ସାର ଆଇଜାକ ନ୍ୟୁଟନ ଙ୍କୁ ବା କିଏ ନଜାଣେ ? ବିଶ୍ୱର ବଡ଼ବଡ଼ ବୈଜ୍ଞାନିକ ମାନଙ୍କ ମଧ୍ୟରେ ତାଙ୍କର ଗଣତି ହୋଇଥାଏ l ପୃଥିବୀ ର ମାଧ୍ୟାକର୍ଷଣ ଶକ୍ତି ରହିଛି ବୋଲି ସର୍ବ ପ୍ରଥମେ ନ୍ୟୁଟନ ହିଁ ଦର୍ଶାଇ ଥିଲେ l ନ୍ୟୁଟନ କେବଳ ଜଣେ ମହାନ ଭୌତିକ ବିଜ୍ଞାନୀ ନଥିଲେ, ବରଂ ଜଣେ ମହାନ ଗଣିତଜ୍ଞ, ଜ୍ୟୋତିଷ ଓ ଦାର୍ଶନିକ ମଧ୍ୟ ଥିଲେ l ନ୍ୟୁଟନ ବାଇବେଲ୍ ରେ ଲୁଚି ରହିଥିବା ବିଭିନ୍ନ ତଥ୍ୟ କୁ ମଧ୍ୟ ଲୋକ ଲୋଚନ କୁ ଆଣିଥିଲେ l
୧୭୦୪ ରେ ସେ ଗୋଟିଏ ମାନୁସ୍କ୍ରିପ୍ଟ ଲେଖା ଯାଇଥିବା ବିଭିନ୍ନ ତଥ୍ୟ କୁ ଆଧାର କରି ପୃଥିବୀ ଧ୍ବଂସ ହେବାର ସୂଚନା ଦେଇଥିଲେ l ନ୍ୟୁଟନ ଅନୁମାନ ରଖିଥିଲେ ଯେ ୨୦୬୦ ସୁଧା ପୃଥିବୀ ସମ୍ପୂର୍ଣ ଧ୍ବଂସ ହୋଇଯିବ l ଫେବୃଆରୀ ୨୦୦୩ ରେ ଲଣ୍ଡନ ର ଡେଲି ଟେଲିଗ୍ରାଫ ର ଖବର କାଗଜ ରେ ଏହି ଭବିଷ୍ୟବାଣୀ ଛପା ଯାଇଥିଲା l ଜଣେ ଇତିହାସକାର ଙ୍କ ମତ ଅନୁସାରେ ଖୁବ ଡେରିରେ ଜଣା ପଡିଲା ଯେ ନ୍ୟୁଟନ କେବଳ ଜଣେ ବୈଜ୍ଞାନିକ ନଥିଲେ, ତାଙ୍କ ପଛରେ ଲୁଚି ରହିଥିଲା ଆଉ ଗୋଟିଏ ବଡ଼ ଶାସ୍ତ୍ରଜ୍ଞ l ଅନ୍ୟ ଜଣେ ଇତିହାସକାର ଙ୍କ ମତରେ ୨୦୬୦ ନ୍ୟୁଟନ ଙ୍କ ମତରେ ଆଉ ଗୋଟିଏ ନୂଆ ଯୁଗର ଆରମ୍ଭ ହେବ l