Odisha news

ଦଶହରାରେ ସମ୍ବଲପୁରର ବିଭିନ୍ନ ଦେବାଳୟ ଓ ପୂଜା ମଣ୍ଡପ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ , ଦୁର୍ଗାପୂଜା କେବଳ ପର୍ବ ନୁହେଁ, ସାଂସ୍କୃତିକ ଐତିହ୍ୟ – ଧର୍ମେନ୍ଦ୍ର ପ୍ରଧାନ

0
ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ
ଟାମ୍ପରଗଡ଼ ସ୍ଥିତ ମା’ ଦକ୍ଷିଣକାଳୀ ଶକ୍ତିପୀଠ, ଗୋପାଳପାଲି ବନଦୁର୍ଗା ମନ୍ଦିର ଏବଂ ବଗବିରା ସ୍ଥିତ ଘଣ୍ଟେଶ୍ୱରୀ ମନ୍ଦିରରେ ମଧ୍ୟ ମାଆଙ୍କ ଆଶୀର୍ବାଦ ନେଲେ
ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଯୋଗଦେଲେ
ସ୍ୱଦେଶୀ ସାମଗ୍ରୀ କିଣିବା ଓ ସ୍ଥାନୀୟ ଅର୍ଥନୀତିକୁ ମଜବୁତ୍ କରିବା, ଦଶହରାର ସଂକଳ୍ପ ହେଉ
ସମ୍ବଲପୁର :   ଦଶହରାର ପବିତ୍ର ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ବିଭିନ୍ନ ଦେବାଳୟ, ଶକ୍ତିପୀଠ ଦର୍ଶନ କରିବା ସହ ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି। ଏହା ସହିତ ସେ ଦଶହରା ଅବସରରେ ଆୟୋଜିତ ରାବଣପୋଡ଼ି କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଛନ୍ତି।
ଶ୍ରୀ ପ୍ରଧାନ ଶ୍ରୀ ପ୍ରଧାନ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିଥିଲେ ।  ଏହା ବ୍ୟତୀତ ସେ ଟାମ୍ପରଗଡ଼ ସ୍ଥିତ ମା’ ଦକ୍ଷିଣକାଳୀ ଶକ୍ତିପୀଠ, ଗୋପାଳପାଲି ବନଦୁର୍ଗା ମନ୍ଦିର ଏବଂ ବଗବିରା ସ୍ଥିତ ଘଣ୍ଟେଶ୍ୱରୀ ମନ୍ଦିରରେ ମଧ୍ୟ ମାଆଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସେ ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କରି ଦର୍ଶନ କରିବା ସହ ଆଳତି କରିଥିଲେ। ଦଳେଇପଡ଼ା, ରିମେଡ୍ ଏବଂ ଅଇଁଠାପାଲିରେ ଆୟୋଜିତ ପୃଥକ ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
ଏହି ଅବସରରେ ସେ କହିଛନ୍ତି  ମା’ ଦୁର୍ଗା ହେଉଛନ୍ତି ଶକ୍ତିର ପ୍ରତୀକ  ଏବଂ ଦୁର୍ଗା ପୂଜା କେବଳ ଏକ ପର୍ବ ନୁହେଁ ବରଂ ଆମର ସାଂସ୍କୃତିକ ଐତିହ୍ୟର ପ୍ରତୀକ । ଆସୁରିକ ଶକ୍ତି ଉପରେ ଦିବ୍ୟଶକ୍ତି ; ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ । ଦୁର୍ଗାପୂଜାରେ ନାଗରିକଙ୍କ ସହଯୋଗ ଓ ପୂଜା କମିଟିର ପ୍ରୟାସରେ ନିର୍ମିତ ଆକର୍ଷଣୀୟ ତୋରଣ ବହୁତ ସୁନ୍ଦର ହୋଇଛି । ବିଜୟାଦଶମୀରେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ଭୋକାଲ ଫର୍ ଲୋକାଲ” ଆହ୍ୱାନକୁ ସଂକଳ୍ପ ରୂପେ ଗ୍ରହଣ କରିବାକୁ ଆହ୍ୱାନ କରିବା ସହ ସ୍ୱଦେଶୀ ସାମଗ୍ରୀ କିଣିବା ଓ ସ୍ଥାନୀୟ ଅର୍ଥନୀତିକୁ ମଜବୁତ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ପ୍ରଭୁ ଶ୍ରୀରାମ, ମା’ ଦୁର୍ଗା ଓ ମା’ ସମଲେଇଙ୍କ ପାଖରେ ଶ୍ରୀ ପ୍ରଧାନ ବିଶ୍ୱବାସୀଙ୍କ ମଙ୍ଗଳ କାମନା କରିଛନ୍ତି । 

 

Leave A Reply