍ର ଭାରତୀୟ ରେଳପଥରେ  ଭବିଷ୍ୟତରେ ବୃହତ୍ ପରିମାଣର  କ୍ରୟ ନିମନ୍ତେ ମାନଦଣ୍ଡ ରୂପେ ବିବେଚିତ ହେବ l
ସୂଚନା ଅନୁସାରେ, ଉକ୍ତ କ୍ରୟ ସମ୍ବନ୍ଧୀୟ  ଟେଣ୍ଡର  ଅକ୍ଟୋବର,  2019 ରେ ଆହ୍ୱାନ କରାଯାଇଥିଲା,  ଯାହାକୁ  ଅଧିକ  ଉଚ୍ଚ ମୂଲ୍ୟ ଆସିବାରୁ,  ବରଖାସ୍ତ କରିଦିଆ ଯାଇଥିଲା l ସମୁଦାୟ,   ତିନୋଟି ଫାର୍ମ  ବିଡ୍ ରେ ଅଂଶଗ୍ରହଣ କରିଥିଲେ l   ଡିସେମ୍ବର, 2019 ରେ  ପୁଣି ଥରେ ଟେଣ୍ଡର ଆହ୍ୱାନ କରାଗଲା  ଏବଂ ଏଥିରେ 4 ଜଣ ବିଡ଼ର ଅଂଶଗ୍ରହଣ  କଲେ l ତେବେ,  ଯେହେତୁ  ସର୍ବନିମ୍ନ  ପ୍ରଥମ ହୋଇଥିବା ଫାର୍ମର ମୂଲ୍ୟ ବି ଉଚ୍ଚ ଥିଲା,  ତାଙ୍କୁ  ଚୁକ୍ତି ପୂର୍ବ ବୁଝାମଣା ନିମନ୍ତେ ଡକାଗଲା  ଏବଂ ଉକ୍ତ ଫାର୍ମ ତାଙ୍କ ମୂଲ୍ୟକୁ  25%  ହ୍ରାସ କାରିବାକୁ ରାଜି ହେଲେ l
ଆଜିକାଲି, ସମଗ୍ର ଟେଣ୍ଡର ପ୍ରକ୍ରିୟା ଅନଲାଇନ ମାଧ୍ୟମରେ କରାଯାଉଛି l ରାଜିନାମା ଅନୁସାରେ ସର୍ବନିମ୍ନ  ପ୍ରଥମ ହୋଇଥିବା  ଫାର୍ମ ପକ୍ଷରୁ   ବୁଝାମଣା କରିଥିବା ବ୍ୟକ୍ତି ବିଶେଷ ଅନ୍ ଲାଇନରେ ଏକ ସଂଶୋଧିତ ପ୍ରସ୍ତାବ ଦେବା ପାଇଁ ପ୍ରତିଶ୍ରୁତି  ଦେଇଥିଲେ l ମାତ୍ର ପରେ ଦେଖାଗଲା ଯେ ସର୍ବନିମ୍ନ ପ୍ରଥମ  ହୋଇଥିବା ଫାର୍ମ ପ୍ରାରମ୍ଭିକ ପ୍ରସ୍ତାବ ଠାରୁ ମାତ୍ର 1% ମୂଲ୍ୟ ହ୍ରାସ କରି ସଂଶୋଧିତ ପ୍ରସ୍ତାବ ଦେଇଛନ୍ତି l
ନିୟମ ଅନୁଯାୟୀ ଏହା ଅନୁଷ୍ଠିତ ହୋଇଥିବା ବୁଝାମଣାର ଚରମ ଉଲଂଘନ l ଏଥିପାଇଁ, ପୂର୍ବତଟ ରେଳପଥ ସମସ୍ତ  ଚାରିଜଣ ଯୋଗ୍ୟ ଫାର୍ମ ମାନଙ୍କ ମଧ୍ୟରେ ଆବଶ୍ୟକୀୟ ପରିମାଣକୁ  ସମାନ ଭାବେ ବାଣ୍ଟି ସମସ୍ତଙ୍କୁ କ୍ରୟ ଆଦେଶ ଦେଇ ଏକ ନିର୍ଣ୍ଣାୟକ ଭୂମିକା ନେଲେ ଏବଂ ମୂଲ୍ୟକୁ ବୁଝାମଣା ହୋଇଥିବା ମୂଲ୍ୟରେ ପଂହଁଚାଇଲେ  ଅର୍ଥାତ ସର୍ବନିମ୍ନ ପ୍ରଥମ ହୋଇଥିବା ଫାର୍ମର ମୂଲ୍ୟଠାରୁ ପ୍ରାୟ 25% କମ ମୂଲ୍ୟ l
ଏହା ଏଥିପାଇଁ କାରିବାକୁ ପଡିଲା ଯେ,  ଯଦି କାଉଣ୍ଟର ପ୍ରସ୍ତାବ  ସର୍ବନିମ୍ନ ପ୍ରଥମ ହୋଇଥିବା ଫାର୍ମକୁ ଦିଆଯାଇଥାନ୍ତା ସେ ତାହାକୁ ପ୍ରତ୍ୟାଖ୍ୟାନ କରିବା ସୁନିଶ୍ଚିତ ଥିଲା  ଯଦ୍ଵାରା ଟେଣ୍ଡର ପୁଣି ବରଖାସ୍ତ କରାଯାଇଥାନ୍ତା l ଟେଣ୍ଡର କମିଟିର ଏହି ପଦକ୍ଷେପ ଫଳପ୍ରଦ ହେଲା ଏବଂ ସମସ୍ତ  ଚାରିଜଣ ଫାର୍ମ ପ୍ରସ୍ତାବକୁ ଗ୍ରହଣ କଲେ l
ଏପରି ଭାବେ, ଚାରି ଜଣ ଫାର୍ମଙ୍କ ଠାରୁ 25% କମ ମୂଲ୍ୟରେ ପାଇବା ଦ୍ଵାରା,  ଭବିଷ୍ୟତରେ ଭାରତୀୟ ରେଳପଥ କ୍ରୟ କରିବାକୁ ଥିବା ବୃହତ ପରିମାଣର ସାମଗ୍ରୀ ନିମନ୍ତେ,  ଏକ  ମାନଦଣ୍ଡ ସ୍ଥାପିତ ହେଲା  l ଏହାପରେ, ସର୍ବନିମ୍ନ ଫାର୍ମ ରେଳପଥ ସହିତ ହୋଇଥିବା ବୁଝାମଣା ରୁ ଓହରି ଆସିବାର କାରଣ ସମ୍ବନ୍ଧରେ ସୂଚନା ପାଇଁ  ରେଳପଥର ସତର୍କତା ବିଭାଗ ଅନୁସନ୍ଧାନ ଚାଲୁ ରଖିଛନ୍ତି l
Leave A Reply