ଲକ୍ ଡାଉନ୍ ର ସୁଯୋଗ ନେଇ ଚୋରା କାରବାର ବୃଦ୍ଧି: ଜଙ୍ଗଲ ବିଭାଗ ଦ୍ୱାରା ଚୋରା କାଠରେ ନିର୍ମିତ ଲକ୍ଷାଧିକ ଟଙ୍କାର ଫର୍ଣ୍ଣିଚର ଜବତ୍
ବନ୍ତଳା: ସଂମ୍ପ୍ରତି ଲକ୍ ଡାଉନ୍ ଏବଂ କୋଭିଡ-୧୯ କାର୍ଯ୍ୟରେ ପ୍ରଶାସନର ବ୍ୟସ୍ତତା ଆଢ଼ୁଆଳରେ ବନ୍ତଳା ଥାନା ଅଚଂଳରେ ବ୍ୟାପକ ମୂଲ୍ୟବାନ ଚୋରା କାଠ ଓ ଦେଶୀ ମଦର କାରବାର ବୃଦ୍ଧି ପାଇଥିବା ଦେଖା ଯାଇଛି । ବର୍ତମାନ ବିଭାଘର ଋତୁ ଚାଲିଥିବା ଯୋଗୁଁ ଚୋରା କାଠ ବେପାରୀ ମାନେ ଲକ୍ ଡାଉନ୍ ର ସୁଯୋଗ ନେଇ ବନ୍ତଳା ଅଚଂଳରେ ବହୁଳ ଭାବେ କାଠରେ ନିର୍ମିତ ଆସବାବପତ୍ର ଚୋରାରେ ତିଆରି କରି ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଉଥିବାର ଖବର ପାଇ ଅନୁଗୁଳ ବନଖଣ୍ଡ ଅଧିକାରୀଙ୍କ ନିଦେ୍ର୍ଦଶରେ ବନ୍ତଳା ରେଜଂ ଅଫିସର ବିନ୍ଦୁ ପ୍ରସାଦ ପ୍ରଧାନ ଏକ ଚୋରା କାଠ କାରଖାନା ଉପରେ ଚଢ଼ାଉ କରିଥିଲେ ।
ଏହି ଚଢ଼ାଉ ସମୟରେ କୋ÷ଣସି ସୂତ୍ରରୁ ଖବର ପାଇ ଚୋରା କାଠ ବେପାରୀ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ରେଜଂର ଶ୍ରୀ ପ୍ରଧାନ ସେଠାରୁ ଚୋରାରେ ବହୁ ମୂଲ୍ୟବାନ ଗମ୍ଭାରୀ କାଠରେ ନିର୍ମିତ ଡାଇନିଙ୍ଗ୍ ଟେବୁଲ, ପଲଙ୍କ, ଡ୍ରେସିଙ୍ଗ ଟେବୁଲ ଆଦି ଜବତ୍ କରିଥିଲେ । ଏହି ଜବତ୍ ସାମଗ୍ରୀର ମୂଲ୍ୟ ବଜାରରେ ପ୍ରାୟ ୫ ଲକ୍ଷ ଟଙ୍କକା ହେବ ବୋଲି ଏକ ଆକଳନରୁ ଜଣାଯାଇଛି । ଏହି ଚୋରା କାରବାରରେ ସ୍ଥାନୀୟ କିଛି ଅସାଧୁ ଜଙ୍ଗଲ ବିଭାଗ କର୍ମଚାରୀ ଓ ପୁଲିସ ଚୋରା ବେପାରୀ ମାନଙ୍କୁ ସାହାଯ୍ୟ କରୁଥିବା ଜଣାଯାଇଛି ।
ତେଣୁ ରେଜଂର ଶ୍ରୀ ପ୍ରଧାନ ଉକ୍ତ କାଠ କାରଖାନାରେ ଚଢ଼ାଉ କରିବାର ଖବର ସେହି ଅସାଧୁ କର୍ମଚାରୀ ମାନେ ଚୋରା ବେପାରୀ ମାନଙ୍କୁ କହିଦେଉଥିବା ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ପ୍ରକାଶ । ସେହିପରି ପୁଲିସ ଓ ଅବକାରୀ ବିଭାଗକୁ ଧରି ଲକ୍ ଡାଉନ୍ ସୁଯୋଗରେ ଏହି ବନ୍ତଳା ଅଚଂଳରେ ଚୋରା ଦେଶୀ ମଦ ବ୍ୟାପକ ଭାବେ ବହୁ ମୂଲ୍ୟରେ ବିକ୍ରି ହେଉଥିବା ଜଣାଯାଇଛି । ଅନୁଗୁଳ ସହରରେ ଏବେ ବିଦେଶୀ ମଦ ମିଳୁନଥିବାରୁ କିଛି ଉଚ ବର୍ଗର ମଦୁଆ ମଧ୍ୟ ଅନୁଗୁଳରୁ ଯାଇ ବନ୍ତଳା ଅଚଂଳରୁ ଏହି ଚୋରା ମଦ ଆଣି ପିଉଥିବା ଜଣାଯାଇଛି । ତେଣୁ ପୁଲିସ ଓ ଅବକାରୀ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧରଣରେ ଦାବୀ ହେଉଛି ।