Odisha news

ଏହିସବୁ ଅଭ୍ୟାସ ଆପଣଙ୍କୁ ଖୁସି ରହିବା ପାଇଁ କରିଥାଏ ସାହାଯ୍ୟ, ତେଣୁ ନିହାତି ପ୍ରତିଦିନ କରିବା ଜରୁରୀ

0

ଆମମାନେ ପ୍ରାୟ ସମସ୍ତେ ନିଜ ନିଜ ଜୀବନ ରେ ଖୁସି ରହିବାକୁ ଇଛା କରିଥାଉ l ଆମେ ଖୁସି ରହିବା ପାଇଁ ଅନେକ ପ୍ରୟାସ କରିଥାଉ, କେହିକେହି ସପିଙ୍ଗ କରି ଖୁସି ରୁହନ୍ତି, ଆଉକେହି ଗୀତ ଶୁଣି, ଆଉକେହି ବୁଲାବୁଲି କରିତ, ଆଉକେହି ସାଙ୍ଗସାଥି ଙ୍କୁ ଭେଟି କିନ୍ତୁ ଆମକୁ ଯେଉଁ ଉପାୟ ଗ୍ରହଣ କରି ନିଜକୁ ଖୁସି ରଖିଥାଉ l ତଥାପି ଆମେ ଯଦି ନିଜ ଦୈନନ୍ଦିନ ଜୀବନ ରେ କିଛିଟା ପରିବର୍ତନ କରିବା ତେବେ ଯାଇ ମଧ୍ୟ ନିଜକୁ ଖୁସି ରଖି ପାରିବା l

– ସକାଳୁ ଶୀଘ୍ର ଉଠିବା ଜରୁରୀ –
ଯଦି ଆପଣ ଚାହୁଁଛନ୍ତି ଜୀବନ ରେ ଖୁସି ରହିବେ ତେବେ ସକାଳୁ ଶୀଘ୍ର ଉଠିବା ଅଭ୍ୟାସ କରନ୍ତୁ l କାରଣ ସକାଳୁ ଶୀଘ୍ର ଉଠିବା ଦ୍ୱାରା ଜୀବନ ର ଅନେକ ସମସ୍ୟାକୁ ଦୁରେଇ ଦେଇଥାଏ l ଏହାଛଡା ଆପଣ ନିଜ ପାଇଁ ପ୍ରଚୁର ପରିମାଣରେ ସମୟ ବାହାର କରିପାରିବେ ଓ ନିଜକୁ ଖୁସି ରହିପାରିବେ l

– ଆଧ୍ୟାତ୍ମିକ ଅନୁଚିନ୍ତା ଜରୁରୀ –
ସକାଳୁ ଉଠିବା ପରେ ଆପଣ ଈଶ୍ୱରଙ୍କ ଉପରେ ଆସ୍ଥା ରଖୁଥିବା କାରଣରୁ ଆଧ୍ୟାତ୍ମିକ ଅନୁଚିନ୍ତାରେ ନିଜକୁ ନିୟୋଜିତ କରନ୍ତୁ l ଏବଂ କିଛିଟା ଭଜନ ଶୁଣନ୍ତୁ, ଯାହାଦ୍ୱାରା ମନର ଦ୍ୱେଷ ଦୂର ହେବ l ଆଧ୍ୟାତ୍ମିକ ଅନୁଚିନ୍ତା ଆଜିକାଲି ଲୋକଙ୍କ ନିକଟରେ କମି ଯାଉଥିବା କାରଣରୁ ଲୋକମାନେ ଅଧିକ ବିଷାଦ ଗ୍ରସ୍ତ ହେଉଛନ୍ତି l

– କାହା ମନରେ ଆଘାତ ଦିଅନ୍ତୁ ନାହିଁ –
ଜୀବନରେ ସର୍ବଦା ନିଜ ବ୍ୟବହାର କୁ ଠିକ ରଖିବା ଜରୁରୀ l କାହିଁକିନା ଯଦି ଆପଣ ନିଜ ବ୍ୟବହାର ସୁନ୍ଦର ରଖିବେ ତେବେ ଆପଣଙ୍କ ଜୀବନ ଶୁଖଃମୟୁ ହେବ ଓ ଜୀବନ ମଧ୍ୟ କଷ୍ଟ ଶୂନ୍ୟ ହେବ l ପ୍ରତିଦିନ ସକାଳୁ ଉଠି ଚିନ୍ତା କରନ୍ତୁ ଯେପରି ଆପଣଙ୍କ ବ୍ୟବହାର ରେ କେହି କଷ୍ଟ ନପାଉ l

– ନିଜକୁ ଖୁସି ରଖନ୍ତୁ –
ଆଜିର ଦୁନିଆରେ ଖୁସି ଶବ୍ଦ ର ମହତ୍ୱ ଆଉ ନାହିଁ କହିଲେ ଚଳେ l ତେଣୁ ନିଜକୁ ଖୁସି ରଖିବା ସହିତ ନିଜର ପରିପାର୍ଶ୍ଵିକ ପରିସ୍ଥିରେ ରହୁଥିବା ଲୋକ ମାନଙ୍କୁ ମଧ୍ୟ ଖୁସି ରଖନ୍ତୁ l ଏହାଦ୍ୱାରା ଜୀବନରେ କଦାପି ଦୁଃଖ ରହିବ ନାହିଁ l

– ସକାରାତ୍ମକ ଭାବନା ରଖନ୍ତୁ –
ସକାରାତ୍ମକ ଭାବନା ମଣିଷକୁ ସୁସ୍ଥ ରଖିଥାଏ l ତେଣୁ ମନରେ ସକାରାତ୍ମକ ଭାବନା ରଖିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ଓ ମାନସିକ ଚାପ ଦୂର ହୋଇଥାଏ l

Leave A Reply