Odisha news

ଦାରିଙ୍ଗବାଡିରେ ମୃଦୁ ଭୁକମ୍ପ ଅନୁଭୁତ

0

କନ୍ଧମାଳ,୦୪ ଜୁନ୍  : କନ୍ଧମାଳ ଜିଲା ଦାରିଙ୍ଗବାଡି ଅଂଚଳରେ ମୃଦୁ ଭୁକମ୍ପ ଅନୁଭୁତ ହୋଇଛି । ତେବେ ଏଥିରେ କାହାର କୌଣସି ପ୍ରକାରର କ୍ଷୟକ୍ଷତି ହୋଇନାହିଁ ବୋଲି ଜଣାପଡିଛି । ହେଲେ ସ୍ୱଳ୍ପ ସମୟ ପାଇଁ ଏହିଭୁକମ୍ପ ଅନୁଭୁତ ହୋଇଥିଲେ ହେଁ ଲୋକେ ଭୟରେ ନିଜନିଜ ଘରୁ ବାହାରକୁ ବାହାରି ଆସିବାର ଦେଖିବାକୁ ମିଳିଥିଲା ।
ଆଜି ଦିନ ପ୍ରାୟ ୨ଟା ୫୭ ମିନିଟରେ ଦାରିଙ୍ଗବାଡି ଅଂଚଳରେ ଏକ ପ୍ରକାରର ଶବ୍ଦ ହେବା ସହିତ ଭୁକମ୍ପ ଅନୁଭୁତ ହୋଇଥିଲା । ଫଲରେ ସେହି ଅଂଚଳର ଲୋକେ ଭୟବୀତ ହୋଇ ଘରୁ ବାହାରି ଆସିଥିଲେ । କରୋନା ସଂକ୍ରମଣ ପାଇଁ ଦୋକାନ ବଜାର ସବୁ ଅପରାହ୍ନ ଗୋଟାଏ ବେଳେ ବନ୍ଦ ହୋଇଯାଉଥିବାରୁ ଲୋକମାନେ ସେମାନଙ୍କର ଘରେ ଥିଲେ ଅହା ଅନୁଭୁତ ହେବାରୁ ସେହି ଅଂଚଳରେ ଏକ ପ୍ରକାରର ଭୟର ବାତାବରଣ ଖେଳାଇ ହୋଇଯାଇଥିଲା । କିନ୍ତୁ ଭୁକମ୍ପର ତୀବ୍ରତାକୁ ମାପିବାର କୌଣସି ଯନ୍ତ୍ର ଉପଲବ୍ଧ ନଥିବାରୁ ଅନୁଭୁତ ଭୁକମ୍ପର ତୀବ୍ରତା ଜଣାପଡିନାହିଁ ।

Leave A Reply

Your email address will not be published.